ରାସ୍ତା ଉଚ୍ଛେଦ କରିବାକୁ ଯାଇ ତହସିଲଦାର ହଟହଟା

ବାଲିକୁଦା,୨୩ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ତହସିଲ ପ୍ରଶାସନ ଶ୍ମଶାନ ଓ ଗୋଚରରେ ନିର୍ମାଣ କରାଯାଇଥିବା ବେଆଇନ ରାସ୍ତାକୁ ବୁଧବାର ଜେସିବି ଲଗାଇ ତାଡ଼ିଛି। ତେବେ ଏହି ଜବରଦଖଲ ଓ ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପୋଲିସ ଅଭାବ ଦର୍ଶାଇ ଏହାକୁ ସ୍ଥଗିତ ରଖାଯିବାକୁ ନେଇ ଗ୍ରାମବାସୀଙ୍କ ନିକଟରେ ବାଲିକୁଦା ତହସିଲଦାରଙ୍କୁ ହଟହଟା ହେବାକୁ ପଡିଛି। ତହସିଦାରଙ୍କ ସରକାରୀ ଗାଡ଼ିକୁ ଅଞ୍ଚଳବାସୀ ଅଟକାଇ ରଖିବା ପରେ ପୋଲିସ, ଜନସାଧାରଣ ଓ ତହସିଲଦାରଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ପରେ ପୁଣି ସେହି ନିର୍ମିତ ବିବାଦୀୟ ରାସ୍ତାକୁ ଉଚ୍ଛେଦ କରାଯାଇଥିଲା।
ପ୍ରକାଶ ଯେ, ସରକାରୀ ଜାଗାକୁ ଜବରଦଖଲ କରି ବୋରିକିନା ମୌଜାର ଗଁା କୈଳାସ ବାରିକ ଶ୍ମଶାନ ଓ ଗୋଚର କିସମ ଜମିରେ ବେଆଇନ ରାସ୍ତା ନିର୍ମାଣ କରିଥିଲେ। ଯାହାକୁ ଗ୍ରାମବାସୀ ବିରୋଧ କରୁଥିଲେ। ଏହା ମୂଳରେ ମଦ ଦୋକାନ ଖୋଲିବା ଲକ୍ଷ୍ୟ ହିଁ ରହିଥିଲା। କୌଣସି ପ୍ରକାରେ ନିଜ ଗଁା ପରିସୀମାରେ ମଦ ଦୋକାନ ଖୋଲାଇ ନ ଦେବାକୁ ଅଡ଼ି ବସି ଗଁାର ଶ୍ମଶାନ ଓ ଗୋଚରରେ ବେଆଇନ ଭାବେ ନିର୍ମାଣ ହୋଇଥିବା ମୋରମ ରାସ୍ତାକୁ ଉଚ୍ଛେଦ କରି ଅବରୋଧ ମୁକ୍ତ କରିବାକୁ ଫେବୃୟାରୀ ୧୦ରେ ତହସିଲଦାରଙ୍କୁ ଗ୍ରମାବାସୀ ଲିଖିତ ଅଭିଯୋଗ କରିଥିଲେ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେବାରୁ ମାର୍ଚ୍ଚ ୧୩ରେ ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ପରେ ଗତ ୧୬ ତାରିଖରେ ଏହାର ତଦନ୍ତ କରାଯାଇଥିଲା। ବୁଧବାର ଏହାର ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତହସିଲଦାର ଅଂଶୁମାନ ଶତପଥୀ, ଅତିରିକ୍ତ ତହସିଲଦାର ବିରଜା ପ୍ରସାଦ ରାୟ, ରାଜସ୍ବ ପରିଦର୍ଶକ ମନୋଜ ବେହେରା, ରାଜସ୍ବ ନିରୀକ୍ଷକ ରଶ୍ମିରଞ୍ଜନ ସେଠୀଙ୍କ ସମେତ ଅମିନ ଓ ବାଲିକୁଦା ପୋଲିସ ଜବରଦଖଲ ଉଚ୍ଛେଦ ପାଇଁ ଜେସିବି ଧରି ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ତେବେ ଆବଶ୍ୟକ ପୋଲିସ ନ ଥିବାରୁ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ତହସିଲଦାର ଶତପଥୀ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଗଁା ଲୋକଙ୍କୁ କହିଥିଲେ। ଘଟଣାସ୍ଥଳରୁ ପୋଲିସ ଫେରି ଯାଇଥିବା ବେଳେ ଜେସିବିକୁ ମଧ୍ୟ ଫେରାଇ ଦିଆଯାଇଥିଲା। ହେଲେ ଏଥିରେ କୌଣସି ପ୍ରକାରେ ଗ୍ରାମବାସୀ ରାଜି ହୋଇ ନ ଥିଲେ। ତହସିଲଦାର ଜେସିବିକୁ ଫେରାଇ ଦେବାରୁ ଗଁା ଲୋକେ ତହସିଲଦାରଙ୍କ ସରକାରୀ ଗାଡ଼ିକୁ ନ ଛାଡ଼ି ଘେରା ବନ୍ଦୀ କରି ରଖିଥିଲେ। ପୂରା ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଗାଡ଼ିଟି ଅଟକି ରହିଥିଲା। ଏହାକୁ ନେଇ ତହସିଲଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ପରେ ଏବଂ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ମିଳିଥିଲା। ଶେଷରେ ପୁଣି ବାଲିକୁଦା ଥାନାରୁ ପୋଲିସ ଆସି ପହଞ୍ଚତ୍ବା ପରେ ଜେସିବି ଡକାଇ ସରକାରୀ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହା ପୂର୍ବରୁ ଗଁା ଲୋକେ ଅପେକ୍ଷା ନ କରି କୋଦାଳ ଶାବଳ ଧରି ନିର୍ମିତ ରାସ୍ତାକୁ ତାଡ଼ିବା ଆରମ୍ଭ କରି ଦେଇଥିଲେ। ଆଲୋଚନାରେ କୃଷ୍ଣଚନ୍ଦ୍ର ବରାଳ, ବୀର କିଶୋର ନାୟକ, ସପନ ଅଧିକାରୀ, ରାମଚନ୍ଦ୍ର ଶତପଥୀ, ନିରଞ୍ଜନ ସ୍ବାଇଁ, କୈଳାସ ବରାଳ, ବାବାଜି ବାରିକ, ନାଥ ବାରିକ, ସମୀର ବରାଳ, ରମେଶ ବରାଳ, ନିରଞ୍ଜନ ବାହାଲିଆ, ଶଙ୍କର ଦାସ, ଜଗବନ୍ଧୁ ସ୍ବାଇଁ, ମାନସ ସ୍ବାଇଁ, ବ୍ରହ୍ମାନନ୍ଦ ଦାସ ପ୍ରମୁଖ ସାମିଲ ହୋଇଥିଲେ। ସୂଚନା ଥାଉ କି ବୋରିକିନାର କୈଳାସ ବାରିକ ନାମକ ବ୍ୟକ୍ତି ପ୍ଲଟ ନଂ. ୩୮୩ ଖାତା ନଂ. ୨୭୫ରେ ଶ୍ମଶାନ ଥିବାବେଳେ ପ୍ଲଟ ସଂଖ୍ୟା ୩୮୫ ଖାତା ସଂଖ୍ୟା ୨୭୫ ଓ ପ୍ଲଟ ସଂଖ୍ୟା ୩୮୨ ଖାତା ସଂଖ୍ୟା ୨୭୩ର ୨ଟି ପ୍ଲଟ ଦେଇ ଏହି ବେଆଇନ ରାସ୍ତା ନିର୍ମାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri