ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନିର୍ବାଚନ କମିଶନ ଏବଂ କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଏହି ଆଇନ ଅନୁଯାୟୀ, ଜଣେ ପ୍ରାର୍ଥୀ ଭୋଟରଙ୍କୁ ଧର୍ମ ଆଧାରରେ ଭୋଟ ଦେବା କିମ୍ବା ଭୋଟ ଦେବାକୁ ରୋକିବାର ନିବେଦନ କରିବା ଏକ ଭ୍ରଷ୍ଟ ଆଚରଣ। ଏହା ଉପରେ ସୁପ୍ରିମକୋର୍ଟ ଦୁଇଟି ରାୟ ଦେଇଛନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ହିନ୍ଦୁତ୍ୱକୁ ବାଦ୍‌ ଦିଆଯାଇଛି। ପ୍ରଥମଟି ୧୧ ଡିସେମ୍ବର ୧୯୯୫ରେ ଶିବସେନାର ଡ. ରମେଶ ଯଶୱନ୍ତ ପ୍ରଭୋ ବନାମ ପ୍ରଭାକର କାଶୀନାଥ କୁଣ୍ଟେ ଏବଂ ଅନ୍ୟଟି ମନୋହର ଜୋଷୀ(ଯିଏ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ)ଙ୍କ ମାମଲାର ରାୟ। ପ୍ରଥମ ମାମଲାଟି ଥିଲା ଲୋକ ପ୍ରତିନିଧି ଆଇନ ଉଲ୍ଲଂଘନ ଅଭିଯୋଗ। ପ୍ରଭୋଙ୍କ ପାଇଁ ପ୍ରଚାର ସକାଶେ ୧୯୮୭ ନଭେମ୍ବର ଓ ଡିସେମ୍ବରରେ ବାଲ୍‌ ଠାକ୍‌ରେ ସର୍ବସାଧାରଣରେ ଦେଇଥିବା ତିନୋଟି ଭାଷଣକୁ ଆଧାରକରି ଅଭିଯୋଗ କରାଯାଇଥିଲା। ବମ୍ବେ ହାଇକୋର୍ଟ ଜାଣିବାକୁ ପାଇଲେ ଯେ ଠାକ୍‌ରେଙ୍କ ଭାଷଣ ଅତ୍ୟନ୍ତ ଅସଂଯମୀ ଏବଂ ଉସୁକାଇବା ପ୍ରବୃତ୍ତିର ଥିଲା। ପ୍ରଭୋ ଜଣେ ହିନ୍ଦୁ ଥିଲେ ଓ ସେହି ଧର୍ମ ଆଧାରରେ ତାଙ୍କୁ ଭୋଟ ଦେବାକୁ ଭୋଟରଙ୍କୁ ଭାଷଣରେ ନିବେଦନ କରାଯାଇଥିଲା। ଏହି ଭାଷଣ ମଧ୍ୟ ଶତ୍ରୁତା ଓ ଧର୍ମ ଆଧାରରେ ଭାରତର ନାଗରିକଙ୍କ ମଧ୍ୟରେ ଘୃଣାକୁ ପ୍ରୋତ୍ସାହିତ କରିଥିଲା। ଠାକ୍‌ରେଙ୍କ ଭାଷଣରେ ରହିଥିଲା: ‘ଆମେ ହିନ୍ଦୁଧର୍ମର ସୁରକ୍ଷା ପାଇଁ ଏହି ନିର୍ବାଚନ ଲଢ଼ୁଛୁ। ତେଣୁ ମୁସଲମାନଙ୍କ ଭୋଟ ଉପରେ ଆମେ ଧ୍ୟାନ ଦେଉନାହୁଁ। ଏହି ଦେଶ ହିନ୍ଦୁମାନଙ୍କର ଏବଂ ତାହା ହୋଇ ରହିବ।’ ଆଉ ମଧ୍ୟ କହିଥିଲେ ଯେ, ‘ଯଦିଓ ଏହି ଦେଶ ହିନ୍ଦୁମାନଙ୍କର, ତଥାପି ଏଠାରେ ରାମ ଏବଂ କୃଷ୍ଣ ଅପମାନିତ ହେଉଛନ୍ତି। ବିରୋଧୀମାନେ ତୁମ ଭୋଟ ଅପେକ୍ଷା ମୁସଲମାନ ଭୋଟର ମୂଲ୍ୟ ଅଧିକ ମଣୁଛନ୍ତି; ଆମେ ମୁସଲମାନ ଭୋଟ ଚାହୁଁନାହୁଁ। ଜନତା ପାର୍ଟିରେ ସାପ ଭଳି ଶାହାବୁଦ୍ଦିନ ବସିଛନ୍ତି, ନିହାଲ ଅହମ୍ମଦ ବି ଜନତା ପାର୍ଟିରେ ଅଛନ୍ତି। ତେଣୁ ଭିଲେ ପାର୍ଲର ବାସିନ୍ଦାମାନେ ଏହି ପାର୍ଟିକୁ ସମାଧି ଦେବା ଉଚିତ।’ ସୁପ୍ରିମକୋର୍ଟ ଉଦ୍ଧୃତ କରିଥିବା ଭାଷଣର ଆଉ ଏକ ପାରା ଥିଲା- ‘କିନ୍ତୁ ଏଠାରେ ଖଲିସ୍ତାନ ଏବଂ ମୁସଲମାନ ରୂପକ ସାପ ଉପରେ କୌଣସି ସମୟରେ କେହି ବି କିଛି କରିପାରିବେ ନାହିଁ… ସମଗ୍ର ଦେଶ ନଷ୍ଟ ହୋଇଯାଇଛି। ସେଥିପାଇଁ ଆମେ ହିନ୍ଦୁତ୍ୱର ଆଭିମୁଖ୍ୟ ଗ୍ରହଣ କରିଛୁ ଏବଂ ଏହି ଆଭିମୁଖ୍ୟକୁ ନେଇ ଆମେ ବିଧାନସଭାରେ ପ୍ରବେଶ କରିବୁ…। ହିନ୍ଦୁତ୍ୱର ସ୍ବରର ଅତ୍ୟଧିକ ଆବଶ୍ୟକତା ଅଛି ଏବଂ ସେଥିପାଇଁ ଦୟାକରି ଶିବସେନାକୁ ବିଧାନସଭାକୁ ପଠାନ୍ତୁ।’
ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟ ରଦ୍ଦକରି କହିଛନ୍ତି, ଏହିସବୁ ଭାଷଣ ଲୋକ ପ୍ରତିନିଧି ଆଇନ ଉଲ୍ଲଂଘନ କରି ନ ଥିଲା। କାରଣ ହିନ୍ଦୁତ୍ୱକୁ ଅନ୍ୟ ଧାର୍ମିକ ବିଶ୍ୱାସ ପ୍ରତି ବିରୋଧତା, ଶତ୍ରୁତା କିମ୍ବା ଅସହିଷ୍ଣୁତା ଭାବେ ଚିତ୍ରଣ କରିବା କିମ୍ବା ସାମ୍ପ୍ରଦାୟିକତା ବୋଲି କହିବା, ପ୍ରକୃତ ଅର୍ଥର ଏକ ଅନୁଚିତ ବିଚାର। କାରଣ ହିନ୍ଦୁତ୍ୱକୁ ଜୀବନର ଏକ ମାର୍ଗ ଭାବରେ ବର୍ଣ୍ଣନା କରାଯାଇପାରେ, ଏହା ବ୍ୟତୀତ ଆଉ କିଛି ନୁହେଁ। ୧୯୯୫ରେ ସମାନ ଦିନରେ ଦ୍ୱିତୀୟ ରାୟ ପ୍ରକାଶ ପାଇଥିଲା। ମାମଲା ଥିଲା ମନୋହର ଜୋଷୀ ବନାମ ନୀତିନ୍‌ ଭାଉରାଓ ପାଟିଲ। ଠାକ୍‌ରେ ଏବଂ ଅନ୍ୟମାନଙ୍କ ଭାଷଣ ଯୋଗୁ ଜୋଷୀଙ୍କୁ ବମ୍ବେ ହାଇକୋର୍ଟ ଅଯୋଗ୍ୟ ଘୋଷିତ କରିଥିଲେ ଏବଂ ସୁପ୍ରିମକୋର୍ଟ ଏହି ରାୟକୁ ରଦ୍ଦ କରିଦେଇଥିଲେ। ମନୋହର ଜୋଷୀ ନିଜେ ୨୪ ଫେବୃଆରୀ ୧୯୯୦ରେ ଶିବାଜୀ ପାର୍କରେ ଅନୁଷ୍ଠିତ ଏକ ସଭାରେ କହିଥିଲେ, ମହାରାଷ୍ଟ୍ରରେ ପ୍ରଥମ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ହେବ। ଅନ୍ୟ ବକ୍ତାମାନେ କହିଥିଲେ, ଜୋଷୀ ନିର୍ବାଚିତ ହୋଇ ଭାଜପା-ସେନାର ଏକ ମେଣ୍ଟ ହିନ୍ଦୁ ସରକାର ପ୍ରତିଷ୍ଠା ହେଲେ ସମସ୍ତ ହିନ୍ଦୁଙ୍କୁ ଚାକିରି ଦିଆଯିବ। ଅନ୍ୟ ସବୁ ବିଶ୍ୱାସକୁ ଭାରତର ଦେଶଦ୍ରୋହୀ ତଥା ବିଶ୍ୱାସଘାତକ ବୋଲି କୁହାଯାଇଥିବା ଭିଡିଓଗୁଡ଼ିକ ଦର୍ଶାଇଥିଲା। ଏହାର ଉତ୍ତରରେ କୋର୍ଟ କହିଛନ୍ତି: ‘ଆମ ମତରେ, ମହାରାଷ୍ଟ୍ରରେ ପ୍ରଥମ ହିନ୍ଦୁ ରାଜ୍ୟ ପ୍ରତିଷ୍ଠା