‘ଧାନକିଣା ଅବ୍ୟବସ୍ଥା, ଦୁର୍ନୀତି ରୋକିବାକୁ ପଦକ୍ଷେପ ନିଅ’

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ବୁଧବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଧାନ ସଂଗ୍ରହରେ ରାଜ୍ୟ ସରକାରଙ୍କ ଦ୍ୱାରା ଦୁର୍ନୀତି ଏବଂ ଚାଲିଥିବା ଅବ୍ୟବସ୍ଥାକୁ ରୋକିବା ଲାଗି ନିର୍ଦ୍ଦେଶ ଦେବାକୁ ସେମାନେ ଗୋୟଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏକ ସ୍ମାରକପତ୍ର ଜରିଆରେ ଭାଜପା ଏମ୍‌ପିମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ୨ ଗୁଣା କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଠିକ୍‌ ସମୟରେ ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣା ହେବା, ଠିକ୍‌ ସମୟରେ ଚାଷୀଙ୍କୁ ସେମାନଙ୍କ ବିକ୍ରି ଟଙ୍କା ମିଳିବା ନେଇ ସୁନିଶ୍ଚିତ କରାଯାଇଛି। କେନ୍ଦ୍ର ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ (ଡିଏଫ୍‌ପଡି) ବିକେନ୍ଦ୍ରୀକରଣ ସଂଗ୍ରହ ପ୍ରକ୍ରିୟା ସ୍ଥାନୀୟ ଧାନକିଣାକୁ ପ୍ରୋତ୍ସାହିତ କରୁଛି ା ଫଳରେ ସ୍ଥାନୀୟ ଚାଷୀମାନେ ଏମ୍‌ଏସ୍‌ପି ଦ୍ୱାରା ଲାଭବାନ୍‌ ହେଉଛନ୍ତି। ମାତ୍ର ଓଡ଼ିଶାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ରାଜ୍ୟର ଚାଷୀଙ୍କ କଷ୍ଟକୁ ବଢ଼ାଇ ଦେଇଛି। ଏହି ସମସ୍ୟା ନେଇ ଭାଜପା ଏମ୍‌ପିମାନେ ଚଳିତବର୍ଷ ମାର୍ଚ୍ଚ ୧୬ରେ ରାଜ୍ୟରେ ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିଥିଲେ।
ଏହାପରେ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଧାନକିଣା ବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା। ଓଡ଼ିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଗତ ମାର୍ଚ୍ଚ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ତଦନ୍ତକାରୀ ଦଳ ପକ୍ଷରୁ ବିଭିନ୍ନ ଜିଲା ପ୍ରଦର୍ଶନ କରାଯିବା ସହ ରାଜ୍ୟ ସରକାରଙ୍କୁ କିଛି ସୁପାରିସ ସହ ପରାମର୍ଶ ଦିଆଯାଇଥିଲା। ମାତ୍ର ଏହି ପରାମର୍ଶକୁ ରାଜ୍ୟ ସରକାର ଅଣଦେଖା କରିଥିବା ବେଳେ ଏହାକୁ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧି ଦଳ ଗୋୟଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।
ରାଜ୍ୟ ସରକାର ସମ୍ପୂର୍ଣ୍ଣ ଡିଜିଟାଲାଇଜେଶନ କହୁଥିଲେ ମଧ୍ୟ ଧାନକିଣା ବ୍ୟବସ୍ଥାରେ ଆଂଶିକ ଡିଜିଟାଲାଇଜେଶନ ହୋଇଛି। ଗୁଣାତ୍ମକ ମାନ ଯାଞ୍ଚ କରିବା ପଦ୍ଧତିକୁ ମଧ୍ୟ ମାନୁଆଲି ତଥା ଜାଣିଶୁଣି କରାଯାଉଛି। ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ନ ଥିବା କାରଣରୁ ଚାଷୀ ମଣ୍ଡି ମାଫିଆଙ୍କ ଦ୍ୱାରା ଲୁଟ୍‌ର ଶିକାର ହେଉଛନ୍ତି। ଧାନର ଗୁଣବତ୍ତା ନିୟନ୍ତ୍ରଣ କରିବା ପାଇଁ ଚୁକ୍ତିଭିତ୍ତିକ ଭାବେ ଅଧିକାରୀ ବା କ୍ୱାଲିଟି କଣ୍ଟ୍ରୋଲ ଇନ୍‌ସ୍ପେକ୍ଟରଙ୍କୁ ନିୟୋଜିତ କରାଯାଇଛ, ଯେଉଁମାନେ ନିଜ ଇଚ୍ଛା ମୁତାବକ କ୍ୱାଲିଟି ପାରାମିଟରକୁ ପୂରଣ କରନ୍ତି। ସମଗ୍ର କ୍ରୟ ପ୍ରକ୍ରିୟା ମିଲରମାନଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ହେଉଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ବ୍ୟବହୃତ ବସ୍ତା, ଧାନର ପରିବହନ, ଲୋଡିଂ ଏବଂ ମଣ୍ଡି ପରିଚାଳନା ପାଇଁ ରାଜ୍ୟ ସରକାର ମିଲରମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହା ଭାରତ ସରକାରଙ୍କ ଦ୍ୱାରା ଇ-ଟେଣ୍ଡର ମାଧ୍ୟମରେ ଧାନର ପରିବହନ ମୂଲ୍ୟ ଏବଂ ପରିବହନ ଦର ନିର୍ଦ୍ଧାରଣ ପାଇଁ ଏସ୍‌ଓଆର୍‌ ନିୟମର ଉଲ୍ଲଂଘନ କରୁଛି। ରାଜ୍ୟ ସରକାରଙ୍କ ମଣ୍ଡିକୁ ସୁବ୍ୟବସ୍ଥିତ କରିବାରେ ଅପାରଗତା ତଥା ମିଲରମାନଙ୍କ ଉପରେ ଅଧିକ ନିର୍ଭରତା ଯୋଗୁ ଏମ୍‌ଏସ୍‌ପିକୁ ସୁନିଶ୍ଚିତ କରିବାରେ ବିଫଳ ହେଉଛନ୍ତି। ଟୋକନ ମଧ୍ୟ ନଷ୍ଟ ହେଉଛି। ଏହିସବୁ କାରଣରୁ ରାଜ୍ୟର ଚାଷୀମାନେ ବର୍ତ୍ତମାନ ହତାଶରେ ଅଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri