ତହଉର ରାଣା ପ୍ରତ୍ୟର୍ପଣ ମାମଲା ଶୁଣାଣି ଫେବୃୟାରୀ ୧୨ରେ

ଓ୍ବାଶିଂଟନ୍‌, ୧।୧୨(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ସମ୍ପୃକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ବ୍ୟବସାୟୀ ତହଉର ରାଣା ପ୍ରତ୍ୟର୍ପଣ ମାମଲାର ଶୁଣାଣି ଫେବୃୟାରୀ ୧୨ରେ ଆମେରିକାର ଏକ ଅଦାଲତରେ ହେବ। ଭାରତ ସରକାର ରାଣାଙ୍କୁ ପଳାତକ ଘୋଷଣା କରିଥିଲେ।
୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ୬ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ସମ୍ପୃକ୍ତ ରାଣାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତର ଅନୁରୋଧ ପରେ ତାଙ୍କୁ ଗତ ଜୁନ୍‌ ୧୦ରେ ଲସ୍‌ ଆଞ୍ଜେଲସ୍‌ରେ ପୁନର୍ବାର ଗିରଫ କରାଯାଇଥିଲା। ଡାଭିଡ୍‌ କୋଲେମାନ ହେଡ୍‌ଲିଙ୍କ ଗିରଫ ପରେ ୨୦୦୯ ଅକ୍ଟୋବରରେ ରାଣାଙ୍କୁ ଆମେରିକା ପୋଲିସ ସିକାଗୋର ଏକ ବିମାନବନ୍ଦରରୁ ଗିରଫ କରିଥିଲା। ଫେବୃୟାରୀ ୧୨ରେ ପ୍ରତ୍ୟର୍ପଣ ଆବେଦନର ଶୁଣାଣି କରିବା ପାଇଁ ଲସ୍‌ ଆଞ୍ଜେଲସ୍‌ ଡିଷ୍ଟ୍ରିକ୍ଟ କୋର୍ଟର ବିଚାରପତି ଜାକ୍ୟୁଲିନ୍‌ ଚେଲୋନିଆନ୍‌ କହିଛନ୍ତି। ରାଣା ଚାହିଁଲେ ଡିସେମ୍ବର ୨୧ ସୁଦ୍ଧା ଏନେଇ ପ୍ରତିବାଦ ଦାଏର କରିପାରିବେ। ରାଣା ଯୁଦ୍ଧ ସ୍ଥିତି ଲାଗି ଷଡ଼ଯନ୍ତ୍ର କରିବା ସହ ହତ୍ୟା ଓ ଆତଙ୍କବାଦୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଷଡ଼ଯନ୍ତ୍ରରେ ତାଙ୍କ ସହ ସାମିଲ ଥିବା ହେଡ୍‌ଲିଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ଆମେରିକା ମନା କରିଥିବାରୁ ତାଙ୍କୁ ମଧ୍ୟ ପ୍ରତ୍ୟର୍ପଣ କରାଯିବ ନାହିଁ ବୋଲି ରାଣା ଯୁକ୍ତି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନିଶ୍ଚିତତା ଘେରରେ ରାମନଗର ଔଷଧୀୟ ନର୍ସରି: ବନ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ

ମହାକାଳପଡ଼ା, ୨୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ରାମନଗର କାଜୁଜଙ୍ଗଲ ସଫା କରାଯାଇ ୧୨ ଏକର ବାଲିଆ ଜମିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଏକ…

ପଦ୍ମଶ୍ରୀ ଗ୍ରହଣ କରିବାକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ କଲେ ସିଲାମ୍ବମ ଗୁରୁ, ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୫: ସୋମବାର (୨୫ ମଇ) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ।…

ଭାରତଗସ୍ତରେ ଥିବା ମାର୍କୋ ରୁବିଓଙ୍କୁ କାହିଁକି ପରିହାସ କଲା ଇରାନ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ସୋମବାର (୨୫ ମଇ) ସେ ତାଜମହଲ ପରିଦର୍ଶନ କରିବାକୁ ଆସିଥିଲେ। ଏହି ଗସ୍ତକୁ…

କୋଇଲା ପରିବହନକୁ ବିରୋଧ କରି ରାସ୍ତାରୋକୋ: ବିଧାୟକ-ଗ୍ରାମବାସୀ ଆଲୋଚନା ପରେ…

ରିଆମାଳ,୨୬।୫(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ବୁଢାପାଳ ଓ ପରା ପଞ୍ଚାୟତର ୩ ଗ୍ରାମ ଦେଇ କୋଇଲା ପରିବହନକୁ ବିରୋଧ କରି ତିନି ପଞ୍ଚାୟତର…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri