ତହସିଲଦାର ବଦଳିଲେ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ

ଗୋପ,୨୨ା୬ (ଭାରତୀ ଭୂଷଣ ଉପାଧ୍ୟାୟ)ପୁରୀ ଜିଲା ଗୋପ ବ୍ଲକ ମହଲପଡ଼ାରେ ଶହ ଶହ ଏକର ସରକାରୀ ଜମି ଜବରଦଖଲ କରି ବେଆଇନ ଭାବେ ପୋଖରୀ ଖୋଳିବା ସହିତ ଶ୍ମଶାନ, ଦେବୋତ୍ତର ଓ ବେଆଇନ ଭାବରେ କାଦୁଅ ନଦୀକୁ ପୋତି ଦେବା ଭଳି ପ୍ରଶାସନ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ସମର୍ଥ ବର୍ମା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଭିଯୋଗକୁ ଗୋଟିଏ ମାସ ପୂରିବା ସହ ଗୋପ ତହସିଲଦାର ଏସ୍‌.କେ. ସାର୍ଗିଙ୍କ ବଦଳି ହୋଇଯାଇଛି। ହେଲେ କୌଣସି ବେଆଇନ ପୋଖରୀ ଖୋଳା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଲା ନାହିଁ। ତେଣୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମହଲପଡ଼ା ସରପଞ୍ଚ ଶୀର୍ଷରଞ୍ଜନ ନାୟକ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ତୁରନ୍ତ ଏହି ବେଆଇନ ପୋଖରୀ ଖୋଳାକୁ ବନ୍ଦ କରିବା ସହ ଅନ୍ୟାନ୍ୟ ଅଭିଯୋଗ ଉପରେ ନ୍ୟାୟ ଭିକ୍ଷା କରିଛନ୍ତି।
ପ୍ରକାଶ ଯେ, ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ଓ ଶୋରଭା ପଞ୍ଚାୟତର କେତେକ ମୌଜାରେ ଭୁବନେଶ୍ୱର ଅଞ୍ଚଳର ୨/୩ଟି କମ୍ପାନୀ ଅଳ୍ପ କିଛି ଜମି କିଣିବା ପରେ ବେଆଇନ ଭାବେ ସରକାରୀ ଜମି ସହିତ ଆଉ କେତେକ ଜମିକୁ ବେଆଇନ ଭାବେ ମାଡିବସି ମାଛ ଚାଷ କରିବା ପାଇଁ ପୋଖରୀ ଖୋଳୁଛନ୍ତି। ମାସ ମାସ ଧରି ଏହି ସରକାରୀ ଜମିରେ ପୋଖରୀ ଖୋଳିବା ପରେ ସ୍ଥାନୀୟ ସରପଞ୍ଚ ଓ କେତେକ ବରିଷ୍ଠ ବ୍ୟକ୍ତି ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ରାଜସ୍ବ ବିଭାଗଙ୍କ ସହିତ ପୁରୀ ଜିଲାପାଳଙ୍କୁ ଟୁଇଟ୍‌ ମାଧ୍ୟମରେ ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ଗତ ମାସ ୨୨ତାରିଖରେ ଜିଲାପାଳ ସମର୍ଥ ବର୍ମା ତୁରନ୍ତ ଏହି ବେଆଇନ ପୋଖରୀ ଖୋଳାକୁ ବନ୍ଦ କରିବା ସହିତ ସରକାରୀ ଜମି ଜବରଦଖଲକୁ ତୁରନ୍ତ ଉଚ୍ଛେଦ ଲାଗି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତହସିଲଦାର ଏସ୍‌.କେ ସାର୍ଗି ଏ ସମ୍ପର୍କରେ ଏହି ପଞ୍ଚାୟତ ଅଞ୍ଚଳର ୨ଟି ରାଜସ୍ବ ନିରୀକ୍ଷକଙ୍କୁ ତଥ୍ୟ ଭିତ୍ତିକ ରିପୋର୍ଟ ମାଗିଥିଲେ। ହେଲେ ଏ ପର୍ଯ୍ୟନ୍ତ ଏହି କମ୍ପାନୀ ବେଆଇନ ଭାବେ ପୋଖରୀ ଖୋଳୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଇତି ମଧ୍ୟରେ ତହସିଲଦାର ଏସ୍‌. କେ. ସାର୍ଗି ଗୋପ ତହସିଲ କାର୍ଯ୍ୟାଳୟରୁ ବୁଧବାର ବଦଳି ହୋଇଥିବା ବେଳେ ନୂତନ ଭାବେ ଭାଗ୍ୟଶ୍ରୀ ହାଁସଦା ଯୋଗଦେଇଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଫଳ ହେବା ପରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଏହି ଘଟଣା ଜଣାଇବା ସହ ଅଞ୍ଚଳର ଅନ୍ୟ ସମସ୍ୟାର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ମଲପଡ଼ା ସରପଞ୍ଚ। ଏ ସମ୍ପର୍କରେ ନୂତନ ତହସିଲଦାର ହାଁସଦା କୁହନ୍ତି, ଏହି ବେଆଇନ ପୋଖରୀ ଖୋଳା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବି। ସରପଞ୍ଚ ଶୀର୍ଷରଞ୍ଜନ ନାୟକଙ୍କୁ ପଚାରିବାରେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛି। ଯଦିଓ ବେଆଇନ ମାଛ ପୋଖରୀ ଖୋଳା ବନ୍ଦ ନ କରାଯାଏ, ତା’ହେଲେ ଆଗାମୀ ଦିନରେ ଏକ ଜନଆନ୍ଦୋଳନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?