Posted inଫୁରସତ

ଚିତ୍ର କରିବାର ଏକ ନୂଆ ତରିକା ସିରିଞ୍ଜ ପେଣ୍ଟିଂ

ଫିଲିପାଇନ୍ସ, ଭାଲାଡୋଲିଡ୍‌ରେ ରହୁଥିବା କିମ୍ବରଲି ଜୟ ମାଗ୍‌ବନୁଆଙ୍କର ପିଲାଦିନୁ ଚିତ୍ରକଳା ପ୍ରତି ଥିଲା ଅହେତୁକ ଭଲ ପାଇବା। ହେଲେ ଏନେଇ ସେ କୌଣସି ତାଲିମ୍‌ ନେଇ ପାରି ନ ଥିଲେ। ଆଉ ବଡ ହେବା ପରେ ସେ ହେଲେ ନର୍ସ। ରୋଗୀ ସେବାରେ ବିତାଇଲେ ସମୟ। କିନ୍ତୁ ଅନ୍ତର୍ନିହୀତ କଳାଟି ବାହରକୁ ବାହାରିବା ପାଇଁ ଖୋଜୁଥିଲା ରାସ୍ତାଟିଏ। ଶେଷରେ କିମ୍ବର୍‌ଲି ଦିନେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବାବେଳେ ଭାବିଲେ ସିରିଞ୍ଜରେ ଚିତ୍ର କଲେ କେମିତି ହେବ। ଆଉ ତାକୁ ବାସ୍ତବ ରୂପ ଦେବା ପାଇଁ କାନ୍‌ଭାସ୍‌ରେ ଅନେକ ପରୀକ୍ଷା ନିରୀକ୍ଷା କଲେ। ଶେଷରେ ସେ ଆରମ୍ଭ କଲେ ଚିତ୍ର କରିବାର ଏକ ନୂଆ ତରିକା। ସିରିଞ୍ଜରେ ରଙ୍ଗ ପୂରାଇ କାନ୍‌ଭାସ୍‌ରେ ତିଆରି କଲେ ଅଦ୍ଭୁତ ଚିତ୍ରସବୁ। ବର୍ତ୍ତମାନ ସେ ରୋଗୀଙ୍କ ସେବା କରିବା ସହ ଜଣେ ଭଲ ଚିତ୍ରଶୀଳ୍ପିଭାବେ ମଧ୍ୟ ବେଶ୍‌ ପରିଚିତ। ତାଙ୍କ ଚିତ୍ରଗୁଡିକ ଫିଲିପାଇନ୍ସର କିଛି ବଡ ବଡ ଓ୍ବେବସାଇଟ୍‌ରେ ପ୍ରଦର୍ଶିତ ହେଉଛି। ଗୋଟେ ପେଣ୍ଟିଂ କରିବାକୁ ତାଙ୍କୁ ୪-୫ ଘଣ୍ଟା ସମୟ ଲାଗେ। ଏହା ମଧ୍ୟରେ ଅନେକ ଥର ଛୁଞ୍ଚି ବଦଳେଇବାକୁ ପଡିଥାଏ। କାରଣ ରଙ୍ଗ ଯୋଗୁ ତାହା ଜାମ୍‌ ହୋଇଯାଏ। ଏହି କାମ ସହଜ ଲାଗିଲେ ବି ଆଦୌ ସହଜ ନୁହେଁ। ସିରିଞ୍ଜର ପ୍ଲଞ୍ଜରରେ କେତେ ଚାପ ପକାଇ ଚିପିଲେ ଆବଶ୍ୟକ ମାତ୍ରାର ରଙ୍ଗ ବାହାରିବ ତାହା ଜାଣିବା ଜରୁରୀ। ନଚେତ ଅଧିକ ରଙ୍ଗ ବାହାରି ପେଣ୍ଟିଂ ନଷ୍ଟ ହେବାର ଆଶଙ୍କା ଥାଏ ବୋଲି ୨୪ ବର୍ଷୀୟା କିମ୍ବରଲି କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri