Posted inଖେଳ

ଭାରତର ଅବିଶ୍ୱସନୀୟ ବିଜୟ

ନ୍ୟୁୟର୍କ, ୧୦।୬: ଟାର୍ଗେଟ ଥିଲା ମାତ୍ର ୧୨୦ ରନ। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍‌ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍‌ ବୁମ୍‌ରା। ଫଳରେ ଏକଦା ୨ ଉଇକେଟରେ ୭୩ ରନକରି ବିଜୟ ସ୍ଥିତିରେଥିବା ପାକିସ୍ତାନକୁ ୨୦ ଓଭରରେ ୧୧୩/୭ରେ ସୀମିତ ରଖି ଟି୨୦ ବିଶ୍ୱକପରେ ଅବିଶ୍ୱସନୀୟ ବିଜୟ ହାସଲ କଲା ଟିମ୍‌ ଇଣ୍ଡିଆ। ନ୍ୟୁୟର୍କର ନାସାଉ କାଉଣ୍ଟି ଗ୍ରାଉଣ୍ଡରେ ଉଡ଼ିଲା ଭାରତର ବିଜୟ ଧ୍ୱଜା। ରବିବାର ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ୧୯ ଓଭରରେ ୧୧୯ ରନରେ ଅଲ୍‌ଆଉଟ ହେବାରୁ ଚିନ୍ତାରେ ରହିଥିଲେ ଦର୍ଶକ ଓ ଟିମ୍‌ ମ୍ୟାନେଜମେଣ୍ଟ।

ମାତ୍ର ବୋଲରଙ୍କ ଚମତ୍କାରିତା ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ସର୍ବାଧିକ ୩୧ ରନ କରିଥିଲେ। ଟପ୍‌ ଅର୍ଡରର ଆଉ ୪ ବ୍ୟାଟର ଭଲ ଆରମ୍ଭ କରି ଦୁଇଅଙ୍କ ସ୍ପର୍ଶ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଭାରତ ପକ୍ଷରୁ ମାତ୍ର ୧୪ ରନରେ ୩ ଉଇକେଟ ନେଇ ପାକିସ୍ତାନର ବଡ଼ ବିପର୍ଯ୍ୟୟ ଘଟାଇଥିଲେ ବୁମ୍‌ରା। ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ସ୍ପେଲ୍‌ ପାଇଁ ବୁମ୍‌ରା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ବିଜୟ ସହ ଭାରତ ଗ୍ରୁପ୍‌ ‘ଏ’ରେ ୨ ମ୍ୟାଚରୁ ୪ ପଏଣ୍ଟ ପାଇ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ପ୍ରଥମ ମ୍ୟାଚରେ ଦଳ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଆମେରିକାଠାରୁ ହାରିଥିବା ପାକିସ୍ତାନ ୨ ମ୍ୟାଚରୁ ୨ ପରାଜୟ ସହ ଆଶଙ୍କା ମଧ୍ୟରେ ରହିଛି।

ଟସ୍‌ ଜିତି ପାକିସ୍ତାନ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ମ୍ୟାଚ ପାଖାପାଖି ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଗୋଟିଏ ଓଭର ବୋଲିଂ ପରେ ଭାରତ ସ୍କୋର ୮ ଥିବାବେଳେ ପୁଣି ବର୍ଷା ହେବାରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଛାଡ଼ିବାପରେ ପିଚ୍‌ ପାକିସ୍ତାନ ବୋଲରଙ୍କୁ ସହାୟକ ହୋଇଥିଲା। ମାତ୍ର ୧୯ ରନରେ ୨ ଉଇକେଟ ହରାଇ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଚମତ୍କାର ରେକର୍ଡ ବହନ କରୁଥିବା ବିରାଟ କୋହଲି କିନ୍ତୁ ଏଠାରେ ୪ ରନ କରିଥିବାବେଳେ ନସିମ ଶାହାଙ୍କ ବଲ୍‌କୁ ପଏଣ୍ଟ ଉପରେ ମାରିବାକୁ ଯାଇ ଉସମାନ ଖାଁଙ୍କୁ କ୍ୟାଚ ଦେଇଥିଲେ। ଏହାର ପରବର୍ତ୍ତୀ ଓଭରରେ ଅଧିନାୟକ ରୋହିତ ଶର୍ମା (୧୩ ରନ)ଙ୍କୁ ପ୍ୟାଭିଲିୟନ ପଠାଇ ଭାରତ ଉପରେ ଚାପ ପ୍ରୟୋଗ କରିଥିଲା ପାକିସ୍ତାନ। ପାଓ୍ବରପ୍ଲେ ୬ ଓଭରରେ ଭାରତ ୨ ଉଇକେଟ ହରାଇ ୫୦ ରନ କରିଥିଲା। ରିଷଭ ପନ୍ତ ଓ ଅକ୍ଷର ପଟେଲ ସତର୍କତାର ସହ ଖେଳି ଇନିଂସ ସମ୍ଭାଳିଥିଲେ। ମାତ୍ର ତୃତୀୟ ଉଇକେଟରେ ୩୯ ରନ ଯୋଗ ହେବାପରେ ଅକ୍ଷରଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ନସିମ ଶାହା।

ବ୍ୟାଟିଂ କ୍ରମରେ ଉପରେ ଆସିଥିବା ଅକ୍ଷର ୨୦ ରନ କରିବାକୁ ସକ୍ଷମ ହୋଇଥିଲେ। ଖରାପ ଫର୍ମଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୭ ରନ କରିଥିଲେ ହେଁ ତାଙ୍କ ସହ ରିଷଭ ୫ମ ଉଇକେଟରେ ୨୨ ବଲ୍‌ରୁ ୩୧ ରନ ଯୋଡ଼ିଥିଲେ। ଶିବମ୍‌ ଦୁବେ ୩, ହାର୍ଦ୍ଦିକ ପାଣ୍ଡ୍ୟା ୭ ଏବଂ ରବୀନ୍ଦ୍ର ଜାଡେଜା ଡକ୍‌(୦)ରେ ଆଉଟ ହେବାରୁ ଭାରତ ପୂରା ୨୦ ଓଭର ଖେଳିପାରି ନ ଥିଲା। ଏକାଧିକଥର ଜୀବନଦାନ ପାଇଥିବା ରିଷଭ ସର୍ବାଧିକ ୪୨ ରନ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ନସିମ ଶାହା ଓ ହାରିସ ରୌଫ ୩ଟି ଲେଖାଏ, ମହମ୍ମଦ ଅମିର ୨ଟି ଏବଂ ଶାହିନ ଶାହା ଆଫ୍ରିଦି ଗୋଟିଏ ଉଇକେଟ ନେଇଥିଲେ। ଅର୍ଶଦୀପ ସିଂ ରନ୍‌ଆଉଟ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?