Posted inଖେଳ

ଅଲିମ୍ପିକ୍ସରେ ସାମିଲ ହେବ ଟି୨୦ କ୍ରିକେଟ

ମୁମ୍ବାଇ, ୧୪ା୧୦: ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟ ସାମିଲ ହେବାକୁ ଯାଉଛି। ଲସଆଞ୍ଜେଲ୍ସ ଗେମ୍ସ ଆୟୋଜକଙ୍କର ଏ ସମ୍ପର୍କିତ ପ୍ରସ୍ତାବ ଶୁକ୍ରବାର ଅନ୍ତର୍ଜାତୀୟ ଅଲିମ୍ପକ କମିଟି (ଆଇଓସି) ଦ୍ୱାରା ଅନୁମୋଦନ ଲାଭ କରିଛି। କ୍ରିକେଟ ଟି୨୦ ଫର୍ମାଟରେ ଖେଳାଯିବ। ଅନ୍ୟ ୪ଟି ଖେଳ ମଧ୍ୟ ଏଥିରେ ସ୍ଥାନ ପାଇବ। ସେଗୁଡ଼ିକ ହେଲା ବେସ୍‌ବଲ୍‌-ସଫ୍ଟବଲ, ଫ୍ଲାଗ୍‌ ଫୁଟ୍‌ବଲ, ଲାକ୍ରୋସେ (ସିକ୍ସେସ) ଏବଂ ସ୍କ୍ବାଶ। ଏହା ମଧ୍ୟ ଥୋମାସ ବ୍ୟାକ୍‌ଙ୍କ ଅଧ୍ୟକ୍ଷତାରେ ଆଇଓସିର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଗୃହୀତ ହୋଇଯାଇଛି। ଏଠାରେ ରବିବାର ଆରମ୍ଭ ହେବାକୁଥିବା ଆଇଓସି ସେସନରେ ଏହି ପ୍ରସ୍ତାବଗୁଡ଼ିକ ନେଇ ଭୋଟ ଗ୍ରହଣ ହେବ। କ୍ରିକେଟ ସପକ୍ଷରେ ଯଦି ଅଧିକ ସମର୍ଥନ ମିଳେ ତେବେ ୧୯୦୦ ପରେ କ୍ରିକେଟ ଅଲିମ୍ପିକ୍ସରେ ସ୍ଥାନ ପାଇବ। ଏହି ଅତିରିକ୍ତ କ୍ରୀଡ଼ାଗୁଡ଼ିକ ଲସ୍‌ଆଞ୍ଜେଲ୍ସ ଆୟୋଜକ କମିଟି ତରଫରୁ ସୁପାରିସ କରାଯାଇଥିଲା। ଅଲିମ୍ପିକ ପ୍ରୋଗ୍ରାମ୍‌ କମିଶନ (ଓପିସି) ଦ୍ୱାରା ସମୀକ୍ଷା ପରେ କାର୍ଯ୍ୟନିର୍ବାହୀ ବୋର୍ଡକୁ ଫରଓ୍ବାର୍ଡ କରାଯାଇଥିଲା।
ଲସଆଞ୍ଜେଲ୍ସ ଅଲିମ୍ପିକ୍ସରେ କମ୍ପାଉଣ୍ଡ ଆର୍ଚେରୀକୁ ସାମିଲ କରିବା ପ୍ରସ୍ତାନ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ କାଟ୍‌ ଖାଇଯାଇଛି। ଭାରତୀୟ ତୀରନ୍ଦାଜ ପାଇଁ ଏହା ନୈରାଶ୍ୟଜନକ ବିଷୟ। ଲସଆଞ୍ଜେଲ୍ସ ୨୦୨୮ ଅଲିମ୍ପିକ ଗେମ୍ସ କାର୍ଯ୍ୟକ୍ରମରେ କମ୍ପାଉଣ୍ଡ ଆର୍ଚେରୀକୁ ସ୍ଥାନ ମିଳି ନ ଥିଲା। ମାତ୍ର ଏହାକୁ ସାମିଲ କରିବା ଲାଗି ଗତବର୍ଷ ଜୁନ୍‌ରେ ଓ୍ବାଲର୍‌ଡ ଆର୍ଚେରୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଅନ୍ୟପକ୍ଷରେ ଆଇଓସି କାର୍ଯ୍ୟନିର୍ବାହୀ ପରିଷଦ ବକ୍ସିଂକୁ ଝୁଲା ଅବସ୍ଥାରେ ରଖିଥିବା ବେଳେ ଆଧୁନୀକ ପେଣ୍ଟାଥ୍ଲନ ଓ ଭାରୋତ୍ତୋଳନକୁ ସାମିଲ କରିବା ଲାଗି ସୁପାରିସ କରିଛି। ଆଇଓସି ବକ୍ସିଂ ପାଇଁ କୌଣସି ଗଭର୍ନିଂବଡିକୁ ସ୍ବୀକୃତି ଦେଇନାହିଁ। ଦୁଇ ଦିନିଆ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ଶୁକ୍ରବାର ଶେଷ ହୋଇଛି। ଏଥିରେ ସୁପାରିସ ହୋଇଥିବା ପ୍ରସ୍ତାବ ଗୁଡ଼ିକ ନେଇ ଅକ୍ଟୋବର ୧୫ରୁ ୧୭ ପର୍ଯ୍ୟନ୍ତ ଏଠାରେ ହେବାକୁଥିବା ଆଇଓସିର ୧୪୧ତମ ସେସନରେ ଭୋଟିଂ ହେବ। ଏହି ସେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଗାଟନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?