ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ, ସତର୍କ ସୂଚନା ଜାରି…

ବାର୍ସିଲୋନା, ୩।୮ : ସ୍ପେନରେ, ସମ୍ପ୍ରତିି ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ ବୃଦ୍ଧି ପାଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ପ୍ରକାର ଆକ୍ରମଣ ପ୍ରାୟତଃ ଜନଗହଳିପୂର୍ଣ୍ଣ ସ୍ଥାନରେ ଘଟୁଛି। ବ୍ରିଟେନ ଏବଂ ଫ୍ରାନ୍ସରେ ମଧ୍ୟ ଏଭଳି ଘଟଣା ଘଟିଛି। ଜନଗହଳି ପୂର୍ଣ୍ଣ ସ୍ଥାନରେ ସିରିଞ୍ଜ ଆକ୍ରମଣର ତଦନ୍ତ ସ୍ପେନ ପୋଲିସ ପକ୍ଷରୁ କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ଏହି ଆକ୍ରମଣ ବିଷୟରେ ଅନେକ ଲୋକ ଲେଖୁଛନ୍ତି। ଏହାଯୋଗୁ ଲୋକ ଭିଡ଼ରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି।

ଆଶଙ୍କା କରାଯାଉଛି ଯେ ଆକ୍ରମଣକାରୀ ମହିଳାଙ୍କୁ ସିରିଞ୍ଜରେ ନାର୍କୋଟିକ୍ସ ମିଶ୍ରଣ କରି ଯୌନ ନିର୍ଯାତନା ଦେବାର ଷଡ଼ଯନ୍ତ୍ର କରୁଛନ୍ତି। ନ୍ୟୁଜ ଏଜେନ୍ସି ଏଏଫପି ଅନୁଯାୟୀ, ଏପର୍ଯ୍ୟନ୍ତ ଡ୍ରଗ କିମ୍ବା ଅନ୍ୟ ବିଷାକ୍ତ ଦ୍ରବ୍ୟର କୌଣସି ଚିହ୍ନ ମିଳିନାହିଁ। ଏହା ସହିତ ସିରିଞ୍ଜ ଆକ୍ରମଣ ପରେ ଯୌନ ହିଂସା ମାମଲା ମଧ୍ୟ ରୁଜୁ ହୋଇନାହିଁ।

ଗତ କିଛି ସପ୍ତାହ ମଧ୍ୟରେ ପୋଲିସ କାଟାଲୋନିଆରେ ଏଭଳି ୨୩ ଟି ସିରିଞ୍ଜ ଆକ୍ରମଣ ମାମଲା ରୁଜୁ କରିଛି। ସେଥି ମଧ୍ୟରୁ ଅଧିକାଂଶ ଲୋରେଟ ଡି ମାର୍‌, ବାର୍ସିଲୋନା ଏବଂ ବାସ୍କ ଦେଶର ୧୨ ଟି ପର୍ଯ୍ୟଟନ କେନ୍ଦ୍ରରେ ରେକର୍ଡ କରାଯାଇଛି । ବାସ୍କ ପୋଲିସର କହିବାନୁସାରେ, ଆକ୍ରମଣକାରୀମାନେ ଅଧିକାଂଶ ଯୁବତୀଙ୍କୁ ହିଁ ଟାର୍ଗେଟ କରୁଛନ୍ତି। ଆକ୍ରମଣ ଶୈଳୀ ପ୍ରାୟ ସମାନ। ସାଧାରଣତଃ ଜଣେ ଯୁବତୀ ପାର୍ଟିରୁ ବାହାରକୁ ଯିବାବେଳେ ତାଙ୍କୁ ଆକ୍ରମଣ କରାଯାଉଛି। ଆକ୍ରମଣରେ, ସରିଞ୍ଜିକୁ ବାହୁ କିମ୍ବା ଗୋଡରେ ଫୋଡ଼ା ଯାଉଛି। ଏହାପରେ ମୁଣ୍ଡ ବୁଲାଇବା ସହିତ ନିଦ୍ରା ମାଡୁଛି। ଏଭଳି ଆକ୍ରମଣକାରୀଙ୍କୁ ଚିହ୍ନିବା କଷ୍ଟକର ହେଉଛି।

ପୋଲିସ ଲୋକଙ୍କୁ ନିବେଦନ କରିଛି ଯେ ଯେଉଁମାନେ ନିଜକୁ ଟାର୍ଗେଟ କରିଛନ୍ତି ବୋଲି ଅନୁଭବ କରୁଛନ୍ତି, ସେମାନେ ଯଥାଶୀଘ୍ର ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ଉଚିତ। ଏହା ସହିତ ଘଟଣା ପୋଲିସକୁ ଜଣାଇବା ଜରୁରୀ। ୨୦୨୧ରେ ବ୍ରିଟେନରେ ଏଭଳି କେତେକ ମାମଲା ଘଟିଥିବାବେଳେ ଚଳିତ ବର୍ଷ ଫ୍ରାନ୍ସରେ ସରିଞ୍ଜ୍‌ ଆକ୍ରମଣ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri