ସତର୍କ ପରେ ବି ଚେତା ପଶୁନି

ଭୁବନେଶ୍ୱର,୧୫।୭: ଓଡ଼ିଶାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ପୂର୍ବରୁ ରାଜ୍ୟ ଗୋଇନ୍ଦା ବିଭାଗକୁ ସୂଚନା ଦିଆଯାଇଛି। ପାକିସ୍ତାନ ସମେତ ବାଂଲାଦେଶୀ ଆତଙ୍କବାଦୀଙ୍କ ପକ୍ଷରୁ ବିପଦ ରହିଥିବା ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ)ର ତତ୍‌କାଳୀନ ମୁଖ୍ୟ ଯୋଗେଶ ଚନ୍ଦ୍ର ମୋଦି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ସତର୍କ କରାଇଥିଲେ। ବିଶେଷକରି ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ଜମ୍ମାତ-ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି) ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ଘଟିଥିବା ଏନ୍‌ଆଇଏ ୨୦୨୦ରେ ସତର୍କ ଜାରି କରିଥିଲା। ଏପରି କି ଜେଏମ୍‌ବି ସହିତ ଜଡ଼ିତ ୧୨୫ସନ୍ଦିଗ୍ଧଙ୍କ ତଥ୍ୟ ବିଭିନ୍ନ ରାଜ୍ୟରେ ଥିବା ଗୋଇନ୍ଦା ଏଜେନ୍ସିକୁ ପଠାଯାଇଥିଲା। ଏହି ସତର୍କତା ପରେ ବି ରାଜ୍ୟ ଗୋଇନ୍ଦା ବିଭାଗ ଆତଙ୍କବାଦୀଙ୍କ ସମ୍ପର୍କରେ ସାମାନ୍ୟତମ ସୂଚନା ପାଇପାରୁ ନାହିଁ। ଏବେ କୋଲକାତା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଓଡ଼ିଶାରେ ଆତଙ୍କବାଦୀଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଲକତା ପୋଲିସର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ପ୍ରାୟ ୧୫ଜଣ ବାଂଲାଦେଶୀ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୧୦ଜଣ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ରହିଥିବା ଜଣାପଡ଼ିଛି। ଗିରଫ ଆତଙ୍କବାଦୀମାନେ ଜାଲ୍‌ କାଗଜପତ୍ରରେ ଭାରତରେ ପ୍ରବେଶ କରିବା ସହ ଘରଭଡ଼ାରେ ରହି ଫଳ ଓ ମଶାରି ଆଦି ବିକ୍ରି କରୁଥିବା କୋଲକାତା ପୋଲିସ କହିଛି।
ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବାଂଲାଦେଶୀଙ୍କ ଗତିବିଧି ଏବେ ଦେଖିବାକୁ ମିଳୁଛି। ନିଜକୁ କୋଲକାତାର ବାସିନ୍ଦା କହି ସହର ଓ ଗାଁ ବୁଲି ବୁଲି ଫେରି ବେପାର କରୁଥିଲେ ମଧ୍ୟ ଏମାନଙ୍କ ଉପରେ ଗୋଇନ୍ଦା ବିଭାଗର ନଜର ପଡୁନି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତ୍‌ସିଂହପୁର ଆଦି ଜିଲାର ଉପକୂଳ ଅଞ୍ଚଳରେ ବାଂଲାଦେଶୀ ଶରଣାର୍ଥୀମାନେ ସ୍ଥାୟୀ ବାସିନ୍ଦା ପାଲଟିଯାଇଥିବାରୁ ସେମାନଙ୍କ ପାଖରେ ମଧ୍ୟ ଆତଙ୍କବାଦୀମାନେ ଆଶ୍ରୟ ନେଉଥିବା ଆଶଙ୍କା କରାଯାଉଛି। ବହୁ ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶାର ମତ୍ସ୍ୟଜୀବୀ ଭାବେ ରହିଥିବା ମଧ୍ୟ ନଜିର ରହିଛି। ତେବେ ଏମାନଙ୍କ କାର୍ଯ୍ୟକଳାପ ଉପରେ ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ନିୟମିତ ନଜର ରଖାଯାଉ ନ ଥିବାରୁ ଆଗକୁ ଓଡ଼ିଶା ପାଇଁ ଦେଶର ସୁରକ୍ଷା ବିପନ୍ନ ହେବ ବୋଲି ମତପ୍ରକାଶ ପାଇଲାଣି। ପ୍ରତିରକ୍ଷା ବିଶେଷଜ୍ଞ କମଳାକାନ୍ତ ଦାସଙ୍କ କହିବା ଅନୁସାରେ ଓଡ଼ିଶାରେ ଅନ୍ୟ ରାଜ୍ୟଭଳି ହିଂସାତ୍ମକ କାର୍ଯ୍ୟକଳାପ ନ ଥିବାରୁ ଆତଙ୍କବାଦୀମାନେ ଏହାକୁ ସୁରକ୍ଷିତ ସ୍ଥାନ ବୋଲି ଭାବୁଛନ୍ତି। ଉତ୍ତର ପ୍ରଦେଶ ଓ ବିହାର ଭଳି ଏଠାରେ ସାମ୍ପ୍ରଦାୟିକ ହିଂସା ନାହିଁ, ତେଣୁ ଏଠାକାର ପୋଲିସ ମଧ୍ୟ ସେଦିଗରେ ଅଧିକ ତଦନ୍ତ କରୁନାହିଁ। ଏପରି କି ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ସେତେଟା ନାହିଁ। ହେଲେ ଏବେ ସ୍ଥିତି କିନ୍ତୁ ଭିନ୍ନ ହେଲାଣି। କୌଣସି ବି ସମୟରେ ଆତଙ୍କବାଦୀମାନେ ହିଂସା ଘଟାଇ ପାରନ୍ତି। ତେଣୁ ଓଡ଼ିଶା ପୋଲିସର ଗୋଇନ୍ଦା ବିଭାଗକୁ ଦୃଢ କରିବା ସହ ରାଜ୍ୟ ସରକାର ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍‌ ଗଠନ କରିବା ଆବଶ୍ୟକ। ଫଳରେ ଆତଙ୍କବାଦ କାର୍ଯ୍ୟକଳାପ ଓ ଆତଙ୍କବାଦୀଙ୍କ ଉପରେ ଗୋଇନ୍ଦା ତଥ୍ୟ ଯୋଗାଡ଼ କରାଯାଇ ପାରିବ। ଏନେଇ ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ କହିଛନ୍ତି, ଗିରଫ ଆତଙ୍କବାଦୀଙ୍କ ଓଡ଼ିଶା ସହ କୌଣସି ସମ୍ପର୍କ ନାହିଁ। ପଶ୍ଚିମବଙ୍ଗ ପୋଲିସ ନିକଟରୁ ମଧ୍ୟ ସେମିତି କୌଣସି ସୂଚନା ଆସିନାହିଁ। ଏହା ଏକ ଭିତ୍ତିହୀନ କଥା, ଏଥିରେ କୌଣସି ସତ୍ୟାସତ୍ୟ ନାହଁ। ପୂର୍ବ ସତର୍କତା ଅନୁସାରେ ଆମେ ସଜାଗ ଅଛୁ ଓ ରାଜ୍ୟରେ ସମସ୍ତ ଦିଗକୁ ଗୋଇନ୍ଦା ନଜର ରଖିଥିବା ଦାସ କହିଛନ୍ତି।
ବିଗତ ଦିନରେ ଓଡ଼ିଶାରେ ଘଟିଥିବା ଆତଙ୍କବାଦ ଘଟଣାକୁ ତର୍ଜମା କଲେ ରାଜ୍ୟ ଗୋଇନ୍ଦା ବିଭାଗର କାର୍ଯ୍ୟଧାରା ଓ ଅଧିକାରୀଙ୍କ ବୟାନ ବାସ୍ତବତା ସହଜରେ ବାରି ହୋଇପଡୁଛି। ଏନ୍‌ଆଇଏର ସୂଚନାକୁ ଆଧାର କରି ଆତଙ୍କବାଦୀ ଲିଙ୍କ୍‌ ନେଇ ୨୦୧୫ଜାନୁୟାରୀ ୨୪ରେ ଚାନ୍ଦିପୁର ଆଇଟିଆର୍‌ରେ ଠିକା ଭାବେ କାମକରୁଥିବା କ୍ୟାମେରାମ୍ୟାନ୍‌ ତଥା ମୟୂରଭଞ୍ଜର ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା। ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଓ ଡିଆର୍‌ଡିଓର ଗୁରୁତ୍ୱପୂର୍ଣ୍ଣ ଫଟୋ ସହ ତଥ୍ୟ ପଠାଉଥିବା ନେଇ ଈଶ୍ୱରଙ୍କ ବିରୋଧରେ ଅଭିଯୋଗ ରହିଥିଲା। ସେହିବର୍ଷ ଅକ୍ଟୋବର ୧୫ରେ ଅଲ୍‌କଏଦା ଆତଙ୍କବାଦୀ ସଂଗଠନର ସଦସ୍ୟ ଅବଦୁର୍‌ ରହମନଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ କଟକ ଜଗତପୁରରୁ ଗିରଫ କରିଥିଲା। ରହମାନ ନିଜ ସଂଗଠନର ୫ ସଦସ୍ୟଙ୍କୁ କଟକ ଲାଲ୍‌ବାଗ ଥାନା ଓଡ଼ିଆ ବଜାରରେ ଘର ଭଡ଼ା ନେଇ ରଖିଥିଲେ। ସେହିଭଳି ୨୦୧୬ ଫେବୃୟାରୀ ୧୬ରେ ରାଉରକେଲାର କ୍ୟୁରେସି ମହଲ୍ଲାସ୍ଥିତ ଏକ ଭଡ଼ାଘରୁ ଜଣେ ମହିଳାଙ୍କ ସମେତ ୫ଜଣ ଫେରାର ସିମି ଆତଙ୍କବାଦୀଙ୍କୁ ତେଲଙ୍ଗାନା କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍‌ ଗିରଫ କରିିଥିଲା। ୨୦୧୮ ଅଗଷ୍ଟ ୫ରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ହବିବୁର ରହମାନଙ୍କୁ ଏନ୍‌ଆଇଏ କେନ୍ଦ୍ରାପଡ଼ା ପାଟକୁରା ଥାନା ଅଞ୍ଚଳରୁ ଗିରଫ କରିଥିଲା। ତେବେ ଏସବୁ ଘଟଣାରେ ରାଜ୍ୟ ଗୋଇନ୍ଦା ବିଭାଗ ନିଜ ଆଡୁ ପ୍ରଥମେ ସୂଚନା ପାଇବାରେ ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri