ସତର୍କ ପରେ ବି ଚେତା ପଶୁନି

ଭୁବନେଶ୍ୱର,୧୫।୭: ଓଡ଼ିଶାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ପୂର୍ବରୁ ରାଜ୍ୟ ଗୋଇନ୍ଦା ବିଭାଗକୁ ସୂଚନା ଦିଆଯାଇଛି। ପାକିସ୍ତାନ ସମେତ ବାଂଲାଦେଶୀ ଆତଙ୍କବାଦୀଙ୍କ ପକ୍ଷରୁ ବିପଦ ରହିଥିବା ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ)ର ତତ୍‌କାଳୀନ ମୁଖ୍ୟ ଯୋଗେଶ ଚନ୍ଦ୍ର ମୋଦି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ସତର୍କ କରାଇଥିଲେ। ବିଶେଷକରି ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ଜମ୍ମାତ-ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି) ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ଘଟିଥିବା ଏନ୍‌ଆଇଏ ୨୦୨୦ରେ ସତର୍କ ଜାରି କରିଥିଲା। ଏପରି କି ଜେଏମ୍‌ବି ସହିତ ଜଡ଼ିତ ୧୨୫ସନ୍ଦିଗ୍ଧଙ୍କ ତଥ୍ୟ ବିଭିନ୍ନ ରାଜ୍ୟରେ ଥିବା ଗୋଇନ୍ଦା ଏଜେନ୍ସିକୁ ପଠାଯାଇଥିଲା। ଏହି ସତର୍କତା ପରେ ବି ରାଜ୍ୟ ଗୋଇନ୍ଦା ବିଭାଗ ଆତଙ୍କବାଦୀଙ୍କ ସମ୍ପର୍କରେ ସାମାନ୍ୟତମ ସୂଚନା ପାଇପାରୁ ନାହିଁ। ଏବେ କୋଲକାତା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଓଡ଼ିଶାରେ ଆତଙ୍କବାଦୀଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଲକତା ପୋଲିସର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ପ୍ରାୟ ୧୫ଜଣ ବାଂଲାଦେଶୀ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୧୦ଜଣ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ରହିଥିବା ଜଣାପଡ଼ିଛି। ଗିରଫ ଆତଙ୍କବାଦୀମାନେ ଜାଲ୍‌ କାଗଜପତ୍ରରେ ଭାରତରେ ପ୍ରବେଶ କରିବା ସହ ଘରଭଡ଼ାରେ ରହି ଫଳ ଓ ମଶାରି ଆଦି ବିକ୍ରି କରୁଥିବା କୋଲକାତା ପୋଲିସ କହିଛି।
ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବାଂଲାଦେଶୀଙ୍କ ଗତିବିଧି ଏବେ ଦେଖିବାକୁ ମିଳୁଛି। ନିଜକୁ କୋଲକାତାର ବାସିନ୍ଦା କହି ସହର ଓ ଗାଁ ବୁଲି ବୁଲି ଫେରି ବେପାର କରୁଥିଲେ ମଧ୍ୟ ଏମାନଙ୍କ ଉପରେ ଗୋଇନ୍ଦା ବିଭାଗର ନଜର ପଡୁନି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତ୍‌ସିଂହପୁର ଆଦି ଜିଲାର ଉପକୂଳ ଅଞ୍ଚଳରେ ବାଂଲାଦେଶୀ ଶରଣାର୍ଥୀମାନେ ସ୍ଥାୟୀ ବାସିନ୍ଦା ପାଲଟିଯାଇଥିବାରୁ ସେମାନଙ୍କ ପାଖରେ ମଧ୍ୟ ଆତଙ୍କବାଦୀମାନେ ଆଶ୍ରୟ ନେଉଥିବା ଆଶଙ୍କା କରାଯାଉଛି। ବହୁ ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶାର ମତ୍ସ୍ୟଜୀବୀ ଭାବେ ରହିଥିବା ମଧ୍ୟ ନଜିର ରହିଛି। ତେବେ ଏମାନଙ୍କ କାର୍ଯ୍ୟକଳାପ ଉପରେ ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ନିୟମିତ ନଜର ରଖାଯାଉ ନ ଥିବାରୁ ଆଗକୁ ଓଡ଼ିଶା ପାଇଁ ଦେଶର ସୁରକ୍ଷା ବିପନ୍ନ ହେବ ବୋଲି ମତପ୍ରକାଶ ପାଇଲାଣି। ପ୍ରତିରକ୍ଷା ବିଶେଷଜ୍ଞ କମଳାକାନ୍ତ ଦାସଙ୍କ କହିବା ଅନୁସାରେ ଓଡ଼ିଶାରେ ଅନ୍ୟ ରାଜ୍ୟଭଳି ହିଂସାତ୍ମକ କାର୍ଯ୍ୟକଳାପ ନ ଥିବାରୁ ଆତଙ୍କବାଦୀମାନେ ଏହାକୁ ସୁରକ୍ଷିତ ସ୍ଥାନ ବୋଲି ଭାବୁଛନ୍ତି। ଉତ୍ତର ପ୍ରଦେଶ ଓ ବିହାର ଭଳି ଏଠାରେ ସାମ୍ପ୍ରଦାୟିକ ହିଂସା ନାହିଁ, ତେଣୁ ଏଠାକାର ପୋଲିସ ମଧ୍ୟ ସେଦିଗରେ ଅଧିକ ତଦନ୍ତ କରୁନାହିଁ। ଏପରି କି ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ସେତେଟା ନାହିଁ। ହେଲେ ଏବେ ସ୍ଥିତି କିନ୍ତୁ ଭିନ୍ନ ହେଲାଣି। କୌଣସି ବି ସମୟରେ ଆତଙ୍କବାଦୀମାନେ ହିଂସା ଘଟାଇ ପାରନ୍ତି। ତେଣୁ ଓଡ଼ିଶା ପୋଲିସର ଗୋଇନ୍ଦା ବିଭାଗକୁ ଦୃଢ କରିବା ସହ ରାଜ୍ୟ ସରକାର ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍‌ ଗଠନ କରିବା ଆବଶ୍ୟକ। ଫଳରେ ଆତଙ୍କବାଦ କାର୍ଯ୍ୟକଳାପ ଓ ଆତଙ୍କବାଦୀଙ୍କ ଉପରେ ଗୋଇନ୍ଦା ତଥ୍ୟ ଯୋଗାଡ଼ କରାଯାଇ ପାରିବ। ଏନେଇ ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ କହିଛନ୍ତି, ଗିରଫ ଆତଙ୍କବାଦୀଙ୍କ ଓଡ଼ିଶା ସହ କୌଣସି ସମ୍ପର୍କ ନାହିଁ। ପଶ୍ଚିମବଙ୍ଗ ପୋଲିସ ନିକଟରୁ ମଧ୍ୟ ସେମିତି କୌଣସି ସୂଚନା ଆସିନାହିଁ। ଏହା ଏକ ଭିତ୍ତିହୀନ କଥା, ଏଥିରେ କୌଣସି ସତ୍ୟାସତ୍ୟ ନାହଁ। ପୂର୍ବ ସତର୍କତା ଅନୁସାରେ ଆମେ ସଜାଗ ଅଛୁ ଓ ରାଜ୍ୟରେ ସମସ୍ତ ଦିଗକୁ ଗୋଇନ୍ଦା ନଜର ରଖିଥିବା ଦାସ କହିଛନ୍ତି।
ବିଗତ ଦିନରେ ଓଡ଼ିଶାରେ ଘଟିଥିବା ଆତଙ୍କବାଦ ଘଟଣାକୁ ତର୍ଜମା କଲେ ରାଜ୍ୟ ଗୋଇନ୍ଦା ବିଭାଗର କାର୍ଯ୍ୟଧାରା ଓ ଅଧିକାରୀଙ୍କ ବୟାନ ବାସ୍ତବତା ସହଜରେ ବାରି ହୋଇପଡୁଛି। ଏନ୍‌ଆଇଏର ସୂଚନାକୁ ଆଧାର କରି ଆତଙ୍କବାଦୀ ଲିଙ୍କ୍‌ ନେଇ ୨୦୧୫ଜାନୁୟାରୀ ୨୪ରେ ଚାନ୍ଦିପୁର ଆଇଟିଆର୍‌ରେ ଠିକା ଭାବେ କାମକରୁଥିବା କ୍ୟାମେରାମ୍ୟାନ୍‌ ତଥା ମୟୂରଭଞ୍ଜର ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା। ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଓ ଡିଆର୍‌ଡିଓର ଗୁରୁତ୍ୱପୂର୍ଣ୍ଣ ଫଟୋ ସହ ତଥ୍ୟ ପଠାଉଥିବା ନେଇ ଈଶ୍ୱରଙ୍କ ବିରୋଧରେ ଅଭିଯୋଗ ରହିଥିଲା। ସେହିବର୍ଷ ଅକ୍ଟୋବର ୧୫ରେ ଅଲ୍‌କଏଦା ଆତଙ୍କବାଦୀ ସଂଗଠନର ସଦସ୍ୟ ଅବଦୁର୍‌ ରହମନଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ କଟକ ଜଗତପୁରରୁ ଗିରଫ କରିଥିଲା। ରହମାନ ନିଜ ସଂଗଠନର ୫ ସଦସ୍ୟଙ୍କୁ କଟକ ଲାଲ୍‌ବାଗ ଥାନା ଓଡ଼ିଆ ବଜାରରେ ଘର ଭଡ଼ା ନେଇ ରଖିଥିଲେ। ସେହିଭଳି ୨୦୧୬ ଫେବୃୟାରୀ ୧୬ରେ ରାଉରକେଲାର କ୍ୟୁରେସି ମହଲ୍ଲାସ୍ଥିତ ଏକ ଭଡ଼ାଘରୁ ଜଣେ ମହିଳାଙ୍କ ସମେତ ୫ଜଣ ଫେରାର ସିମି ଆତଙ୍କବାଦୀଙ୍କୁ ତେଲଙ୍ଗାନା କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍‌ ଗିରଫ କରିିଥିଲା। ୨୦୧୮ ଅଗଷ୍ଟ ୫ରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ହବିବୁର ରହମାନଙ୍କୁ ଏନ୍‌ଆଇଏ କେନ୍ଦ୍ରାପଡ଼ା ପାଟକୁରା ଥାନା ଅଞ୍ଚଳରୁ ଗିରଫ କରିଥିଲା। ତେବେ ଏସବୁ ଘଟଣାରେ ରାଜ୍ୟ ଗୋଇନ୍ଦା ବିଭାଗ ନିଜ ଆଡୁ ପ୍ରଥମେ ସୂଚନା ପାଇବାରେ ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?