ମୁହଁ ଖୋଲିଲେ ତାପସି

ମୁମ୍ବାଇ,୬ ।୩: ବଲିଉଡ୍ ନାୟିକା ତାପସି ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉ ସହ ତାଙ୍କୁ ଲଗାତାର ଭାବେ ପଚରା ଉଚରା କରାଯାଉଛି । ଅଭିଯୋଗ ହେଉଛି ଅନୁରାଗ କଶ୍ୟପ ଓ ତାପସି ପନ୍ନୁ ୬୫୦ କୋଟି ଟ୍ୟାକ୍ସ ଅନିୟମିତତାରେ ସାମିଲ ଅଛନ୍ତି । ଆୟକର ବିଭାଗ ଏହି ମାମଲାରେ ବଲିଉଡ୍ କଳାକାରଙ୍କ ସହ ଜଡିତ ମାମଲାରେ ମୁମ୍ବାଇ, ପୁନେ, ଦିଲ୍ଲୀ ଓ ହାଇଦ୍ରାବାଦରେ ଚଢାଉ କରିଛି । ଶୁକ୍ରବାର ରାତିରେ ଆୟକର ବିଭାଗ ଅଧିକାରୀ ଅନୁରାଗ ଓ ତାପସିଙ୍କୁ ପଚରା ଉଚରା କରିଛନ୍ତି । ଏବେ ଏହି ମାମଲାକୁ ନେଇ ଅଭିନେତ୍ରୀ ତାପସି ମୁହଁ ଖୋଲିଛନ୍ତି । ଏହାକୁ ନେଇ ସେ ଗୋଟିଏ ପରେ ଗୋଟିଏ ତିନୋଟି ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ମୁଖ୍ୟତଃ ତିନୋଟି ଜିନିଷକୁ ୩ ଦିନ ପର୍ଯ୍ୟନ୍ତ ଖୋଜାଯାଇଛି । ସେହି ଘରର ଚାବି ଯାହା ପ୍ୟାରିସରେ ରହିଛି । ଦୁଇ ନମ୍ବର ଟୁଇଟ୍‌ରେ ସେ ଲେଖିଛନ୍ତି କଥିତ ପାଞ୍ଚ କୋଟି ଟଙ୍କାର ରସିଦ୍ ଯାହା ଭବିଷ୍ୟତ ପାଇଁ ଆବଶ୍ୟକ । ସୂଚନାଯୋଗ୍ୟ, ଆୟକର ଅଧିକାରୀମାନେ ଦାବି କରିଥିଲେ କି ତାପସି ପନ୍ନୁଙ୍କୁ ୫ କୋଟିର ନଗଦ ଅର୍ଥ ଦିଆଯାଇଥିବା ବେଳେ ଏହାର ରସିଦ୍ ତାଙ୍କ ଘରେ ରହିଛି । ଏହାସହ ତୃତୀୟ ଟୁଇଟରେ ସେ ଲେଖିଛନ୍ତି ମାନନୀୟ ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, ୨୦୧୩ରେ ଏଠାରେ ଯାଞ୍ଚ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା

ମଣିପୁର,୧୫।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏନ. ବିରେନ ସିଂ। ଏ ନେଇ ରବିବାର ବିରେନ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। କରୋନାର ଲକ୍ଷଣ ଦେଖାଯିବା...

ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ,୩।୯: ଦେଶରେ କରୋନା ସଂକ୍ରମିତଙ୍କ ଧୀରେ ଧୀରେ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା...

ପିତାଙ୍କ ଜନ୍ମଦିନରେ ସ୍ପେଶାଲ ଫଟୋ ଶେୟାର କଲେ ରିଦ୍ଧିମା

ମୁମ୍ବାଇ: ବଲିଉଡ୍‌ ଦୁନିଆର ରୋମାଣ୍ଟିକ୍‌ ନାୟକ ରିଷି କପୁର ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଝିଅ ରିଦ୍ଧିମା କପୁର ସାହନି ପିତା ରିଷିଙ୍କର...

ଉନ୍ନାଓରେ ୧୧ ପୋଲିଂ ବୁଥ୍‌ରେ ଇଭିଏମ୍‌-ଭିଭିପାଟ ଖରାପ୍‌

ଉନ୍ନାଓ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ବୁଧବାର ମତଦାନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଲୋକମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। କେଉଁଠାରେ ଲୋକମାନେ ନିଜେ...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ସତୀଶ କୌଶିକ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ତାଙ୍କର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଥିଲା।...

ଓ୍ବେଟ୍‌ ଲିଫ୍ଟିଙ୍ଗ କରିବାକୁ ଭଲଲାଗେ

ସୁରମୟୀ ମହାପାତ୍ର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ନାୟିକା। ରିଅଲିଟି ଶୋ ‘ମୁଁ ବି ହିରୋଇନ୍‌ ହେବି’ ସିଜନ୍‌-୨ର ବିଜେତା ସୁରମୟୀ ପ୍ରଥମେ ‘ଭଲପାଏ...

ଭାରତରେ ୪୨ ଲକ୍ଷ କରୋନା ମୃତ୍ୟୁ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮ା୫:କରୋନା ମହାମାରୀ ଯୋଗୁ ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି। ସରକାର ବତାଉଥିବା ସଂଖ୍ୟାକୁ ଭୁଲ୍‌ ବୋଲି କୁହାଯାଉଛି। ଶ୍ମଶାନ ଘାଟ...

ଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ ଲାଗିଲା ନିଆଁ

ମିରଟ,୫।୩: ଉତ୍ତରପ୍ରଦେଶର ସହରାନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ମିରଟର ଦୌରାଲା ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।...

Advertisement
Archives

Model This Week