Posted inଖେଳ

ପୁଣି ଖେଳାଯିବ ଟି୨୦ ମୁମ୍ବାଇ ଲିଗ୍‌: ରୋହିତ ହେବେ ବ୍ରାଣ୍ଡ ଆମ୍ବାସାଡର

ମୁମ୍ବାଇ, ୧୮ା୪: ଭାରତର ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆ ଅଧିନାୟକ ରୋହିତ ଶର୍ମା ଟି୨୦ ମୁମ୍ବାଇ ଲିଗ୍‌ରେ ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। କୋଭିଡ୍‌ ମହାମାରୀ ପୂର୍ବରୁ ଏହି ଲିଗ୍‌ ୨୦୧୮ ଓ ୨୦୧୯ରେ ଦୁଇଥର ଖେଳାଯାଇଛି। ରୋହିତ ଅନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲ୍‌ରେ ଖେଳୁଛନ୍ତି।

ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାନେ, ଶିବମ ଦୁବେ, ତୁଷାର ଦେଶପାଣ୍ଡେ ପ୍ରମୁଖ ମୁମ୍ବାଇର କେତେଜଣ ଲୋକପ୍ରିୟ ଖେଳାଳି ରହିଛନ୍ତି। ଟେଷ୍ଟ ଓପନ ଯଶସ୍ବୀ ଜୟସ୍ବାଲ କିଛିଦିନ ତଳେ ଗୋଆରେ ଯୋଗଦେଇଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରୁ ଅଧିକାଂଶ ଆଇପିଏଲ୍‌ ସହିତ ସମ୍ପୃକ୍ତ। ଆଇପିଏଲ୍‌ ଶେଷ ନ ହେବା ପର୍ଯ୍ୟନ୍ତ ଇଭେଣ୍ଟ ଆରମ୍ଭ ନ କରିବା ଲାଗି ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ସ୍ଥିର କରିଛି। ଏହି ଖେଳାଳିମାନେ ଟି୨୦ ମୁମ୍ବାଇ ଲିଗ୍‌ରେ ଖେଳିବେ ବୋଲି ଆଶା କରାଯାଉଛି। ମାତ୍ର ସେମାନଙ୍କୁ ବାଧ୍ୟ କରାଯିବ ନାହିଁ। ଇଭେଣ୍ଟରେ ଅଂଶଗ୍ରହଣ ଦ୍ୱାରା କେବଳ ମୁମ୍ବାଇ କ୍ରିକେଟର ବିକାଶ ଘଟିବ ନାହିଁ ବରଂ ଖେଳାଳି ଓ ଲିଗ୍‌ ଉପକୃତ ହେବେ ବୋଲି ଏମ୍‌ସିଏର ଜଣେ ଅଫିସିଆଲ କହିଛନ୍ତି। ଶୁକ୍ରବାର ଇଭେଣ୍ଟ ସମ୍ପର୍କରେ ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ରୋହିତ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।

ଖବର ଅନୁସାରେ ପ୍ରତିଯୋଗିତାରେ ଏମ୍‌ସିଏ ଆଇକନ ଖେଳାଳିମାନଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏ ଦେବ। ଇଭେଣ୍ଟରେ ଅଂଶ ଗ୍ରହଣ କରିବା ଲାଗି ୨,୮୦୦ରୁ ଅଧିକ ଖେଳାଳି ଆଗ୍ରହ ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ୮ଟି ଦଳ ଭାଗ ନେବେ। ଦୁଇଟି ନୂଆ ଦଳ ନାମ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ଅନ୍ୟ ୬ଟି ଦଳ ହେଲେ ନର୍ଥ ମୁମ୍ବାଇ ପାନ୍ଥର୍ସ, ଏଆର୍‌ସିଏସ୍‌ ଅନ୍ଧେରୀ, ଟ୍ରିମ୍ଫ ନାଇଟ୍ସ, ମୁମ୍ବାଇ ନର୍ଥ ଇଷ୍ଟ, ନମୋ ବାନ୍ଦ୍ରା ବ୍ଲାଷ୍ଟର୍ସ, ଇଗଲ ଥାନେ ଷ୍ଟ୍ରାଇକର୍ସ ଓ ଆକାଶ ଟାଇଗର୍ସ, ମୁମ୍ବାଇ ଓ୍ବେଷ୍ଟର୍ନ ସବଅର୍ବସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri