Posted inଖେଳ

ମା’ ଶ୍ରମିକ, ପୁଅ ଏବେ କ୍ରିକେଟରେ କରୁଛନ୍ତି ରାଜ୍‌

ଆଇପିଏଲ ୨୦୨୦ରେ ନିଜର ୟକର୍‌ ବଲରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡବିନ୍ଧା ସାଜିଥିବା ପେସର୍‌ ଟି.ନଟରାଜନ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ନଟରାଜନ ଆଇପିଏଲରେ ଜବରଦସ୍ତ ବୋଲିଂ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ନଟରାଜନ ୨୦୨୦ ଆଇପିଏଲ ଟୁର୍ନାମେଣ୍ଟରେ ୬୦ରୁ ଅଧିକ ୟର୍କର ବଲ ବୋଲିଂ କରିଥିଲେ। ସେ ନିଜର ଗତି, ସୁପରଓଭରରେ ବୋଲିଂ ଏବଂ ସଠିକ ଲାଇନ ଲେନ୍ଥ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ନଟରାଜନ ବିରାଟ କୋହଲିଙ୍କୁ ଆଇପିଏଲ ୨୦୨୦ର ପ୍ରଥମ ଶିକାର କରିଥିବାବେଳେ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ତାଙ୍କ ୟର୍କର ବଲରେ ବୋଲିଂ କରି ବହୁ ପ୍ରଶଂସା ସାଉଁଟି ଥିଲେ। ତାମିଲନାଡୁର ଚିନ୍ନାପାମ୍ପପଟ୍ଟୀ ଗ୍ରାମରୁ ୟୁଏଇ ଦେଇ ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆର ଅଂଶ ହେବା ପାଇଁ ନଟରାଜଙ୍କ ଯାତ୍ରା ଏକ ସୁନ୍ଦର ସ୍ବପ୍ନ ପୂରଣ ଭଳି ଥିଲା। କାରଣ ଆଇପିଏଲ ୨୦୨୦ପୂର୍ବରୁ ସେ କ୍ୱଚିତ୍‌ ଭାବିଥିବେ ଯେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ କିମ୍ବା ଟି -୨୦ ଲିଗରେ ମଧ୍ୟ ଖେଳିବେ। କିନ୍ତୁ ୟୁଏଇରେ ଖେଳାଯାଇଥିବା ଆଇପିଏଲ ଏହି ବାମହାତୀ ଦ୍ରୁତ ବୋଲରଙ୍କ ଭାଗ୍ୟ ବଦଳାଇ ଦେଇଛି।
ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚରେ ୧୬ଟି ଉଇକେଟ ନେଇ ଟି ନାଟରାଜନ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜ ପ୍ରଦର୍ଶନ ଜରିଆରେ ଭାରତୀୟ ଦଳରେ ସେ ସ୍ଥାନ ପାଇଛନ୍ତି। ପିଲାଦିନକୁ ଅତ୍ୟଧିକ ଦାରିଦ୍ରରେ ସେ ଦିନ ବିତାଇଛନ୍ତି। ନଟରାଜନ ତାମିଲନାଡୁର ଚିନ୍ନାପମ୍ପତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ମା ଜଣେ ଶ୍ରମିକ ଥିଲେ। ନଟରାଜନ ଟେନିସ ବଲ ସହିତ କ୍ରିକେଟ ଖେଳୁଥିଲେ। ବୋଲିଂ ପ୍ରଶିକ୍ଷକ ଜୟପ୍ରକାଶ ତାଙ୍କୁ ଦେଖି ତାମିଲନାଡୁ ପ୍ରିମିୟର ଲିଗ ଖେଳିବାର ସୁଯୋଗ ପାଇଲେ। ଠିକ ସେତିକିବେଳେ, ନଟରାଜନଙ୍କ ଭାଗ୍ୟ ବଦଳିଗଲା। ତାମିଲନାଡୁ ପାଇଁ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ନଟରାଜ ୨୭ ଉଇକେଟ ନେଇଥିଲେ। ଏହା ପରେ ୨୦୧୭ରେ କିଙ୍ଗସ ଏକାଦଶ ପଞ୍ଜାବ ୩ କୋଟି ଟଙ୍କା ମୂଲ୍ୟରେ ନଟରାଜନକଙ୍କୁ କିଣିଥିଲା। ପରବର୍ତ୍ତୀ ବର୍ଷ ପଞ୍ଜାବକୁ ନଟରାଜନ ରଖି ନ ଥିଲା ଏବଂ ହାଇଦ୍ରାବାଦ ଏହି ଦ୍ରୁତ ବୋଲରଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲ ୨୦୨୦ରେ, ଏହି ଦ୍ରୁତ ବୋଲର ହାଇଦ୍ରାବାଦକୁ ପ୍ଲେ ଅଫରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?