ରାସ୍ତା ଉଚ୍ଛେଦ କରିବାକୁ ଯାଇ ତହସିଲଦାର ହଟହଟା

ବାଲିକୁଦା,୨୩ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ତହସିଲ ପ୍ରଶାସନ ଶ୍ମଶାନ ଓ ଗୋଚରରେ ନିର୍ମାଣ କରାଯାଇଥିବା ବେଆଇନ ରାସ୍ତାକୁ ବୁଧବାର ଜେସିବି ଲଗାଇ ତାଡ଼ିଛି। ତେବେ ଏହି ଜବରଦଖଲ ଓ ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପୋଲିସ ଅଭାବ ଦର୍ଶାଇ ଏହାକୁ ସ୍ଥଗିତ ରଖାଯିବାକୁ ନେଇ ଗ୍ରାମବାସୀଙ୍କ ନିକଟରେ ବାଲିକୁଦା ତହସିଲଦାରଙ୍କୁ ହଟହଟା ହେବାକୁ ପଡିଛି। ତହସିଦାରଙ୍କ ସରକାରୀ ଗାଡ଼ିକୁ ଅଞ୍ଚଳବାସୀ ଅଟକାଇ ରଖିବା ପରେ ପୋଲିସ, ଜନସାଧାରଣ ଓ ତହସିଲଦାରଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ପରେ ପୁଣି ସେହି ନିର୍ମିତ ବିବାଦୀୟ ରାସ୍ତାକୁ ଉଚ୍ଛେଦ କରାଯାଇଥିଲା।
ପ୍ରକାଶ ଯେ, ସରକାରୀ ଜାଗାକୁ ଜବରଦଖଲ କରି ବୋରିକିନା ମୌଜାର ଗଁା କୈଳାସ ବାରିକ ଶ୍ମଶାନ ଓ ଗୋଚର କିସମ ଜମିରେ ବେଆଇନ ରାସ୍ତା ନିର୍ମାଣ କରିଥିଲେ। ଯାହାକୁ ଗ୍ରାମବାସୀ ବିରୋଧ କରୁଥିଲେ। ଏହା ମୂଳରେ ମଦ ଦୋକାନ ଖୋଲିବା ଲକ୍ଷ୍ୟ ହିଁ ରହିଥିଲା। କୌଣସି ପ୍ରକାରେ ନିଜ ଗଁା ପରିସୀମାରେ ମଦ ଦୋକାନ ଖୋଲାଇ ନ ଦେବାକୁ ଅଡ଼ି ବସି ଗଁାର ଶ୍ମଶାନ ଓ ଗୋଚରରେ ବେଆଇନ ଭାବେ ନିର୍ମାଣ ହୋଇଥିବା ମୋରମ ରାସ୍ତାକୁ ଉଚ୍ଛେଦ କରି ଅବରୋଧ ମୁକ୍ତ କରିବାକୁ ଫେବୃୟାରୀ ୧୦ରେ ତହସିଲଦାରଙ୍କୁ ଗ୍ରମାବାସୀ ଲିଖିତ ଅଭିଯୋଗ କରିଥିଲେ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେବାରୁ ମାର୍ଚ୍ଚ ୧୩ରେ ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ପରେ ଗତ ୧୬ ତାରିଖରେ ଏହାର ତଦନ୍ତ କରାଯାଇଥିଲା। ବୁଧବାର ଏହାର ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତହସିଲଦାର ଅଂଶୁମାନ ଶତପଥୀ, ଅତିରିକ୍ତ ତହସିଲଦାର ବିରଜା ପ୍ରସାଦ ରାୟ, ରାଜସ୍ବ ପରିଦର୍ଶକ ମନୋଜ ବେହେରା, ରାଜସ୍ବ ନିରୀକ୍ଷକ ରଶ୍ମିରଞ୍ଜନ ସେଠୀଙ୍କ ସମେତ ଅମିନ ଓ ବାଲିକୁଦା ପୋଲିସ ଜବରଦଖଲ ଉଚ୍ଛେଦ ପାଇଁ ଜେସିବି ଧରି ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ତେବେ ଆବଶ୍ୟକ ପୋଲିସ ନ ଥିବାରୁ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ତହସିଲଦାର ଶତପଥୀ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଗଁା ଲୋକଙ୍କୁ କହିଥିଲେ। ଘଟଣାସ୍ଥଳରୁ ପୋଲିସ ଫେରି ଯାଇଥିବା ବେଳେ ଜେସିବିକୁ ମଧ୍ୟ ଫେରାଇ ଦିଆଯାଇଥିଲା। ହେଲେ ଏଥିରେ କୌଣସି ପ୍ରକାରେ ଗ୍ରାମବାସୀ ରାଜି ହୋଇ ନ ଥିଲେ। ତହସିଲଦାର ଜେସିବିକୁ ଫେରାଇ ଦେବାରୁ ଗଁା ଲୋକେ ତହସିଲଦାରଙ୍କ ସରକାରୀ ଗାଡ଼ିକୁ ନ ଛାଡ଼ି ଘେରା ବନ୍ଦୀ କରି ରଖିଥିଲେ। ପୂରା ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଗାଡ଼ିଟି ଅଟକି ରହିଥିଲା। ଏହାକୁ ନେଇ ତହସିଲଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ପରେ ଏବଂ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ମିଳିଥିଲା। ଶେଷରେ ପୁଣି ବାଲିକୁଦା ଥାନାରୁ ପୋଲିସ ଆସି ପହଞ୍ଚତ୍ବା ପରେ ଜେସିବି ଡକାଇ ସରକାରୀ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହା ପୂର୍ବରୁ ଗଁା ଲୋକେ ଅପେକ୍ଷା ନ କରି କୋଦାଳ ଶାବଳ ଧରି ନିର୍ମିତ ରାସ୍ତାକୁ ତାଡ଼ିବା ଆରମ୍ଭ କରି ଦେଇଥିଲେ। ଆଲୋଚନାରେ କୃଷ୍ଣଚନ୍ଦ୍ର ବରାଳ, ବୀର କିଶୋର ନାୟକ, ସପନ ଅଧିକାରୀ, ରାମଚନ୍ଦ୍ର ଶତପଥୀ, ନିରଞ୍ଜନ ସ୍ବାଇଁ, କୈଳାସ ବରାଳ, ବାବାଜି ବାରିକ, ନାଥ ବାରିକ, ସମୀର ବରାଳ, ରମେଶ ବରାଳ, ନିରଞ୍ଜନ ବାହାଲିଆ, ଶଙ୍କର ଦାସ, ଜଗବନ୍ଧୁ ସ୍ବାଇଁ, ମାନସ ସ୍ବାଇଁ, ବ୍ରହ୍ମାନନ୍ଦ ଦାସ ପ୍ରମୁଖ ସାମିଲ ହୋଇଥିଲେ। ସୂଚନା ଥାଉ କି ବୋରିକିନାର କୈଳାସ ବାରିକ ନାମକ ବ୍ୟକ୍ତି ପ୍ଲଟ ନଂ. ୩୮୩ ଖାତା ନଂ. ୨୭୫ରେ ଶ୍ମଶାନ ଥିବାବେଳେ ପ୍ଲଟ ସଂଖ୍ୟା ୩୮୫ ଖାତା ସଂଖ୍ୟା ୨୭୫ ଓ ପ୍ଲଟ ସଂଖ୍ୟା ୩୮୨ ଖାତା ସଂଖ୍ୟା ୨୭୩ର ୨ଟି ପ୍ଲଟ ଦେଇ ଏହି ବେଆଇନ ରାସ୍ତା ନିର୍ମାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?