Posted inଜାତୀୟ

କଳା ଆଇନ ଫେରାଇ ନିଅ

ନୂଆଦିଲ୍ଲୀ,୨୮ା୧୧: କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ସମ୍ବଳିତ ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି ଜୋର୍‌ ଧରିଛି। କୃଷକମାନେ ଏହି ‘କଳା ଆଇନ’ ଫେରାଇନେବା ପାଇଁ କେନ୍ଦ୍ର ନିକଟରେ ଅଡ଼ିବସିଛନ୍ତି। ଇତିମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ସରକାର କୃଷକଙ୍କ ସହ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ। ଆମେ ଡିସେମ୍ବର ୩ରେ ଆଉ ଏକ ପର୍ଯ୍ୟାୟରେ ଆଲୋଚନା ପାଇଁ କୃଷକ ସଙ୍ଗଠନଗୁଡ଼ିକୁ ଆମନ୍ତ୍ରଣ କରିଛୁ। କୋଭିଡ୍‌-୧୯ ଓ ଶୀତକୁ ଦୃଷ୍ଟିରେ ରଖି ଆନ୍ଦୋଳନରୁ ଓହରିଯିବାକୁ କୃଷକମାନଙ୍କୁ ଅନୁରୋଧ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ସମାଲୋଚନା କରି ସତ୍ୟର ଯୁଦ୍ଧ ଲଢ଼ିବାରେ କୃଷକମାନଙ୍କୁ ବିଶ୍ୱର କୌଣସି ସରକାର ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି।
ସେପ୍ଟେମ୍ବର ୨୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ପଡ଼ିବା ପରେ ୩ କୃଷି ବିଲ୍‌ ଆଇନରେ ପରିଣତ ହୋଇଥିଲା। ସେଗୁଡ଼ିକ ହେଲା ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ କମର୍ସ (ପ୍ରୋଟେକ୍ସନ ଆଣ୍ଡ ଫାସିଲିଟି) ଆକ୍ଟ, ଫାର୍ମର୍ସ (ଏମ୍ପାଓ୍ବାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ୍‌ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍‌ ଏବଂ ଏସେନ୍ସିଆଲ କମୋଡିଟିଜ୍‌ (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୨୦। ଏହି ୩ ଆଇନ ମିଳିତ ଭାବେ ‘ନୂଆ କୃଷି ଆଇନ, ୨୦୨୦’ ନାମରେ ପରିଚିତ। ପ୍ରଥମେ ଏହି ଆଇନକୁ ୨୦୨୦ ଜୁନ୍‌ରେ ଅଧ୍ୟାଦେଶ ବଳରେ ଅଣାଯାଇଥିଲା। ପରେ ଏହାକୁ ବିଧେୟକ ଭାବେ ଚିଠା ପ୍ରସ୍ତୁତ କରି ପାର୍ଲାମେଣ୍ଟରେ ଆଗତ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନର ରୂପ ନେଇଥିଲେ ହେଁ ଏହାକୁ ଦେଶର କୋଣ ଅନୁକୋଣରେ ବିରୋଧ କରାଯାଉଛି। ବିଶେଷକରି ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ଛତିଶଗଡ଼ କୃଷି ଆଇନ ବିରୋଧର ହଟ୍‌ସ୍ପଟ ପାଲଟିଛି। କେବଳ ବିରୋଧୀ ନୁହନ୍ତି, କୃଷକ ସଙ୍ଗଠନଗୁଡ଼ିକ ମଧ୍ୟ ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି। ତେବେ ଉକ୍ତ ଆଇନ ବଳରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରାଯାଇପାରିବ। ଏହା କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। କୃଷକମାନେ ସେମାନଙ୍କ ଉତ୍ପାଦିତ ଶସ୍ୟକୁ ଖୋଲା ବଜାରରେ ବିକ୍ରି କରିପାରିବେ। ମଧ୍ୟସ୍ଥ ବ୍ୟବସ୍ଥା ଉଚ୍ଛେଦ ହେବା ଫଳରେ ସେମାନଙ୍କ ମୂଲଚାଲ କ୍ଷମତା ବଢ଼ିବ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ୁଛନ୍ତି। ଅନ୍ୟପକ୍ଷେ କୃଷକମାନେ ଆଶଙ୍କା କରୁଛନ୍ତି ଯେ, ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇବାରୁ ବଞ୍ଚତ୍ତ ହେବେ। ସେମାନେ ଘରୋଇ ପକ୍ଷଙ୍କ ଦୟାରେ ଚଳିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ଦୁଇମାସର ବିରୋଧ ଭିତରେ ପଞ୍ଜାବର ୧୩ କୃଷକଙ୍କ ମୃତ୍ୟୁ ଘଟିଲାଣି। ଏସବୁକୁ ଦୃଷ୍ଟିରେ ରଖି କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ‘ଦିଲ୍ଲୀ ଚଲୋ’ ଡାକରା ଦିଆଯାଇଛି। ପଞ୍ଜାବ ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ ଦିଲ୍ଲୀରେ ପହଞ୍ଚତ୍ଛନ୍ତି।
ଭାଜପା ନେତୃତ୍ୱାଧୀନ ହରିୟାଣା ତଥା କେନ୍ଦ୍ର ସରକାରଙ୍କ କଡ଼ା ବିରୋଧର ସମ୍ମୁଖୀନ ହୋଇଥିଲେ ସୁଦ୍ଧା କୃଷକମାନେ ପଛକୁ ଫେରିନାହାନ୍ତି କି ମୁଣ୍ଡ ନୁଆଇ ନାହାନ୍ତି। ଲୁହବୁହା ବାଷ୍ପ ସାଙ୍ଗକୁ ତୁହାକୁ ତୁହା ପାଣି ବର୍ଷାକୁ ସହି ସେମାନେ ନିଜ ହକ୍‌ ପାଇଁ ଲଢ଼େଇ ଜାରି ରଖିଛନ୍ତି। ଦିଲ୍ଲୀ ଯାଉଥିବାବେଳେ ଶୁକ୍ରବାର ହରିୟାଣାର ଭିଓ୍ବାନିରେ ଏକ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ କୃଷକ ତନ୍ନା ସିଂଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ସେପଟେ ଦିଲ୍ଲୀର ବୁରାରିସ୍ଥିତ ନିରଙ୍କାରୀ ଗ୍ରାଉଣ୍ଡରେ ଏକତ୍ରିତ ହେବା ପରେ ଦିଲ୍ଲୀ ସରକାର ସେମାନଙ୍କୁ ପାନୀୟ ଜଳ ଓ ଅନ୍ୟ ଜରୁରୀ ସେବା ଉପଲବ୍ଧ କରାଇଛନ୍ତି। ବିକ୍ଷୋଭରତ ଚାଷୀମାନେ କୃଷି ଆଇନକୁ ‘କଳା ଆଇନ’ ଭାବେ ଅଭିହିତ କରି ସେମାନଙ୍କ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri