Posted inଖେଳ

ଟି-୨୦ ବିଶ୍ୱକପ ୨୦୨୪: ଯୋଗ୍ୟତା ଅର୍ଜନ କଲେ ୧୯ ଟିମ୍‌, ଜୁନ୍‌ ୩୦ରେ ଫାଇନାଲ…

କୋଲକାତା,୩୦।୧୧ : ଏକଦିବସୀୟ ବିଶ୍ୱକପ ୨୦୨୩ର ସମାପ୍ତି ପରେ, ବର୍ତ୍ତମାନ ଟି-୨୦ ବିଶ୍ୱକପ ୨୦୨୪ ଅନୁଷ୍ଠିତ ହେବାକୂ ଯାଉଛି। ଟି-୨୦ ବିଶ୍ୱକପ ଜୁନରେ ଖେଳାଯିବ। ଏହାର ତାରିଖ ଉପରେ କିଛି ଦ୍ୱନ୍ଦ୍ୱ ଅଛି କିନ୍ତୁ ଏହା ୩ କିମ୍ବା ୪ ଜୁନ ରୁ ଆରମ୍ଭ ହେବ। ଫାଇନାଲ ମ୍ୟାଚ ଜୁନ ୩୦ ରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ମିଳିତ ଭାବେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଏହି ବିଶ୍ୱକପ ଅଧିକ ଦ୍ୱତନ୍ତ୍ର ହେବ କାରଣ ଏଥର ୧୦ କିମ୍ବା ୧୨ ଟି ଦଳ ନୁହେଁ ବରଂ ୨୦ ଟି ଦଳ ଏଥିରେ ଅଂଶଗ୍ରହଣ କରିବେ ।

ଟି-୨୦ ବିଶ୍ୱକପ ୨୦୨୪ ରେ ମୋଟ ୨୦ ଟି ଦଳ ଖେଳିବେ କିନ୍ତୁ ଏଥି ମଧ୍ୟରୁ ୧୯ ଦଳ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇଛନ୍ତି। କେତେକ ର଼୍ୟାଙ୍କିଙ୍ଗ ଆଧାରରେ ସିଧାସଳଖ ପ୍ରବେଶ କରିଥିବାବେଳେ କେତେକ ବିଭିନ୍ନ ମହାଦେଶରେ ଖେଳାଯାଇଥିବା ଯୋଗ୍ୟତା ଟୁର୍ନାମେଣ୍ଟ ଆଧାରରେ ଯୋଗ୍ୟତା ଅର୍ଜନ କରିଛନ୍ତି। ହୋଷ୍ଟ ଭାବରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଆପେଆପେ ପ୍ରବେଶ କରିଛନ୍ତି। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ୨୦୨୨ ଟି -୨୦ ବିଶ୍ୱକପ ଆଧାରରେ ଯୋଗ୍ୟତା ଅର୍ଜନ କରିଛନ୍ତି। ର଼୍ୟାଙ୍କିଙ୍ଗ ଆଧାରରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ପ୍ରବେଶ କରଛନ୍ତି।

ସ୍କଟଲାଣ୍ଡ ଏବଂ ଆୟର୍ଲାଣ୍ଡ ୟୁରୋପ ଯୋଗ୍ୟତା ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପାପୁଆ ନ୍ୟୁ ଗିନି ପୂର୍ବ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଯୋଗ୍ୟତା ଅର୍ଜନ କରିଛି। ଆମେରିକା କ୍ୱାଲିଫାୟରରୁ କାନାଡା ଏବଂ ଏସିଆ କ୍ୱାଲିଫାୟରରୁ ନେପାଳ ଓ ଓମାନ ଯୋଗ୍ୟତା ଅର୍ଜନ କରିଛନ୍ତି। ନାମିବିଆ ଆଫ୍ରିକା ଯୋଗ୍ୟତା ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିଛି। ଉଗାଣ୍ଡା, ଜିମ୍ବାୱେ, କେନିଆ ଏବଂ ନାଇଜେରିଆର ମଧ୍ୟରୁ ଗୋଟିଏ ଦଳ ଯୋଗ୍ୟତା ଅର୍ଜନ କରିବ। ଏହାର ଅର୍ଥ ୧୯ ଟିମ ସ୍ଥିର ହୋଇଛି ଏବଂ ଆଉ ଗୋଟିଏ ଦଳ ଯୋଗ୍ୟତା ଅର୍ଜନ କରିବ।

ଏହି ଟୁର୍ନାମେଣ୍ଟର ଫର୍ମାଟରେ ମୋଟ ୫୫ ଟି ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ୫-୫ ଟି ଦଳ ଚାରୋଟି ଦଳରେ ବିଭକ୍ତ ହେବେ। ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ୨ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଏହା ସୁପର ୮ ହେବ। ଏହା ପରେ ଏକ ନକଆଉଟ ରାଉଣ୍ଡ ହେବ ଏବଂ ନିଜ ନିଜ ମ୍ୟାଚ ଜିତୁଥିବା ଦଳ ସେମିଫାଇନାଲକୁ ଯିବେ। ତା’ପରେ ସେମିଫାଇନାଲରେ ପ୍ରଥମ ମ୍ୟାଚ ଚତୁର୍ଥ ଏବଂ ଦ୍ୱିତୀୟ ମ୍ୟାଚ ତୃତୀୟ ଦଳ ବିପକ୍ଷରେ ହେବ। ଏହା ପରେ, ଜୁନ ୩୦ ରେ, ସେମିଫାଇନାଲର ଦୁଇଟି ବିଜେତା ଦଳ ଫାଇନାଲ ମ୍ୟାଚ ଖେଳିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?