ହେବ ବୋଲି କେବଳ ଏଭଳି ଏକ ବିବୃତି ଧର୍ମ ଆଧାରରେ ଭୋଟ ପାଇଁ ଆହ୍ବାନ ନୁହେଁ, ବରଂ ଏଭଳି ବିବୃତି କେବଳ ଏକ ଆଶାର ଅଭିବ୍ୟକ୍ତି। ତଥାପି ଏପରି ବିବୃତି ଯେତେ ଘୃଣ୍ୟ ହେଲେ ବି ଏହା ଧର୍ମ ଆଧାରରେ ଭୋଟ ପାଇଁ ଏକ ଆବେଦନ ବୋଲି କୁହାଯାଇପାରିବ ନାହିଁ। ତତ୍କାଳୀନ ପ୍ରଧାନ ବିଚାରପତି ଜେ.ଏସ୍‌. ବର୍ମାଙ୍କ ରାୟର ପ୍ରତିକ୍ରିୟାରେ ଏ.ଜି. ନୁରାନୀ ଲେଖିଛନ୍ତି, ବର୍ମାଙ୍କ ଅତ୍ୟଧିକ ଅସନ୍ତୋଷ ପରିପ୍ରକାଶ ପ୍ରାସଙ୍ଗିକ କିମ୍ବା ପ୍ରଭାବଶାଳୀ ନୁହେଁ। ଏହା ହେଉଛି ଆଇନ ଉପରେ ତାଙ୍କର ରାୟ ଏବଂ ତାଙ୍କ ମନଗଢ଼ା ତଥ୍ୟଗୁଡ଼ିକର ହେଉଛି ସମସ୍ୟା। ଉଭୟ ସ୍ପଷ୍ଟତଃ ଭୁଲ୍‌।’ ସେ ଆହୁରି କହିଛନ୍ତି; ‘ନିର୍ବାଚନରେ ପ୍ରାର୍ଥୀମାନେ ଭୋଟରଙ୍କୁ ଖୁସିକରି ସମୟ ନଷ୍ଟ କରନ୍ତି ନାହିଁ। ସେମାନେ ଜାଣନ୍ତି ଯେ ଏହାର ଭୋଟ ପ୍ରତିଶ୍ରୁତି ଏବଂ ବଚନକୁ ନେଇ ଦିଆଯିବ। ପ୍ରଥମ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ହେବ ଏହା ଆଶାର ଅଭିବ୍ୟକ୍ତି ନୁହେଁ, ବରଂ ଏକ ହିନ୍ଦୁ ବହୁଳ ଅଞ୍ଚଳରେ ଏକ ବୈଠକରେ ଶିବସେନା ନେତାଙ୍କ ପ୍ରତିଶ୍ରୁତି। ଏହା ତାଙ୍କ ଧର୍ମ ଆଧାରରେ ଭୋଟ ପାଇବା ପାଇଁ ଉଦ୍ଦିଷ୍ଟ ନୁହେଁ ତ ଆଉ କ’ଣ? ଏଭଳି ଏକ ପ୍ରଶ୍ନର ଉତ୍ତର ମିଳିନାହିଁ।
ପ୍ରଭୋ ଏବଂ ଜୋଷୀଙ୍କ ରାୟକୁ ୨୦୧୬ରେ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ କହିଥିଲେ, ହିନ୍ଦୁତ୍ୱ ‘ଜୀବନର ଧାରା’ ହିନ୍ଦୁତ୍ୱ ଧାରାର ଜୀବନରେ ସଂଖ୍ୟାଲଘୁ, ଦଳିତ ଏବଂ ଆଦିବାସୀଙ୍କର ସମନ୍ବୟ ଓ ଏକତା ଦାବି କରିଥିଲା। ସେମାନେ ଆବେଦନରେ ଦର୍ଶାଇଥିଲେ ଯେ, ହିନ୍ଦୁତ୍ୱ ଜାତୀୟତା ଏବଂ ନାଗରିକତ୍ୱର ଚିହ୍ନ ପାଲଟିଛି। ଏହାର ଉପସ୍ଥାପନା ଧର୍ମ ନିରପେକ୍ଷତା ଉପରେ ବିଶ୍ୱାସକୁ ହ୍ରାସ କରିଛି’। ଏହି ଚ୍ୟାଲେଞ୍ଜ ବିଫଳ ହୋଇଥିଲା। କାରଣ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ମନାକରିଛନ୍ତି। ଏହାସହ ହିନ୍ଦୁତ୍ୱ ରାୟଗୁଡ଼ିକ ଲଗାତର ଭାବେ ଆର୍‌ଏସ୍‌ଏସ୍‌ ଏବଂ ଭାଜପାକୁ ଶକ୍ତି ଦେଇଛି, ଯାହାଫଳରେ ସେମାନେ ସେମାନଙ୍କ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri