ଜଳନ୍ତା କୋଠାରୁ ଶିଶୁପୁତ୍ରକୁ ତଳକୁ ଫିଙ୍ଗିଦେଲେ ମହିଳା, ଭିଡିଓ ଭାଇରାଲ

କେପ୍‌ଟାଉନ,୧୫ା୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ୍‌ ଜୁମା ଗିରଫ ହେବା ପରେ କେତେକ ସହରରେ ହିଂସା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପରିସ୍ଥିତି ଏତେ ଖରାପ ଯେ, ଜଣେ ମହିଳା ଜଳୁଥିବା କୋଠାରୁ ନିଜ ପିଲାକୁ ତଳକୁ ଫିଙ୍ଗି ଦେଇଛନ୍ତି।

ଡର୍ବାନର ସେଣ୍ଟ୍ରାଲ ବିଜ୍‌ନେସ ଜିଲାରେ ଦଙ୍ଗାକାରୀମାନେ ଉପର ମହଲାରେ ଥିବା ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମହିଳା ଜଣକ ଏହି କୋଠାରେ ଫସି ରହିଥିଲେ। ମହିଳା ଜଣକ କୌଣସି ଉପାୟ ନ ପାଇ ନିଜ ଶିଶୁପୁତ୍ରର ଜୀବନ ବଞ୍ଚାଇବା ପାଇଁ ତଳକୁ ଫିଙ୍ଗି ଦେଇଥିଲେ।

ତଳେ ଥିବା କିଛି ଲୋକ ଆପାର୍ଟମେଣ୍ଟରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରୁଥିଲେ। ଯେତେବେଳେ ସେମାନେ ଏହା ଦେଖିଲେ ଯେ, ମହିଳା ଜଣକ ନିଜ ପିଲାକୁ ତଳକୁ ଫିଙ୍ଗୁଛନ୍ତି କର୍ମଚାରୀମାନେ ଆସି ପିଲାଟିକୁ ଉଦ୍ଧାର କରିଥିଲେ। ମହିଳା ଜଣକ ଏବେ କିଛି କହିପାରୁନାହାନ୍ତି। ସେ କୋମାରେ।

ସୂଚନାଯୋଗ୍ୟ, ୭୯ ବର୍ଷୀୟ ଜୁମାଙ୍କୁ ୧୫ ମାସ ଜେଲ୍‌ଦଣ୍ଡ ଶୁଣାଇ ଦିଆଯାଇଛି। ଗତ ସପ୍ତାହରେ ତାଙ୍କୁ ଗିରଫ ବି କରାଯାଇଛି। ଚଳିତବର୍ଷ ଜୁନ୍‌ରେ ଜ୍ୟାକବ୍‌ ତାଙ୍କ ରାଷ୍ଟ୍ରପତି କାଳରେ ହୋଇଥିବା ଦୁର୍ନୀତିର ତଦନ୍ତରେ ଜଡ଼ିତ ଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତଦନ୍ତରେ ସେ ଅଂଶଗ୍ରହଣ କରି ନ ଥିଲେ। ତାଙ୍କୁ ଜେଲ୍‌ ଦଣ୍ଡାଦେଶ ଶୁଣାଯିବା ପରେ ତାଙ୍କ ସମର୍ଥକମାନେ ରାଗିଯାଇ ତାଙ୍କୁ ମୁକ୍ତ ପାଇଁ ଦାବି କରିବା ସହ ରାସ୍ତା ଅବରୋଧ କରିଥିଲେ। ଏହାପରେ ହିଂସା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri