Posted inଖେଳ

ଭାବୁକ ହେଲେ ନଟରାଜନ୍‌; ସର୍ଜରୀକୁ ନେଇ କହିଲେ…

ଚେନ୍ନାଇ,୨୪।୪: ସନରାଇଜର୍ସ ହାଇଦ୍ରାବାର ଦ୍ରୁତ ବୋଲର ଟି ନଟରାଜନ ଆହତ ସମସ୍ୟା ନେଇ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ବାହାର ହୋଇଛନ୍ତି। ଆଣ୍ଠୁରେ ଆଘାତ ଲାଗିଥିବାରୁ ତାଙ୍କର ସର୍ଜରୀ କରାଯିବା ଜରୁରୀ ହୋଇପଡ଼ିଛି। ତେବେ ହାଇଦ୍ରାବାଦ ପକ୍ଷରୁ ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ନଟରାଜନ କହିଛନ୍ତି, ମୁଁ ଏହି ଆଇପିଏଲ୍‌ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଖେଳି ପାରୁ ନ ଥିବାରୁ ବହୁତ ଦୁଃଖି। ଗତ ସିଜିନରେ ଭଲ ଖେଳିଥିଲି। ଏହାପରେ ଭାରତ ପାଇଁ ଖେଳିବାକୁ ସୁଯୋଗ ପାଇଥିଲି। ଏଣୁ ମୋର ନିଜ ଉପରେ ଅଧିକ ଆଶା ରହିଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ସର୍ଜରୀ ଯୋଗୁ ଆଉ ଖେଳି ହେବ ନାହିଁ ବୋଲି ସେ କହିଛନ୍ତି।

ଅଷ୍ଟ୍ରେଲିଆ ଗସ୍ତ ସମୟରୁ ନଟରାଜନ ଆହତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ବେଳେ ଖେଳ ଜାରି ରଖିଥିବା କୁହାଯାଉଛି। ଏବେ ସମସ୍ୟା ହେବା କାରଣରୁ ଏହି ୩୦ ବର୍ଷୀୟ ଖେଳାଳିଙ୍କ ସର୍ଜରୀ କରାଯିବ। ଏଯାବତ ସେ ସନରାଇଜର୍ସ ପକ୍ଷରୁ କେବଳ ଦୁଇଟି ମ୍ୟାଚ୍‌ ଖେଳିଥିବା ବେଳେ ଆଗାମୀ ସମସ୍ତ ମ୍ୟାଚ୍‌ ପାଇଁ ଦଳକୁ ଶୁଭକାମନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଖୋଜାଖୋଜି ପରେ ମିଳିଲା ବୃଦ୍ଧାଙ୍କ ମୃତଦେହ

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦହିବାହାଳୀ ଗ୍ରାମ ପୋଖରୀକୁ ଶୁକ୍ରବାର ସାରେ ଜଣେ ୬୫ବର୍ଷୀୟ ବୃଦ୍ଧ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ରାତିରେ…

ପାକିସ୍ତାନରେ ୬ଟଙ୍କା କମିଲା ପେଟ୍ରୋଲ, ହେଲେ ଭାରତରେ ବଢିଗଲା ଦର

ଇସଲାମବାଦ,୨୩।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ଅଶୋଧିତ ତୈଳ (Crude Oil) ଉପରେ ଥିବା ଚାପ ମଧ୍ୟରେ ପଡ଼ୋଶୀ ଦେଶ ପାକିସ୍ତାନରୁ…

ଏଲୋନ ମସ୍କଙ୍କ ଉପରେ ଗୁପ୍ତଚର କରୁଥିଲା କି ଚାଇନା? ୱେଟର ଭାବରେ ପହଞ୍ଚିଲେ ‘ଡ୍ରାଗନ’ର ସୁନ୍ଦରୀ ଏଜେଣ୍ଟ

ବେଜିଂ,୨୩।୫: ଚାଇନା ଦୀର୍ଘ ଦିନ ଧରି ଅନ୍ୟ ଦେଶରେ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗର ସମ୍ମୁଖୀନ ହୋଇଆସୁଛି। ଏବେ ଏହି ତାଲିକାରେ ଏକ ନୂତନ ଅଭିଯୋଗ ଯୋଡି…

ମା’ ନୁହେଁ, ପ୍ରଶଂସା ସାଉଁଟିଲେ ଆରାଧ୍ୟା

ଶେଷରେ ପୂର୍ବତନ ମିସ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍‌ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ…

ସିଙ୍ଗଲ୍‌ ନା ରିଲେସନଶିପ୍‌ରେ ଅଛନ୍ତି ମେଲୋନି? ଜାଣନ୍ତୁ ତାଙ୍କର ରିଲେସନ ଷ୍ଟାଟସ୍‌…

ନୂଆଦିଲ୍‌ଲୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ଇଟାଲୀ ଗସ୍ତ କରିଥିଲେ, ଯେଉଁଠାରେ ସେ ତାଙ୍କର ଇଟାଲୀୟ ପ୍ରତିପକ୍ଷ, ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ସାକ୍ଷାତ କରିଥିଲେ। ଏହି…

ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ଶେଷ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ…

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ…

ପାରିବାରିକ କଳହର ଉଗ୍ରରୂପ: ଶଳାଙ୍କୁ ବସ୍‌ଷ୍ଟାଣ୍ଡରେ ଛୁରାମାଡ଼ କଲେ ଭିଣୋଇ

ଆସିକା,୨୩ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବସ୍‌ଷ୍ଟାଣ୍ଡଠାରେ ଶନିବାର ପୂର୍ବାହ୍ନରେ ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର ହୋଇଛନ୍ତି। ଆହତ ଶଳା ହେଉଛନ୍ତି କଂସ ଡାକୁଆ (୨୫)…

୧୦ ଦିନରେ କାହିଁକି ତୃତୀୟ ଥର ପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦାମ? ଇଣ୍ଡିଆନ ଅଏଲ କହିଲା ଅସଲ କାରଣ

ନୂଆଦିଲ୍ଲୀ,୨୩।୬: ଶନିବାର, ମେ ୨୩, ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ପେଟ୍ରୋଲ ୮୭ ପଇସା ମହଙ୍ଗା ହୋଇଛି, ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri