ତାଲିବାନ ନିକଟରେ ଏବେ ବିଶ୍ୱର ୮୫ ପ୍ରତିଶତ ଦେଶରୁ ଅଧିକ ବ୍ଲାକ ହଙ୍କ ହେଲିକପ୍ଟର!

ନୂଆଦିଲ୍ଲୀ,୨୮ ।୮: ତାଲିବାନ କେବଳ ଯେ ଆଫଗାନିସ୍ତାନ ଉପରେ କବଜା କରିଛି ତା’ନୁହେଁ । ଏବେ ତାଲିବାନ ନିକଟରେ ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ହେଲିକପ୍ଟର ବି ରହିଛି । ତାଲିବାନ ହାତରେ ଲାଗିଥିବା ଆମେରିକା ସେନାଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବଡ ବିନାଶର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆମେରିକା ସାଂସଦ ଜିମ ବ୍ୟାଙ୍କସ୍ ଏମିତି ଖାମଖିଆଲି ନୀତି ଯୋଗୁ ଆମେରିକାର ଜୋ ବାଇଡେନ ସରକାରଙ୍କୁ ସମାଲୋଚନା କରିଛନ୍ତି । ବ୍ୟାଙ୍କସ୍ ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ସେ କହିଛନ୍ତି ଏବେ ତାଲିବନ ପାଖରେ ଏତେ ପରିମାଣରେ ବ୍ଲାକ ହଙ୍କ ହେଲିକପ୍ଟର ରହିଛି ଯାହା ବିଶ୍ୱର ପ୍ରାୟ ୮୫ ପ୍ରତିଶତ ଦେଶ ନିକଟରେ ନାହିଁ । ଆମେରିକା ସେନା ଓ ନୌସେନା ଦ୍ୱାରା ବ୍ୟବହାର କରାଯାଉଥିବା ବ୍ଲାକ ହଙ୍କ ହେଲିକପ୍ଟର ବିଶ୍ୱର ସବୁଠାରୁ ଭଲ ହେଲିକପ୍ଟର ବୋଲି କୁହାଯାଏ । ସାଂସଦ ଜିମ ବ୍ୟାଙ୍କସ୍ କହିଛନ୍ତି, ତାଲିବାନ ହାତରେ ଏବେ ଆମେରିକାର ମିଲେଟ୍ରି ଉପକରଣର ୮୫ ବିଲିୟନ ଡଲାରରୁ ଅଧିକ ସମ୍ପତି ରହିଛି । ଏଥିରେ ୭୫ ହଜାର ଗାଡି, ୨୦୦ରୁ ଅଧିକ ଏରୋପ୍ଲେନ ଓ ହେଲିକପ୍ଟର, ୬ ଲକ୍ଷ ସ୍ମଲ ଓ ଲାଇଟ୍ ଆର୍ମ ୱିପନ । କେବଳ ଏତିକି ନୁହେଁ ଏବେ ତାଲିବାନ ନିକଟରେ ନାଇଟ୍ ଭିଜନ ଗଗଲ୍‌ସ, ମେଡିକାଲ ଉପକରଣ ବି ରହିଛି । ସବୁଠାରୁ ଦୁଃଖର କଥା ହେଲା ତାଲିବାନ ନିକଟରେ ଏବେ ବାୟୋମେଟ୍ରିକ ଉପକରଣ ରହିଛି । ଏଥିରେ ଫିଙ୍ଗର ପ୍ରିଣ୍ଟ, ଆଇ ସ୍କାନ ଓ ବାୟୋଗ୍ରାଫିକାଲ ତଥ୍ୟ ରହିଛି । ଏହି ତଥ୍ୟ ସେହି ଆଫଗାନ ଲୋକଙ୍କର ଯେଉଁମାନେ ୨୦ ବର୍ଷ ହେବ ଆମେରିକାକୁ ସାହାଯ୍ୟ କରି ଆସୁଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଇଡେନ ପ୍ରଶାସନ ନିକଟରେ କୌଣସି ପ୍ଲାନ ନାହିଁ କେମିତି ଏହି ସମ୍ପତିକୁ ହାସଲ କରାଯାଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ତେଜୁଛି ମାକ୍‌ରଁ ବିରୋଧୀ ବିକ୍ଷୋଭ

