ତାପସୀଙ୍କ ଅଦ୍ଭୁତ ସ୍ୱପ୍ନ

ମୁମ୍ବାଇ: ବଲିଉଡର ଆଗ ଧାଡିର ନାୟିକା ତାପସୀ ପନ୍ନୁ ସୁରମା ସାଂଡ କି ଆଖ, ରଶ୍ମୀ ରକେଟ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ସାରିଛନ୍ତି । ଏବେ ସେ ମହିଳା କ୍ରିକେଟ ଖେଳାଳୀ ମିତାଲି ରାଜଙ୍କ ବାୟୋପିକରେ କାମ କରି ଖୁବ୍ ଖୁସିଥିବା ବେଳେ ଏହାକୁ ନେଇ ସେ ଖୁବ୍ ଆଶାବାଦୀ ବି ଅଛନ୍ତି । ମିତାଲି ରାଜ ଜଣେ ଅନ୍ତର୍ଜାତୀୟ ମହିଳା କ୍ରିକେଟର ହୋଇଥିବା ବେଳେ ତାଙ୍କ ବାୟୋପିକ ‘ସାବାସ ମିଠୁ’କୁ ଦର୍ଶକେ ଅପେକ୍ଷା ରଖିଛନ୍ତି । ସାବାସ ମିଠୁକ ନେଇ ତାପସୀ କହିଛନ୍ତି ପରଦା ଉପରେ ଜଣେ ଜୀବନ୍ତ କିମ୍ବଦନ୍ତୀଙ୍କ କ୍ୟାରେକ୍ଟର ପ୍ଲେ କରିବା କିଛି ସହଜ କଥା ନ ଥିଲା । ସେ ଏଥିପାଇଁ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ହୋଇଥିଲେ ।
ଅଭିନେତ୍ରୀ କହିଛନ୍ତି କ୍ରିକେଟର ଭୂମିକାରେ ଅଭିନୟ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । କାରଣ ମୁଁ କେବେ କ୍ରିକେଟ ଖେଳି ନ ଥିଲି । ଏହାସହ ତାପସୀ ଭଲ ମିମିକ୍ରି ଜାଣି ନ ଥିବାରୁ ଅନ୍ୟ ଚରିତ୍ରରେ ଅଭିନୟ କରିବାକୁ ନିଜକୁ ବଦଳାଇବାକୁ ପଡିଥିଲା, ମାନସିକ ଭାବେ କିଛି ପ୍ରୟାସ କରିବାକୁ ପଡିଥିଲା । ଫିଲ୍ମର ସ୍କ୍ରିପ୍ଟ ପ୍ରସ୍‌ୁତ ହେବା ପୂର୍ବରୁ ତାପସୀ ଏଥିପାଇଁ ହଁ ଭରିଦେଇଥିବା କହିଛନ୍ତି । ଯେତେବେଳେ ତାଙ୍କ ପାଖକୁ ସୁଯୋଗ ଆସିଲା ସେ ଚିନ୍ତା କରିଥିଲେ କ’ଣ ଭଲ କରିହେବ । କ୍ରିକେଟର ଭାବେ ତାଙ୍କୁ ଜଣା ନ ଥିଲା କି ପ୍ରଥମେ ବ୍ୟାଗ କେମିତି ଉଠାଯିବ । ପରେ କିନ୍ତୁ ସବୁକିଛି ସେ ମନଦେଇ ଶିଖିବା ସହ ପରଦାରେ ଏହାକୁ ନିଖୁଣ ଭାବେ ଅଭିନୟ କରିବେ ବୋଲି ଅଭିନେତ୍ରୀ ତାଙ୍କର ସମସ୍ତ ପ୍ରୟାସ ଲଗାଇ ଦେଇଥିଲେ ।
ଏବେ ଏହି ଫିଲ୍ମକୁ ନେଇ ଦେଇଥିବା ଏକ ସାକ୍ଷାତକାରରେ ମିତାଲି ସବୁକଥା ଖୋଲି କହିଛନ୍ତି । ଏହାସହ ଜଣେ ଖେଳାଳି ଚରିତ୍ରରେ ଅଭିନୟ କରି ସେ ନିଜକୁ ଧନ୍ୟ ମନେ କରୁଥିବା ବେଳେ ଆଗକୁ ସେ ଆଭେଞ୍ଜର ଚରିତ୍ରରେ ଅଭିନୟ ପାଇଁ ଆଶା ରଖିଥିବା କହିଛନ୍ତି । ଆଭେଞ୍ଜର ଚରିତ୍ରରେ ଅଭିନୟ କରିବା ତାଙ୍କର ଏକ ସ୍ପପ୍ନ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ମାର୍ବଲଙ୍କୁ ଏ ସମ୍ପର୍କରେ କହିଲେ ହୁଏତ ସେ କିଛି କରିପାରନ୍ତେ ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri