Tag Archives: odisha

ରୟ କ୍ରିଷ୍ଣାଙ୍କ ଡବଲରେ ଓଡ଼ିଶା ଏଫ୍‌ସି ବିଜୟୀ

ଭୁବନେଶ୍ୱର, ୧୭।୧୨: ରୟ କ୍ରିଷ୍ଣାଙ୍କ ଡବଲ ଓ ମୌର୍ତାଦା ଫଲ୍‌ଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ରବିବାର ଅନୁଷ୍ଠିତ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସିକୁ ୩-୦ ଗୋଲରେ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ଓଡ଼ିଶା…

ପୁରୀ ଜିଲାର ଚାରିଟି ବ୍ଲକରେ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୧୬।୧୨: ପୁରୀ ଜିଲାର ଚାରିଟି ବ୍ଲକର ୭ଟି ପଞ୍ଚାୟତରେ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଏହି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରୀ ବ୍ଲକର…

ନିର୍ବାଚନ ଲଢ଼ିବେନି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ: ଦେବୀ ମିଶ୍ର

ଭୁବନେଶ୍ୱର,୧୫।୧୨: ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିକଟରେ ପ୍ରଶାସନିକ ସେବାରୁ ସ୍ବେଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିବା ଭି. କାର୍ତ୍ତିକ ପାଣ୍ଡିଆନ। ଶୁକ୍ରବାର ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବସିଥିବା ପରିବର୍ଦ୍ଧିତ…

ଓଡ଼ିଶାରେ ୧୫ ଲୋକ ସଭା ଆସନ ପାଇବ ଭାଜପା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪।୧୨(ସୁନିତ୍‌ ମିଶ୍ର): ୨୦୨୪ ଲୋକ ସଭା ନିର୍ବାଚନରେ ଓଡ଼ିଶାରେ ଭାଜପା ଅତିକମ୍‌ରେ ୧୫ଟି ଆସନରେ ଜିତିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି,…

ଦୀର୍ଘ ୬ ଘଣ୍ଟାର ଅପରେଶନ ସଫଳ: ବୋରଓ୍ବେଲରେ ଫିଙ୍ଗି ଦିଆଯାଇଥିବା ନବଜାତକ ଜୀବିତ ଅବସ୍ଥାରେ ଉଦ୍ଧାର

ସମ୍ବଲପୁର,୧୨।୧୨: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଥିବା ଏକ ବୋରଓ୍ବେଲ ମଧ୍ୟରେ କେହି ଫିଙ୍ଗି ଚାଲିଯାଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ ଜଣାପଡ଼ିବା ପରେ ଦୀର୍ଘ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି…

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା ରହିଥିବା ବେଳେ ସନ୍ଧ୍ୟାରୁ ଆରମ୍ଭ ହୋଇଯାଇଥିଲା ବର୍ଷା । ଅମଳ ସମୟରେ ଏଭଳି ଅଦିନିଆ…

ବଦଳିଲେ ଆଉ ଜଣେ ଆଇଏଏସ୍‌ ଅଫିସର: ଥିରୁମାଳା ନାଏକ ହେଲେ ଅତିରିକ୍ତ ସିଇଓ

ଭୁବନେଶ୍ୱର, ୫।୧୨: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଜଣେ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱ ଦେଇଛନ୍ତି । ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଡା. ଏନ . ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ…

ପୋଢୁଆଁ ହେଲେ ବଡ଼ଠାକୁର

ପୁରୀ, ୫ା୧୨(ଅଜିତ ମହାନ୍ତି): ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ପ୍ରଥମାଷ୍ଟମୀ ଅବସରରେ ଘରର ଜ୍ୟେଷ୍ଠଙ୍କୁ ପୋଢୁଆଁ କରାଯାଇ ବନ୍ଦାପନା କରାଯିବାର ପରମ୍ପରା ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ…

ରାଜ୍ୟରେ କମିଲା ଝିଅ ସଂଖ୍ୟା: ପ୍ରତି ୧୦୦୦ ପୁଅରେ ଅଛନ୍ତି…

ଭୁବନେଶ୍ୱର, ୫।୧୨(ଅସମାପିକା ସାହୁ)- ଓଡ଼ିଶାରେ କମିଛନ୍ତି ଝିଅ ସଂଖ୍ୟା। ଦେଶରେ ଝିଅ ସଂଖ୍ୟା ହ୍ରାସରେ ଓଡ଼ିଶା ୬ ନମ୍ବର ସ୍ଥାନରେ ରହିଛି। କେରଳ, ଛତିଶଗଡ଼, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ୧୯୬୧ ଜନଗଣନା ଅନୁଯାୟୀ,…

୫ ଡିସେମ୍ବରରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’, ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩।୧୨: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ତୀବ୍ର ଅବପାତ ରବିବାର ବାତ୍ୟାରେ ପରିଣତ ହୋଇଛି । ସୋମବାର ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନିଲୋର ଓ ମଚ୍ଛଲୀପଟ୍ଟନମ୍‌‌ ଦେଇ ୫ ଡିସେମ୍ବର ଅପରାହ୍ଣ ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ…

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ ଗୋଡରେ ଗୁଳି ବାଜିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…

ଓଡ଼ିଶାରେ କମୁଛି ଏଡ୍‌‌ସ ରୋଗୀଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ଦେଶକୁ ଏଡ୍‌‌ସ ମୁକ୍ତ କରିବା ଲକ୍ଷ୍ୟ

ପାରାଦୀପ,୨।୧୨: ୨୦୩୦ ମସିହା ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଏଡ୍‌‌ସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ ଫଳରେ ଓଡ଼ିଶାରେ ଏଡ୍‌‌ସ ରୋଗୀଙ୍କ ସଂଖ୍ୟା କମିଛି। ପୂର୍ବାପେକ୍ଷା ପ୍ରତିବର୍ଷ ରାଜ୍ୟରେ କମ୍‌‌ସଂଖ୍ୟକ ଏଡ୍‌‌ସ ରୋଗୀ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?