Posted inଜାତୀୟ

କଳା ଆଇନ ଫେରାଇ ନିଅ

ନୂଆଦିଲ୍ଲୀ,୨୮ା୧୧: କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ସମ୍ବଳିତ ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି ଜୋର୍‌ ଧରିଛି। କୃଷକମାନେ ଏହି ‘କଳା ଆଇନ’ ଫେରାଇନେବା ପାଇଁ କେନ୍ଦ୍ର ନିକଟରେ ଅଡ଼ିବସିଛନ୍ତି। ଇତିମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ସରକାର କୃଷକଙ୍କ ସହ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ। ଆମେ ଡିସେମ୍ବର ୩ରେ ଆଉ ଏକ ପର୍ଯ୍ୟାୟରେ ଆଲୋଚନା ପାଇଁ କୃଷକ ସଙ୍ଗଠନଗୁଡ଼ିକୁ ଆମନ୍ତ୍ରଣ କରିଛୁ। କୋଭିଡ୍‌-୧୯ ଓ ଶୀତକୁ ଦୃଷ୍ଟିରେ ରଖି ଆନ୍ଦୋଳନରୁ ଓହରିଯିବାକୁ କୃଷକମାନଙ୍କୁ ଅନୁରୋଧ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ସମାଲୋଚନା କରି ସତ୍ୟର ଯୁଦ୍ଧ ଲଢ଼ିବାରେ କୃଷକମାନଙ୍କୁ ବିଶ୍ୱର କୌଣସି ସରକାର ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି।
ସେପ୍ଟେମ୍ବର ୨୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ପଡ଼ିବା ପରେ ୩ କୃଷି ବିଲ୍‌ ଆଇନରେ ପରିଣତ ହୋଇଥିଲା। ସେଗୁଡ଼ିକ ହେଲା ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ କମର୍ସ (ପ୍ରୋଟେକ୍ସନ ଆଣ୍ଡ ଫାସିଲିଟି) ଆକ୍ଟ, ଫାର୍ମର୍ସ (ଏମ୍ପାଓ୍ବାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ୍‌ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍‌ ଏବଂ ଏସେନ୍ସିଆଲ କମୋଡିଟିଜ୍‌ (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୨୦। ଏହି ୩ ଆଇନ ମିଳିତ ଭାବେ ‘ନୂଆ କୃଷି ଆଇନ, ୨୦୨୦’ ନାମରେ ପରିଚିତ। ପ୍ରଥମେ ଏହି ଆଇନକୁ ୨୦୨୦ ଜୁନ୍‌ରେ ଅଧ୍ୟାଦେଶ ବଳରେ ଅଣାଯାଇଥିଲା। ପରେ ଏହାକୁ ବିଧେୟକ ଭାବେ ଚିଠା ପ୍ରସ୍ତୁତ କରି ପାର୍ଲାମେଣ୍ଟରେ ଆଗତ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନର ରୂପ ନେଇଥିଲେ ହେଁ ଏହାକୁ ଦେଶର କୋଣ ଅନୁକୋଣରେ ବିରୋଧ କରାଯାଉଛି। ବିଶେଷକରି ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ଛତିଶଗଡ଼ କୃଷି ଆଇନ ବିରୋଧର ହଟ୍‌ସ୍ପଟ ପାଲଟିଛି। କେବଳ ବିରୋଧୀ ନୁହନ୍ତି, କୃଷକ ସଙ୍ଗଠନଗୁଡ଼ିକ ମଧ୍ୟ ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି। ତେବେ ଉକ୍ତ ଆଇନ ବଳରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରାଯାଇପାରିବ। ଏହା କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। କୃଷକମାନେ ସେମାନଙ୍କ ଉତ୍ପାଦିତ ଶସ୍ୟକୁ ଖୋଲା ବଜାରରେ ବିକ୍ରି କରିପାରିବେ। ମଧ୍ୟସ୍ଥ ବ୍ୟବସ୍ଥା ଉଚ୍ଛେଦ ହେବା ଫଳରେ ସେମାନଙ୍କ ମୂଲଚାଲ କ୍ଷମତା ବଢ଼ିବ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ୁଛନ୍ତି। ଅନ୍ୟପକ୍ଷେ କୃଷକମାନେ ଆଶଙ୍କା କରୁଛନ୍ତି ଯେ, ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇବାରୁ ବଞ୍ଚତ୍ତ ହେବେ। ସେମାନେ ଘରୋଇ ପକ୍ଷଙ୍କ ଦୟାରେ ଚଳିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ଦୁଇମାସର ବିରୋଧ ଭିତରେ ପଞ୍ଜାବର ୧୩ କୃଷକଙ୍କ ମୃତ୍ୟୁ ଘଟିଲାଣି। ଏସବୁକୁ ଦୃଷ୍ଟିରେ ରଖି କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ‘ଦିଲ୍ଲୀ ଚଲୋ’ ଡାକରା ଦିଆଯାଇଛି। ପଞ୍ଜାବ ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ ଦିଲ୍ଲୀରେ ପହଞ୍ଚତ୍ଛନ୍ତି।
ଭାଜପା ନେତୃତ୍ୱାଧୀନ ହରିୟାଣା ତଥା କେନ୍ଦ୍ର ସରକାରଙ୍କ କଡ଼ା ବିରୋଧର ସମ୍ମୁଖୀନ ହୋଇଥିଲେ ସୁଦ୍ଧା କୃଷକମାନେ ପଛକୁ ଫେରିନାହାନ୍ତି କି ମୁଣ୍ଡ ନୁଆଇ ନାହାନ୍ତି। ଲୁହବୁହା ବାଷ୍ପ ସାଙ୍ଗକୁ ତୁହାକୁ ତୁହା ପାଣି ବର୍ଷାକୁ ସହି ସେମାନେ ନିଜ ହକ୍‌ ପାଇଁ ଲଢ଼େଇ ଜାରି ରଖିଛନ୍ତି। ଦିଲ୍ଲୀ ଯାଉଥିବାବେଳେ ଶୁକ୍ରବାର ହରିୟାଣାର ଭିଓ୍ବାନିରେ ଏକ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ କୃଷକ ତନ୍ନା ସିଂଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ସେପଟେ ଦିଲ୍ଲୀର ବୁରାରିସ୍ଥିତ ନିରଙ୍କାରୀ ଗ୍ରାଉଣ୍ଡରେ ଏକତ୍ରିତ ହେବା ପରେ ଦିଲ୍ଲୀ ସରକାର ସେମାନଙ୍କୁ ପାନୀୟ ଜଳ ଓ ଅନ୍ୟ ଜରୁରୀ ସେବା ଉପଲବ୍ଧ କରାଇଛନ୍ତି। ବିକ୍ଷୋଭରତ ଚାଷୀମାନେ କୃଷି ଆଇନକୁ ‘କଳା ଆଇନ’ ଭାବେ ଅଭିହିତ କରି ସେମାନଙ୍କ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?