ଲୋକଙ୍କ ବଦଳରେ ମୋ ଜୀବନ ନିଅ

ନାପିତାଓ, ୧୦ା୩: ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ ନିର୍ବାଚିତ ସରକାରକୁ ମ୍ୟାନ୍‌ମାରରୁ ହଟାଇ ସେନା କ୍ଷମତା ମାଡ଼ିବସିବା ପରଠାରୁ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଶକ୍ତିଶାଳୀ ସେନାର ନ୍ୟାୟ ବହିର୍ଭୂତ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାବେଳେ ସାହସିକତା ଦେଖାଇଛନ୍ତି ଜଣେ ନନ୍‌।
ଫେବୃୟାରୀ ୧ରେ ସ୍ୟୁ ଚୀ ସରକାରଙ୍କ କ୍ଷମତା ଅପହରଣ କରିବା ପରଠାରୁ ମ୍ୟାନ୍‌ମାରରେ ସେନା ଓ ପୋଲିସର ବର୍ବରତା ଲୋକଙ୍କ ଜୀବନ ନେଇଚାଲିଛି। ମଙ୍ଗଳବାର ସୁଦ୍ଧା ୬୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ଜୀବନ ଯାଇଛି। ଏପରି ସ୍ଥିତିରେ ସେନାର ନରସଂହାର ଅଟକାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ସିଷ୍ଟର ଆନ୍‌ ରୋଜ୍‌ ନୁ ତଙ୍ଗ୍‌। ସେ ଉତ୍ତର ମ୍ୟାନମାର ରାସ୍ତାରେ ଜଗି ରହିଥିବା ସେନା ଆଗରେ ଆଣ୍ଠେଇ ପଡ଼ି ଲୋକଙ୍କ ଉପରକୁ ଗୁଳିଚାଳନା ନ କରିବାକୁ ଅନୁରୋଧ କରିଛନ୍ତି। ସେମାନଙ୍କୁ ମାରିବା ପୂର୍ବରୁ ପ୍ରଥମେ ତାଙ୍କୁ ହତ୍ୟା କରିବାକୁ ହେବ ବୋଲି ସେ ସେନାକୁ କହିଥିଲେ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ନନ୍‌ ଜଣକ ବେଶ ସାହସିକତା ପ୍ରଦର୍ଶନ କରିଛନ୍ତି ବୋଲି ମତ ପ୍ରକାଶ ପାଇଛି। କ୍ୟାଥୋଲିକ୍‌ ନନ୍‌ ନୁ ତଙ୍ଗ୍‌ ଧଳା ରଙ୍ଗର କୁର୍ତ୍ତି ପିନ୍ଧି ଦୁଇ ହାତ ଖୋଲାକରି ସାମରିକ ବଳ ଆଗରେ ଆଣ୍ଠୁମାଡ଼ି ବସିଥିବା ଫଟୋରେ ଦେଖିବାକୁ ମିଳିଛି। ବିକ୍ଷୋଭକାରୀଙ୍କୁ ହଟାଇବାକୁ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି ସେନା କହିବା ସହ ନନ୍‌ଙ୍କୁ ସେଠାରୁ ଚାଲିଯିବାକୁ ଅନୁରୋଧ କରିଥିଲା। କିନ୍ତୁ ନନ୍‌ ସେମିତି ବସି ରହି ଗୁଳିଚାଳନା ବନ୍ଦ କରିବାକୁ କହିଚାଲିଥିଲେ। ହେଲେ ମ୍ୟାନମାର ସେନା ଏହାର କିଛି ସମୟ ପରେ ନନ୍‌ଙ୍କ ପଛରେ ଥିବା ଆନ୍ଦୋଳନକାରୀଙ୍କ ଉପରେ ପୁଣି ଗୁଳିଚାଳନା କରିଥିଲେ। ମ୍ୟାନ୍‌ମାରବାସୀ ବିପଦରେ ପଡ଼ିଛନ୍ତି। ଏହା ତାଙ୍କୁ ବେଶ୍‌ କଷ୍ଟ ଦେଉଛି। ଏପରି ସ୍ଥିତିରେ ସେ କିଛି ନ କରି ରହିପାରିବେନି ବୋଲି ନୁ ତଙ୍ଗ୍‌ କହିଛନ୍ତି। ଏଥିପୂର୍ବରୁ ଫେବୃୟାରୀ ୨୮ରେ ମଧ୍ୟ ନୁ ତଙ୍ଗ୍‌ ମ୍ୟାନମାର ସୈନ୍ୟଙ୍କ ନିକଟକୁ ଚାଲି ଚାଲି ଯିବା ସହ ସେଠାରେ ଆଣ୍ଠେଇ ପଡ଼ି ଲୋକଙ୍କୁ ଦୟା କରିବାକୁ ହାତ ଯୋଡ଼ି ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri