ଟି ଲେଙ୍ଗ୍‌ଥ ଡ୍ରେସ୍‌

ଟିଲେଙ୍ଗ୍‌ଥ ଡ୍ରେସ୍‌ର ଲମ୍ବା ସାଧାରଣତଃ ଆଣ୍ଠୁ ତଳକୁ ହେଲେ ଗୋଇଠି ଉପରକୁ ରହିଥାଏ। ବିଶେଷ କରି ଏହାର ଏକ ଭଲ ଗୁଣ ହେଲା, ଏହା ନା ବେଶି ଓପନ୍‌ ହୋଇଥାଏ ନା ଶରୀରକୁ ସମ୍ପୂର୍ଣ୍ଣ କଭର୍‌ କରିକି ରଖିଥାଏ। ତା’ଛଡ଼ା ଏହି ଡ୍ରେସ୍‌ର ଲମ୍ବା ଗୋଇଠି ଉପରକୁ ରହୁଥିବାରୁ ଏହାର ତଳଭାଗରେ ସହଜରେ ମଇଳା ଲାଗେ ନାହିଁ। ଫଳରେ ଏହାକୁ ପିନ୍ଧିଲେ କମ୍ଫଟେବଲ୍‌ ଲାଗିବା ସହ କ୍ଲାସି ଲୁକ୍‌ ମିଳେ। ଏପରିକି ବର୍ଷର ଯେ କୌଣସି ସମୟରେ ଏହାକୁ ଆରାମରେ ପିନ୍ଧିହୁଏ। ଖାସ୍‌ ସେଥିପାଇଁ ବଲିଉଡ୍‌ ଡିଭାଙ୍କୁ ମଧ୍ୟ ଅନେକ ଥର ଟି ଲେଙ୍ଗ୍‌ଥ ଡ୍ରେସ୍‌ ପିନ୍ଧି ଫଟୋ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ଟି ଲେଙ୍ଗ୍‌ଥ ଡ୍ରେସ୍‌ର କ’ଣ ସବୁ ଲାଟେଷ୍ଟ ଫ୍ୟାଶନ ରହିଛି…

ସିମ୍ପଲ୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌: ମାର୍କେଟ୍‌ରେ ପିୟୋର୍‌ କଟନ୍‌ର ଖୁବ୍‌ ସୁନ୍ଦର ସୁନ୍ଦର ସିମ୍ପଲ ଟି ଲେଙ୍ଗ୍‌ଥ ଡ୍ରେସ୍‌ ମିଳୁଛି। ଏହାକୁ ଆପଣ ଚାହିଁଲେ ରେଗୁଲାର୍‌ ବ୍ୟବହାର କରିପାରିବେ ନଚେତ୍‌ ଅଫିସ୍‌କୁ ମଧ୍ୟ ପିନ୍ଧି ଯାଇପାରିବେ। ଏ ଷ୍ଟାଇଲ୍‌ର ଡ୍ରେସ୍‌ ସୋବର୍‌ ଲୁକ୍‌ ଦେଇଥାଏ।

ଫ୍ଲୋରାଲ୍‌ ପ୍ରିଣ୍ଟ: ଏହି ପ୍ରିଣ୍ଟର ଟି ଲେଙ୍ଗ୍‌ଥ ଡ୍ରେସ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହ ଟ୍ରେଣ୍ଡି ବି ଲାଗିଥାଏ। ତା’ଛଡ଼ା ଏହି ଡ୍ରେସ୍‌ ପିନ୍ଧି ଆପଣ କାଜୁଆଲ୍‌ ଆଉଟିଂରେ କିମ୍ବା ଶପିଂ ପାଇଁ ବି ଯାଇପାରିବେ।

ଓ୍ବାନ୍‌ ସୋଲ୍ଡର୍‌ : ଯଦି କୌଣସି ପାର୍ଟି ଫଙ୍କସନ୍‌କୁ ସର୍ଟ ଲେଙ୍ଗ୍‌ଥ ଡ୍ରେସ୍‌ ପିନ୍ଧିକି ଯିବାକୁ ଆପଣଙ୍କୁ ପସନ୍ଦ ନ ଥାଏ, ତା’ହେଲେ ସେ କ୍ଷେତ୍ରରେ ବ୍ରାଇଟ୍‌ କଲର୍‌ର ଓ୍ବାନ ସୋଲ୍ଡର୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌ ଭଲ ଅପ୍ସନ ହୋଇପାରିବ। ଏହା କମ୍ଫଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ବି ଲାଗିବ।

ଅଫ୍‌ ସୋଲ୍ଡର୍‌: ଅଫ୍‌ ସୋଲ୍ଡର୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌ ଯୁବତୀଙ୍କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ତା’ଛଡ଼ା ଏହି ଡ୍ରେସ୍‌ ସହିତ ଟିକେ ଗର୍ଜିୟସ୍‌ ଇୟର ରିଂକୁ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗିଥାଏ।

ବଡି ଫିଟିଙ୍ଗ୍‌: ସ୍ଲିମ୍‌ ଟ୍ରିମ୍‌ ଯୁବତୀଙ୍କୁ ବଡି ଫିଟିଙ୍ଗ୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌ ସ୍ମାର୍ଟ ଲୁକ୍‌ ଦେଇଥାଏ। ବିଶେଷକରି ସାଙ୍ଗସାଥୀ କିମ୍ବା ପରିବାର ସଦସ୍ୟଙ୍କ ସହିତ ଆଉଟିଂରେ ଗଲାବେଳେ ଏହି ଡ୍ରେସ୍‌କୁ ଟ୍ରାଏ କଲେ କମ୍ଫଟେବଲ୍‌ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri