ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି ମୁଖ୍ୟ ଆକର୍ଷଣ ସାଜିଥାଏ। ସେଥିପାଇଁ ଭାରତର ପରୀକ୍ଷା ସଂସ୍କାର ଦାୟିତ୍ୱ ନନ୍ଦନ ନିଲେକାନିଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ମନେହେଉଛି। ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଯୋଗୁ ସରକାର ଅପଦସ୍ଥହେବା ସହ ଜନସାଧାରଣଙ୍କ ଆସ୍ଥା ହରାଇବାରେ ଲାଗିଛନ୍ତି। ସରକାର ଚାହିଁଥିଲେ ଅବସରପ୍ରାପ୍ତ ପ୍ରଶାସକମାନଙ୍କୁ ନେଇ ଆଉ ଏକ କମିଟି ଗଠନ କରିପାରିଥାନ୍ତେ। କିନ୍ତୁ ଏହା ବଦଳରେ ଆଧାର ଗଠନ କରିବାରେ ଏବଂ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ ରୂପରେଖ ଦେବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ନେତୃତ୍ୱରେ ଏକ ଦଳକୁ ଦାୟିତ୍ୱ ଦେଇ ମୋଦି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ପ୍ରଶ୍ନପତ୍ର ଲିକ୍‌ ଏକ ବ୍ୟବସ୍ଥାଗତ ସମସ୍ୟା। ନିଲେକାନି ଏକ ବିଶ୍ୱସ୍ତରୀୟ କର୍ପୋରେଟ୍‌ ସଂସ୍ଥା ଚଳାଇଛନ୍ତି, ସରକାରଙ୍କ ଅଧୀନରେ କାମ କରିଛନ୍ତି ଏବଂ ଅମଲାତନ୍ତ୍ର କିଭଳି କାର୍ଯ୍ୟକରେ ତାହା ବି ଶିଖିଛନ୍ତି। ଅମଲାତାନ୍ତ୍ରିକ ଧୈର୍ଯ୍ୟ ବିନା କର୍ପୋରେଟ୍‌ ଦକ୍ଷତା ସରକାରରେ ବେଶି ଦିନ ତିଷ୍ଠି ରହିପାରେ ନାହିଁ। ନିଲେକାନି ଉଭୟ ବିଷୟକୁ ଭଲଭାବେ ବୁଝନ୍ତି। ନିଲେକାନିଙ୍କ ନିଯୁକ୍ତି ସୂଚାଉଛି ଯେ ସଙ୍କଟ ସମୟରେ ସରକାର ପାରମ୍ପରିକ ପଦକ୍ଷେପ ବଦଳରେ ପ୍ରଯୁକ୍ତିଗତ ପାରଦର୍ଶିତା ଆପଣାଇବାକୁ ପ୍ରସ୍ତୁତ ଅଛନ୍ତି। ଏହା ଏକ ସୁସ୍ଥ ମାନସିକତାର ପରିଚୟ। ଏହି ପ୍ରୟାସ ସଫଳ ହେଲେ ଏହାର ପ୍ରକୃତ ସଫଳତା ଆଉ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ନିର୍ମାଣ ନୁହେଁ; ବରଂ ସେହି ସଂସ୍ଥା ଉପରେ ପୁଣିଥରେ ଲୋକଙ୍କ ଆସ୍ଥା ଫେରାଇଆଣିବ, ଯାହା ଉପରେ ବହୁ କୋଟି ଯୁବତୀଯୁବକଙ୍କ ଭବିଷ୍ୟତ ନିର୍ଭର କରେ।
ଅସ୍ଥାୟୀ ଦାୟିତ୍ୱ
କେନ୍ଦ୍ର ସରକାର ଉଚ୍ଚ ପ୍ରଶାସନିକ ପଦବୀଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରୁଛନ୍ତି। କକ୍‌ରୋଚ୍‌ ଆନ୍ଦୋଳନ ପରେ ଶାସନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ କେନ୍ଦ୍ର ପ୍ରସ୍ତୁତ ହେଉଥିବା ବେଳେ ପ୍ରମୁଖ ପଦବୀଗୁଡ଼ିକୁ ପୁନର୍ଗଠନ କରାଯାଉଛି। ଏହି ପରିପ୍ରେକ୍ଷୀରେ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂଙ୍କୁ ପୂର୍ବତନ ସୈନିକ କଲ୍ୟାଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯିବା ନିଷ୍ପତ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ନିଷ୍ପତ୍ତି ଦର୍ଶାଏ ଯେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସବୁବେଳେ ନିରନ୍ତରତାକୁ ଗୁରୁତ୍ୱ ଦେଇଆସିଛି। ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟିକରିବା ପରିବର୍ତ୍ତେ, ବର୍ତ୍ତମାନର ସଚିବ ସୁକୃତି ଲିଖି ଛୁଟିରେ ଥିବାରୁ ସରକାର ବ୍ୟବସ୍ଥାରେ ଅନାବଶ୍ୟକ ପରିବର୍ତ୍ତନ ନ କରି ଏହି ସମ୍ପୃକ୍ତ ବିଭାଗର ଦାୟିତ୍ୱ ଜଣେ ଅଭିଜ୍ଞ ଅଧିକାରୀଙ୍କ ହାତରେ ରଖିଛନ୍ତି। ଏହି ନିଷ୍ପତ୍ତି ଶାସନର ଏକ ବଡ଼ ସିଦ୍ଧାନ୍ତକୁ ସୂଚିତ କରୁଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ପୂର୍ବତନ ସୈନିକ କଲ୍ୟାଣ ବିଭାଗ ପରସ୍ପରଠାରୁ ଅଲଗା ନୁହନ୍ତି। ପୂର୍ବତନ ସୈନିକଙ୍କ ପେନ୍‌ସନ, ପୁନର୍ବାସ ଓ କଲ୍ୟାଣ ସମ୍ବନ୍ଧୀୟ ନୀତିଗୁଡ଼ିକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିରକ୍ଷା ବ୍ୟବସ୍ଥା ସହ ସମନ୍ବୟ ରଖିବା ଦରକାର। ରାଜେଶ କୁମାର ସିଂଙ୍କର ବହୁ ବର୍ଷର ପ୍ରଶାସନିକ ଅଭିଜ୍ଞତା ରହିଛି ଏବଂ ପୂର୍ବରୁ ମନ୍ତ୍ରଣାଳୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ନିୟନ୍ତ୍ରଣ କରିଛନ୍ତି। ତାଙ୍କୁ ଅସ୍ଥାୟୀ ଦାୟିତ୍ୱ ଦେବା ଦ୍ୱାରା ଅନାବଶ୍ୟକ ପରିବର୍ତ୍ତନଜନିତ ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ନାହିଁ। ପ୍ରଶାସନିକ ପୁନର୍ଗଠନର ସମୟରେ ଏହି ନିଯୁକ୍ତି ଆମକୁ ମନେ ପକାଇଦିଏ ଯେ ସ୍ଥିରତାର ମୂଲ୍ୟ ରହିଛି।
ପଦବୀ ସୁରକ୍ଷାକବଚ ନୁହେଁ
ପଦବୀ ଯେତେ ଉଚ୍ଚ, ଦାୟିତ୍ୱର ମାନଦଣ୍ଡ ମଧ୍ୟ ସେତେ ଉଚ୍ଚ ହେବା ଉଚିତ। ପ୍ରତ୍ୟେକ ପୋଲିସ ବାହିନୀ ଏହି ନୀତିକୁ ପାଳନ କରୁଥିବା ଦାବି କରନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ, ବରିଷ୍ଠ ଅଧିକାରୀମାନେ ପ୍ରାୟତଃ ଏଭଳି ଏକ ସୁରକ୍ଷା ବଳୟ ମଧ୍ୟରେ ରହନ୍ତି ଯାହା ସେମାନଙ୍କ କନିଷ୍ଠ ଅଧିକାରୀଙ୍କୁ ମିଳି ନ ଥାଏ। ସେଥିପାଇଁ କେରଳ ସରକାରଙ୍କ ଦ୍ୱାରା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଏମ୍‌.ଆର୍‌. ଅଜିତ କୁମାରଙ୍କୁ ନିଲମ୍ବନ କରାଯିବା ଅଧିକ ଗୁରୁତ୍ୱ ବହନକରେ। ଏହି ନିଲମ୍ବନ ଦୋଷର ପ୍ରମାଣ ନୁହେଁ; ବରଂ ଏହା ଦର୍ଶାଏ ଯେ, କାର୍ଯ୍ୟରତ ପୋଲିସ ମୁଖ୍ୟଙ୍କ ବିରୋଧରେ ଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ପଦବୀରେ ଥିବା ସମୟରେ ସମ୍ଭବ ନୁହେଁ। ବହୁ ବର୍ଷ ଧରି ଭାରତର ପୋଲିସ ବ୍ୟବସ୍ଥା ଏକ ଅସନ୍ତୁଳନ ସ୍ଥିତି ଦେଇ ଗତିକରୁଛି। କନ୍‌ଷ୍ଟେବଲ ଏବଂ ଇନ୍ସପେକ୍ଟରମାନଙ୍କୁ ତଦନ୍ତ ଚାଲିଥିବା ସମୟରେ ନିୟମିତ ଭାବେ ନିଲମ୍ବିତ କରାଯାଇଥାଏ। କିନ୍ତୁ ଶୀର୍ଷ ସ୍ତରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଖୁବ୍‌ କମ୍‌ ଦେଖିବାକୁ ମିଳେ, ଯେଉଁଠି ଦୃଢ଼ ସଂସ୍ଥାଗତ କାର୍ଯ୍ୟାନୁଷ୍ଠାନ ବଦଳରେ ପ୍ରାୟତଃ ବଦଳି ଏବଂ ଦୀର୍ଘ ଦିନର ତଦନ୍ତ ପ୍ରକ୍ରିୟାକୁ ଆପଣାଯାଇଥିବା ଦେଖାଯାଏ। ଫଳରେ ଏଭଳି ଏକ ଧାରଣା ସୃଷ୍ଟିହୁଏ ଯେ ଉଚ୍ଚ ପଦବୀ ଆତ୍ମରକ୍ଷାର ଏକ ଢାଲ ଭାବେ କାମ କରେ। କେରଳ, ଅନ୍ତତଃ ପକ୍ଷେ ବର୍ତ୍ତମାନ ପାଇଁ, ଏକ ଭିନ୍ନ ପନ୍ଥା ଗ୍ରହଣ କରିଛି। ଅଜିତ କୁମାର ଉଚ୍ଚ ପଦବୀ ଗ୍ରହଣ କରିବା ପୂର୍ବରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଏକ ବାର୍ତ୍ତା ଦିଏ ଯେ ପଦୋନ୍ନତି କେବେ ବି ତଦନ୍ତରୁ ମୁକୁଳିବାର ମାଧ୍ୟମ ହୋଇପାରିବ ନାହିଁ। ତଦନ୍ତ ପରେ ସେ ଦୋଷମୁକ୍ତ କିମ୍ବା ଦୋଷୀ ହେବା ଆଇନଗତ ପ୍ରକ୍ରିୟାର ବିଷୟ। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ସରକାରୀ କ୍ଷମତାର ପ୍ରଭାବ ବିନା ହିଁ ନିରପେକ୍ଷ ଆଇନଗତ ତଦନ୍ତ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?