Posted inଖେଳ

ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ବ୍ୟାଟିଂ କରିବାକୁ ଆସି ଏମିତି କାରନାମା କଲେ ପନ୍ତ

ସିଡନୀ,୧୧।୧:ସିଡନୀ ଟେଷ୍ଟ ରୋଚକ ପରିସ୍ଥିତିରେ ପହଞ୍ଚିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ ଭାରତକୁ ଜିତିବା ପାଇଁ ୩୦୯ ରନ୍‌ ଥିବାବେଳେ ଉଇକେଟ୍‌ କିପର ରିଷଭ ପନ୍ତ ଜବରଦସ୍ତ ଇନିଂସ ଖେଲିଛନ୍ତି। ଆହତ ସତ୍ତ୍ୱେ ସେ ପଡିଆକୁ ଓହ୍ଲାଇ ୯୭ ରନ୍‌ର ଇନିଂସ ଖେଳିଥିଲେ। ମାତ୍ର ୩ ରନ୍‌ ପାଇଁ ସେ ଶତକରୁ ବଞ୍ଚିତ ହୋଇଥିଲେ। ଏହି ପାଳିରେ ସେ ୧୨ଟି ଚୌକା ସହ ୩ଟି ଛକା ମାରିଥିଲେ। କର ବା ମର ମ୍ୟାଚ୍‌ରେ ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ୫ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ପନ୍ତ। ସୂଚନାଯୋଗ୍ୟ, ଚଳିତ ଟେଷ୍ଟର ତୃତୀୟ ଦିନରେ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ତାଙ୍କ କହୁଣୀରେ ବଲ୍‌ ବାଜିଥିଲା। ଏଥିରେ ସେ ଆହତ ହୋଇଥିଲେ। ଏହି କାରଣରୁ ସେ ଉଇକେଟ୍‌ କିପିଂ ପାଇଁ ପଡିଆକୁ ଆସି ନ ଥିଲେ।ତାଙ୍କ କହୁଣୀର ସ୍କାନିଂ କରାଯିବାପରେ କୌଣସି ହାଡ ଭାଙ୍ଗି ନ ଥିବା ଜଣାପଡିଥିଲା। କିନ୍ତୁ ପ୍ରବଳ ଯନ୍ତ୍ରଣା ହେଉଥିଲା। ତଥାପି ସେ ଦେଶ ପାଇଁ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଅବସର ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇପାରନ୍ତି ଏହି ୨ ଖେଳାଳି

୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ ଦୂରେଇ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ କେବେ ପୁଣି କ୍ରିକେଟକୁ ଫେରିବେ କି ଅବସର...

କାହିଁକି ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା

ନୂଆଦିଲ୍ଲୀ,୧୨।୯: ରାତାରାତି ଏମିତି କ’ଣ ଘଟିଲା ଯେ, ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା? ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ମୁମ୍ବାଇ-ଗୋଆ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୯ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ମୁମ୍ବାଇ ସିଟି ଏଫ୍‌ସି ଓ ଏଫ୍‌ସି ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ...

ଆଉ ୯ ଦିନ ବାରବାଟୀ ମ୍ୟାଚ: ପିଚ୍‌ ପ୍ରସ୍ତୁତ, ଆଉଟ୍‌ଫିଲ୍ଡ କାମ ଆରମ୍ଭ

କଟକ ଅଫିସ,୧୩ା୧୨-ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି। ଷ୍ଟାଡିୟମକୁ ରଙ୍ଗୀନ କରାଯିବା ସହ ଗ୍ୟାଲେରିର ସିଟ୍‌ ନମ୍ବର...

କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଲେ

ଦୁବାଇ,୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ...

ହେଲ୍ସଙ୍କଠାରେ କରୋନା ଲକ୍ଷଣ: ରାଜା

କରାଚୀ,୧୮।୩ (ପି.ଟି.)- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)କୁ ସ୍ଥଗିତ ରଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଙ୍ଗଳବାର ନିଷ୍ପତ୍ତି ନେଇଛି। ଜଣେ ବିଦେଶୀ ଖେଳାଳିଙ୍କଠାରେ...

କ୍ରିକେଟ ଇତିହାସରେ ପ୍ରଥମ

ଆଇସିସିର ନୂଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଏହା ହେଉଛି ପ୍ରଥମ ଟେଷ୍ଟ। ଫଳରେ ଟେଷ୍ଟ କ୍ରିକେଟର ୧୪୨ ବର୍ଷ ଇତିହାସରେ ପ୍ରଥମଥରପାଇଁ ଖେଳାଳିମାନେ ସେମାନଙ୍କ ନାମ...

ଏହି ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଖୁଲାସା, ବଡ କ୍ରିକେଟର୍ସଙ୍କ ସ୍ତ୍ରୀ ନିଅନ୍ତି ଡ୍ରଗ୍ସ

ବଲିଉଡ୍‌ରେ ଏବେ ଡଗ୍ସ କନେକ୍ସନକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଖୋଳତାଡ ଆରମ୍ଭ କରିଛି। ଜଣେ ପରେ ଜଣେ ଆଗଧାଡିର ଅଭିନେତ୍ରୀ ଡ୍ରଗ୍ସ ନେଉଥିବା ଜଣାପଡିବା...

Advertisement
Archives

Model This Week