Posted inଖେଳ

T20 World Cup: ଫାଇନାଲରେ ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ

ନୂଆଦିଲ୍ଲୀ,୨୯।୬: ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ କିସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କୌଣସି ପରାଜୟ ବିନା ଫାଇନାଲରେ ପହଞ୍ଚିଛନ୍ତି।

ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ (ଟି୨୦ ଏବଂ ଦିନିକିଆ) ଫାଇନାଲରେ ପ୍ରବେଶ କରିଛି ଏବଂ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିବାର ସୁଯୋଗ ପାଇଛି। ଅନ୍ୟପଟେ ଭାରତୀୟ ଦଳ ୨୦୦୭ ରେ ପ୍ରଥମ ଟି୨୦ ବିଶ୍ୱକପ ଜିତି ଇତିହାସର ରଚିଥିଲା। ମହେନ୍ଦ୍ର ସିଂ ଧୋନି ସେତେବେଳେ ଭାରତର ଅଧିନାୟକ ଥିଲେ।

ବର୍ତ୍ତମାନ ୧୭ ବର୍ଷ ପରେ, ରୋହିତଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ହେବାର ସୁଯୋଗ ଅଛି। ଏଥର ଭାରତୀୟ ଦଳ 68 ରନରେ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ମ୍ୟାଚରେ ସ୍ଥାନ ପାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଭାରତୀୟ ଦଳ ଟି -୨୦ ବିଶ୍ୱକପରେ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ସର୍ବପ୍ରଥମେ, ଫାଇନାଲ୍ ପ୍ରଥମ ସଂସ୍କରଣରେ ଅର୍ଥାତ୍ ୨୦୦୭ ରେ ଖେଳାଯାଇଥିଲା। ତା’ପରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ମଧ୍ୟ ଜିତିଥିଲା। ୭ ବର୍ଷ ଅର୍ଥାତ୍ ଏହା ୨୦୧୪ ସିଜନର ଫାଇନାଲରେ ପ୍ରବେଶ କରିଥିଲା। ସେତେବେଳେ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା। ବର୍ତ୍ତମାନ ଏହା ହେଉଛି ତୃତୀୟ ଫାଇନାଲ୍।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri