ତହଉର ରାଣା ପ୍ରତ୍ୟର୍ପଣ ମାମଲା ଶୁଣାଣି ଫେବୃୟାରୀ ୧୨ରେ

ଓ୍ବାଶିଂଟନ୍‌, ୧।୧୨(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ସମ୍ପୃକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ବ୍ୟବସାୟୀ ତହଉର ରାଣା ପ୍ରତ୍ୟର୍ପଣ ମାମଲାର ଶୁଣାଣି ଫେବୃୟାରୀ ୧୨ରେ ଆମେରିକାର ଏକ ଅଦାଲତରେ ହେବ। ଭାରତ ସରକାର ରାଣାଙ୍କୁ ପଳାତକ ଘୋଷଣା କରିଥିଲେ।
୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ୬ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ସମ୍ପୃକ୍ତ ରାଣାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତର ଅନୁରୋଧ ପରେ ତାଙ୍କୁ ଗତ ଜୁନ୍‌ ୧୦ରେ ଲସ୍‌ ଆଞ୍ଜେଲସ୍‌ରେ ପୁନର୍ବାର ଗିରଫ କରାଯାଇଥିଲା। ଡାଭିଡ୍‌ କୋଲେମାନ ହେଡ୍‌ଲିଙ୍କ ଗିରଫ ପରେ ୨୦୦୯ ଅକ୍ଟୋବରରେ ରାଣାଙ୍କୁ ଆମେରିକା ପୋଲିସ ସିକାଗୋର ଏକ ବିମାନବନ୍ଦରରୁ ଗିରଫ କରିଥିଲା। ଫେବୃୟାରୀ ୧୨ରେ ପ୍ରତ୍ୟର୍ପଣ ଆବେଦନର ଶୁଣାଣି କରିବା ପାଇଁ ଲସ୍‌ ଆଞ୍ଜେଲସ୍‌ ଡିଷ୍ଟ୍ରିକ୍ଟ କୋର୍ଟର ବିଚାରପତି ଜାକ୍ୟୁଲିନ୍‌ ଚେଲୋନିଆନ୍‌ କହିଛନ୍ତି। ରାଣା ଚାହିଁଲେ ଡିସେମ୍ବର ୨୧ ସୁଦ୍ଧା ଏନେଇ ପ୍ରତିବାଦ ଦାଏର କରିପାରିବେ। ରାଣା ଯୁଦ୍ଧ ସ୍ଥିତି ଲାଗି ଷଡ଼ଯନ୍ତ୍ର କରିବା ସହ ହତ୍ୟା ଓ ଆତଙ୍କବାଦୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଷଡ଼ଯନ୍ତ୍ରରେ ତାଙ୍କ ସହ ସାମିଲ ଥିବା ହେଡ୍‌ଲିଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ଆମେରିକା ମନା କରିଥିବାରୁ ତାଙ୍କୁ ମଧ୍ୟ ପ୍ରତ୍ୟର୍ପଣ କରାଯିବ ନାହିଁ ବୋଲି ରାଣା ଯୁକ୍ତି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକ୍କାରେ ଏଲିଜାବେଥ୍‌ଙ୍କ ପାଇଁ ପ୍ରାର୍ଥନା କରି ଗିରଫ

ରିୟାଧ: ବିଶ୍ୱ ପ୍ରସିଦ୍ଧ ସାଉଦି ଆରବର ମକ୍କା ମସ୍‌ଜିଦ୍‌ରେ ପ୍ରାର୍ଥନା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପବିତ୍ର ସ୍ଥାନ କୁହାଯାଉଥିବା...

ଦକ୍ଷିଣ କୋରିଆରେ ପିଲାଙ୍କ ସଂଖ୍ୟା କମ୍‌ ଥିବାରୁ ବରିଷ୍ଠ ନାଗରିକ ଯାଉଛନ୍ତି ସ୍କୁଲ

ସିଓଲ,୨୯।୪: ଦକ୍ଷିଣ କୋରିଆରେ ଏବେ ଜନସଂଖ୍ୟା ଏତେ ପରିମାଣରେ କମିବାରେ ଲାଗିଛି ଯେ ଏଠାରେ ସ୍କୁଲ ଯିବା ପାଇଁ ପିଲାଙ୍କର ଅଭାବ ପରିଲକ୍ଷିତ ହେଉଛି। ତେଣୁ...

କରୋନା ନେଇ ପୂର୍ବରୁ ଜାଣିଥିଲା ଚାଇନା

ହଂକଂ,୧୨ା୭: କରୋନା ମହାମାରୀ ସାରା ବିଶ୍ୱରେ ୧୨ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ ହେଲାଣି। ଚାଇନା ଯେଉଁ ସମୟରେ ସଂକ୍ରମଣ ନେଇ ସୂଚନା ଦେଲା ତାହାର...

ଟଙ୍କା ଟଳମଳ, ଡଲାର ସବଳ

ଓ୍ବାଶିଂଟନ/ମୁମ୍ବାଇ,୨୩ା୯: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଟଙ୍କା ଦିନକୁ ଦିନ ତଳକୁ ଖସିବାରେ ଲାଗିଥିବାରୁ ଭାରତର ଅର୍ଥନୀତିକୁ ଶକ୍ତ...

ଇଟାଲୀକୁ ଟପି ୪ର୍ଥ ସ୍ଥାନରେ ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୧୨ା୫: ବିଗିିଡ଼ିବାରେ ଲାଗିଛି କରୋନା ସ୍ଥିତି। ବିଶ୍ୱକୁ ଥରହର କରି ଆତଙ୍କର ବାତାବରଣ ସୃଷ୍ଟିକରିଛି ଏହି ମହାମାରୀ ଭୂତାଣୁ। ସୋମବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ...

ଯୁଦ୍ଧ ଶେଷ କରିବାକୁ ଚାହୁଁନି ଆମେରିକା, ପୁଣି ୟୁକ୍ରେନ୍‌କୁ ଦେବ ସାମରିକ ସହାୟତା ପ୍ୟାକେଜ …

ଓ୍ବାଶିଂଟନ, ୨୦।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୫୬ ଦିନରେ ପହଞ୍ଚିଛି। ଉଭୟ ଦେଶ ନୋଇବାକୁ କରିବାକୁ ପ୍ରସ୍ତୁତ ନୁହଁନ୍ତି। ରୁଷିଆ ସୈନ୍ୟ...

ନୂଆ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତିରେ ନହେଉ ବିଳମ୍ବ: ଡବ୍ଲୁଏଚଓ ମୁଖ୍ୟ…

ଜେନେଭା,୨୪।୫ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୭୬ ତମ ସାଧାରଣସଭା ସ୍ବିଜରଲାଣ୍ଡର ଜେନେଭାରେ ଆରମ୍ଭ ହୋଇଛି। ସଭାରେ ଜୀବନ ବଞ୍ଚାଇବା, ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା ଉପରେ...

ଗୁଗ୍‌ଲକୁ ବେଆଇନ ଘୋଷଣା

ବ୍ରସଲେସ୍‌,୨୧ା୧: ୟୁରୋପରେ ଗୁଗ୍‌ଲକୁ ବେଆଇନ ଘୋଷଣା କରାଯାଇଛି। ଫଳରେ ଗୁଗ୍‌ଲକୁ ଶକ୍ତ ଧକ୍କା ଲାଗିଛି। ଏହା କେବଳ ଗୁଗ୍‌ଲ ପାଇଁ ନୁହେଁ, ଅନ୍ୟ ଓ୍ବେବସାଇଟ୍‌ଙ୍କ ମାଲିକଙ୍କ...

Advertisement
Archives

Model This Week