ନୂଆଦିଲ୍ଲୀ/ପ୍ୟାରିସ୍‌,୩୧ା୧୦: ତଥାକଥିତ ଇସ୍‌ଲାମ ବିରୋଧୀ ଆଭିମୁଖ୍ୟକୁ ନେଇ ଫ୍ରାନ୍ସକୁ ନିନ୍ଦିତ ହେବାକୁ ପଡ଼ିଛି। ବିଶେଷକରି ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ କଡ଼ା...

କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୯ ମୃତ

ନୁର-ସୁଲତାନ, ୨୭।୧୨: କାଜାଖସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ...

କାବୁଲରେ ଏକାଧିକ ବିସ୍ଫୋରଣ: ବହୁ ଦୂରକୁ ଶୁଭିଥିଲା ଶବ୍ଦ

କାବୁଲ,୪ା୧: ବୁଧବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକାଧିକ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋର୍‌ରେ ଥିଲା ଯେ ଏହା ବହୁ ଦୂରକୁ ଶୁଣା ଯାଇଥିଲା।...

ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍‌…

କରାଚି, ୧୬।୧: ପାକିସ୍ତାନରେ ଏକ ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍‌ ହୋଇଛି। ଏଠାରେ ଆଣ୍ଟି ଏୟାର କ୍ରାଫ୍ଟ ଗନ୍‌, ଷ୍ଟେନ୍‌ ଗନ୍‌, ରିଭରବଲ ଏବଂ ବିପୁଳ...

ଆସିଲା ବାର୍ଡ ଫ୍ଲୁ: ୧୮ ଲକ୍ଷରୁ ଊର୍ଦ୍ଧ୍ୱ କୁକୁଡାଙ୍କୁ ମାରି ଦିଆଗଲା

ଟୋକିଓ,୧ ।୧୨: ପାଖାପାଖି ୧ ବର୍ଷ ହେବାକୁ ଯାଇଛି ସାରା ବିଶ୍ୱବାସୀ କରୋନା ଭାଇରସ ଭଳି ମହାମାରୀ ସହ ଲଢି ଚାଲିଛନ୍ତି । ଆଉ ଏବେ...

୯୦ ବର୍ଷ ପରେ ମୈନ ଦ୍ୱୀପରେ ଶିଶୁ ଜନ୍ମ

ମୈନେ,୧୨।୧୦: ଦୀର୍ଘ ୯୦ ବର୍ଷ ପରେ ମୈନ ଦ୍ୱୀପରେ ଜଣେ ଶିଶୁ ଜନ୍ମ ନେଇଛି। ଦୁଇ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଏହି ଶିଶୁର ନାମ...

ଟ୍ରୁଡୋଙ୍କ ଉପରେ ବର୍ଷିଲେ ପେଣ୍ଟାଗନର ପୂର୍ବତନ ଅଧିକାରୀ, କହିଲେ ଆମେ ଭାରତକୁ ସମର୍ଥନ…

ଅଟାଓ୍ବା,୨୩।୯:ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଚରମରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଉପରେ ଆମେରିକା ମଧ୍ୟ ନଜର ରଖିଛି। ଆମେରିକାର...

ଡିଲିଟ୍‌ ହେବ ଗୁଗ୍‌ଲର ଇନଆକ୍ଟିଭ୍‌ ଆକାଉଣ୍ଟ

ନୂଆଦିଲ୍ଲୀ,୧୮।୫: ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଆକ୍ଟିଭ ଅଛି ତ। ଯଦି ଦୁଇ ବର୍ଷରୁ ଅଧିକ ହେଲାଣି ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଇନଆକ୍ଟିଭ୍‌ ଅଛି ତେବେ ସେଗୁଡିକ...

Advertisement
Archives

Model This Week