କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଦୁଇବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା କରାଯାଇଛି। ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ଲାଗି ୨୦୧୯ ମସିହା ପାଇଁ ଅନନ୍ତ ମହାପାତ୍ରଙ୍କୁ ଓ ୨୦୨୦ ପାଇଁ ଓଡ଼ିଶୀନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି। ଏ ନେଇ ଶୁକ୍ରବାର ସଂସ୍କୃତି ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଘୋଷଣା କରିଛନ୍ତି।
ଏଥିସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି। ହିନ୍ଦୁସ୍ଥାନୀ କଣ୍ଠସଙ୍ଗୀତ ବର୍ଗରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ ଓ ୨୦୨୦ ପାଇଁ ବନ୍ଦିତା ରାୟଙ୍କୁ ‘ସୁନନ୍ଦା ସମ୍ମାନ’ ଏବଂ ଗୀତିକବିତା ବର୍ଗରେ ୨୦୧୯ ପାଇଁ ବିନୋଦ କୁମାର ପଶାୟତ ଓ ୨୦୨୦ ପାଇଁ ଅଲେଖ ଚନ୍ଦ୍ର ପଢ଼ିହାରୀଙ୍କୁ ‘ସାରଦା ପ୍ରସନ୍ନ ସମ୍ମାନ’ ଦିଆଯିବ। ସେହିପରି ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ନବକିଶୋର ଆଚାର୍ଯ୍ୟ ଓ ମମତା ମହାନ୍ତି, ନାଟ୍ୟ ରଚନା ପାଇଁ ସୁଧାକର ନନ୍ଦ, ନିର୍ଦ୍ଦେଶନା ପାଇଁ ହରିହର ମିଶ୍ର, ମଞ୍ଚକଳା ପାଇଁ ପ୍ରଭାସ ଚନ୍ଦ୍ର ମିଶ୍ର, ଲୋକସଙ୍ଗୀତ ପାଇଁ ରାଧାଶ୍ୟାମ ସାହୁଶର୍ମା, ଲୋକବାଦ୍ୟ ପାଇଁ ଶଙ୍କର ପ୍ରଧାନ, ଲୋକନୃତ୍ୟ ପାଇଁ କାଳୁଚରଣ ସାହୁ, ଲୋକନାଟ୍ୟ ପାଇଁ କଣ୍ଠ ଗୌଡ଼, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ତାଳ) ପାଇଁ ଡ. ଜଗନ୍ନାଥ କୁଅଁର, ଯନ୍ତ୍ର ସଙ୍ଗୀତ (ତାରବାଦ୍ୟ) ପାଇଁ କୈଳାସ ଚନ୍ଦ୍ର ପାତ୍ର, ଓଡ଼ିଶୀନୃତ୍ୟ ପାଇଁ ରତିକାନ୍ତ ମହାପାତ୍ର, ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଚନ୍ଦ୍ରମଣି ଲେଙ୍କା, ସୁଗମ ସଙ୍ଗୀତ ପାଇଁ ତାନ୍‌ସେନ୍‌ ସିଂଙ୍କୁ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି।
୨୦୨୦ ନିମନ୍ତେ ଅଭିନୟ ପାଇଁ ସୁଶୀଳା ନାୟାର ଏବଂ ବିଜୟ କୁମାର ପଟ୍ଟନାୟକ, ନାଟ୍ୟ ରଚନା ପାଇଁ ଭାସ୍କର ଚନ୍ଦ୍ର ମହାପାତ୍ର, ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକ, ମଞ୍ଚକଳା ପାଇଁ ପ୍ରଭାତ ମହାରଣା, ଲୋକସଙ୍ଗୀତ ପାଇଁ ନବୀନ କିଶୋର କୁଅଁର, ଲୋକବାଦ୍ୟ ପାଇଁ କିଶୋର ଚନ୍ଦ୍ର ପ୍ରଧାନ, ଲୋକନୃତ୍ୟ ପାଇଁ ନାରାୟଣ ମହାରଣା, ଲୋକନାଟ୍ୟ ପାଇଁ ନିର୍ମଳ ଚନ୍ଦ୍ର ରାଉତ, ଯନ୍ତ୍ର ସଙ୍ଗୀତ(ଆନଦ୍ଧ ବାଦ୍ୟ) ପାଇଁ ଶରତ କୁମାର ପାଣି, ଯନ୍ତ୍ର ସଙ୍ଗୀତ(ସୁଶୀର ବାଦ୍ୟ) ପାଇଁ ନିତ୍ୟାନନ୍ଦ ମହାପାତ୍ର, ଓଡ଼ିଶୀ ନୃତ୍ୟ ପାଇଁ ଗଜେନ୍ଦ୍ର ପଣ୍ଡା, ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ରଘୁନାଥ ପାତ୍ର, ସୁଗମ ସଙ୍ଗୀତ ପାଇଁ ବିଭୁଧେନ୍ଦ୍ର ଦାସଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯିବ।
ଆସନ୍ତା ୩୦ ତାରିଖରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ମାନପତ୍ର, ଉପଢ଼ୌକନ, କୃତିଫଳକ ଓ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ମିଳିବ। ‘ସୁନନ୍ଦା ସମ୍ମାନ’ ଓ ‘ସାରଦା ପ୍ରସନ୍ନ ସମ୍ମାନ’ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଏକାଡେମୀ ସଚିବ ପ୍ରବୋଧ ରଥ ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏକାଡେମୀ ଉପସଭାପତି ମନ୍ମଥ ଶତପଥୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଓଡ୍ରାଫ୍‌, ୧୪ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ଜଗତ୍‌ସିଂହପୁର ଅଫିସ, ୪।୧୨: ବାତ୍ୟା ‘ଜୱାଦ’ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଧ୍ୟରାତ୍ର ପରେ ଏହା ପରିମାଣ ବଢ଼ିବ ବୋଲି...

ସାଇବର ଅପରାଧରେ ବେନାମୀ ସିମ୍‌

ଅନୁଗୋଳ ଅଫିସ, ୮ା୧୦ ଠକେଇ ପାଇଁ ଇଣ୍ଟରନେଟ୍‌କୁ ମାଧ୍ୟମ କରୁଛନ୍ତି ଠକ। କେତେବେଳେ ମୋବାଇଲ ଆପ୍‌ ତ ଆଉ କେତେବେଳେ ଗିଫ୍ଟ ଲୋଭ ଦେଖାଇ ଲୋକଙ୍କ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବରିଷ୍ଠ ସହାୟକ ପଦୋନ୍ନତି ମାମଲା: ଦରମା ହ୍ରାସ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ

କଟକ ଅଫିସ,୧୪ା୧୨- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ପାଇ କାର୍ଯ୍ୟ କରୁଥିବା ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ସମ୍ପର୍କିତ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ ହୋଇଛି। ଗଣେଶ ଚନ୍ଦ୍ର...

ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ...

୧୦ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର: ମନୋଜ ଦାସଙ୍କୁ ପଦ୍ମଭୂଷଣ, ୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତବର୍ଷ ସର୍ବାଧିକ ୧୦ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସାହିତି୍ୟକ...

ହୋଟେଲ ଖୋଲିବାକୁ ଅନୁମତି ମିଳୁ

ପୁରୀ ଅଫିସ,୨୮।୫: କାରୋନା ପାଇଁ ୨ ମାସରୁ ଊର୍ଦ୍ଧ୍ୱ ହେବ ପୁରୀ ହୋଟେଲ ଶିଳ୍ପରେ ତାଲା ଝୁଲୁଛି। ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ହଜାର ହଜାର...

ବ୍ୟକ୍ତିଗତ ଜମି ଉପରେ ପ୍ରଭାବଶାଳୀଙ୍କ ଆଖି: ନ୍ୟାୟ ନ ପାଇ ନିରୀହ ଛଟପଟ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜଧାନୀରେ ପ୍ରଭାବଶାଳୀଙ୍କ ଚାପରେ ସରକାରୀ ଓ ବେସରକାରୀ ବ୍ୟକ୍ତିଗତ ଜମି ଜବରଦଖଲ କ୍ୟାନ୍‌ସର ପରି ବ୍ୟାପି ଚାଲିଛି। ଏହାର ବଳିଷ୍ଠ ପ୍ରମାଣ ହେଉଛି, ଚଳିତବର୍ଷ...

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଲା

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ୧୯।୪ (ଡି.ଏନ୍‌.ଏ.): ଭୁବନେଶ୍ୱରର ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ...

Advertisement
Archives

Model This Week