ବସ୍‌ ଟିକସ ଛାଡ଼ ନେଇ ବିଚାର ଚାଲିଛି: ମନ୍ତ୍ରୀ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନରୁ ଦୀର୍ଘ ୧୬ ମାସ ହେବ ଗାଡିମଟର ଚଳାଚଳ ବନ୍ଦ ହୋଇ ରହିଛି। ଫଳରେ ବସ୍‌ ମାଲିକମାନେ ସର୍ବାଧିକ କ୍ଷତି ସହିଛନ୍ତି। ଏହାକୁ ଦୃଷ୍ଟି ଦେଇ ରାଜ୍ୟରେ ବସ୍‌ ଟିକସ ଛାଡ଼ ପାଇଁ ବିଚାର ଚାଲିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବୁଧବାର ସୂଚନା ଦେଇଛନ୍ତି। ଲକ୍‌ଡାଉନ ପରବର୍ତ୍ତୀ ବସ୍‌ ଚଳାଚଳ ସ୍ବାଭାବିକ ପାଇଁ ପଦକ୍ଷେପ ନିଆଯାଉଛି। ବସ୍‌ ମାଲିକଙ୍କ ଟିକସ ଛାଡ ସହ ଅନ୍ୟ ସୁବିଧା ପ୍ରଦାନ ନିମନ୍ତେ ବିଚାର ଚାଲିଛି। କାଟାଗୋରି- ବି ଜିଲାଗୁଡିକରେ ବସ୍‌ ଚଳାଚଳ କରିବ ନା ନାହିଁ ନିଷ୍ପତ୍ତି ନିଆଯିବ। ମନ୍ତ୍ରୀ ବେହାରା କହିଛନ୍ତି, ଏବେ ମଧ୍ୟ ଆମେ କରୋନାରୁ ବାହାରି ପାରିନାହାନ୍ତି। ରାଜ୍ୟରେ ବର୍ତ୍ତମାନ ଲକ୍‌ଡାଉନ ଜାରି ରହିଛି। ଏ-କାଟାଗୋରି ୨୦ ଜିଲାରେ ବସ୍‌ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି। ୧୦ ଜିଲାରେ ବସ୍‌ ଚଳାଚଳ ବନ୍ଦ ରହିଛି। ତେବେ ଲକ୍‌ଡାଉନର ପରବର୍ତ୍ତୀ ପର୍ଯ୍ୟାୟରେ ବସ୍‌ ଚଳାଚଳ କରିବ ନା ନାହିଁ ଏହା ଉପରେ ନିଷ୍ପତ୍ତି ନିଆଯିବ। ନିଶ୍ଚିତଭାବେ ବସ୍‌ ଚଳାଚଳ ନେଇ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ବେହେରା କହିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ରାଜ୍ୟ ବସ୍‌ ମାଲିକ ସଂଘ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଟିକସ ଛାଡ ସହ ପ୍ରତି ବସ୍‌ ପିଛା ୧ ଲକ୍ଷ ଟଙ୍କା ସୁଧ ବିହୀନ ଋଣ ଓ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ପ୍ରଦାନ ଲାଗି ଦାବି କରାଯାଇଛି। ନଚେତ୍‌ ଆସନ୍ତା ୧୬ତାରିଖରୁ ଲକ୍‌ଡାଉନ ଖୋଲିଲେ ମଧ୍ୟ ରାଜ୍ୟରେ ଚାଲୁଥିବା ୧୪ ହଜାର ବସ୍‌ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର,୨୬।୪(ବ୍ୟୁରୋ): ସାରା ରାଜ୍ୟ ପ୍ରବଳ ଖରାତାତିରେ ଆଉଟୁପାଉଟୁ ହେଉଛି। ଦୁଇଦିନ ହେବ ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସକାଳ ୭ଟାରୁ ଟାଇଁଟାଇଁ...

ରଙ୍ଗ୍‌ ସାଇଡ୍‌ରେ ପୋଲିସ ଭ୍ୟାନ୍‌: ଫଟୋ ଭାଇରାଲ

ଭୁବନେଶ୍ୱର,୨।୩(ବ୍ୟୁରୋ): ନୂଆ ମୋଟର ଯାନ ଆଇନକୁ ନେଇ ରବିବାର ରାଜଧାନୀରେ ଟ୍ରାଫିକ ଯାଞ୍ଚ ଚାଲିଥିବାବେଳେ କେତେଜଣ ନିୟମ ଉଲ୍ଲଂଘନକାରୀ ପୋଲିସ ଓ ଆର୍‌ଟିଓଙ୍କୁ ବିଭିନ୍ନ ପ୍ରକାର...

ଐତିହ୍ୟ ପୀଠ ବିକାଶରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ,୧୦।୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ଆସି ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି। ଠାକୁରଙ୍କୁ ଦର୍ଶନ କରିବା ପରେ...

ଚାନ୍ଦିପୁରରୁ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୭।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ଘାଟିରୁ ମଙ୍ଗଳବାର ସକାଳେ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮.୪୫ରେ ଚାନ୍ଦିପୁରର ୩ ନମ୍ବର...

ଓୟୁଏଟି ହଷ୍ଟେଲରେ ହେବ କ୍ୱାରାଣ୍ଟାଇନ୍‌ ସେଣ୍ଟର

ଭୁବନେଶ୍ୱର,୨୫ା୩ (ବ୍ୟୁରୋ): କୋଭିଡ୍‌-୧୯ର ସଂକ୍ରମଣକୁ ଏଡ଼ାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମ୍ପ୍ରତିକ ଏପରି ପରିସ୍ଥିତିକୁ ମୁକାବିଲା କରିବା...

ଆର୍ମି ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଆର୍ମି ପରୀକ୍ଷା ପାଇଁ ଟ୍ରେନରେ ମାତ୍ରାଧିକ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବୁଧବାର ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି।...

୧୫ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ:ବଁଦୀ ଜୀବନ୍‌ ବିତଉଛନ୍‌ ସୁଭଦ୍ରା

ସିନାପାଲି, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍‌ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍‌କେ ୧୫ ବଛର...

ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୩ ଲକ୍ଷର ପୁରସ୍କାର

ମାଲକାନଗିରି,୧୦ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଏସ୍‌ପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ପାଣ୍ଡୁରାମ ସାଲବାମ। ତାଙ୍କ...

Advertisement


Archives

Model This Week