Posted inଖେଳ

ସ୍ବିଟେକ୍‌-ଜାବେର ଫାଇନାଲ

ନ୍ୟୁୟର୍କ,୧୦ା୯: ୟୁଏସ୍‌ ଓପନ ଟେନିସ୍‌ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପୋଲାଣ୍ଡର ଇଗା ସ୍ବିଟେକ୍‌ ଓ ଟ୍ୟୁନିସିଆର ଓନ୍ସ ଜାବେର। କ୍ରମାଗତ ଦ୍ୱିତୀୟ ଥର ପାଇଁ ଜାବେର କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇମାସ ତଳେ ଓ୍ବିମ୍ବେଲଡନ ଫାଇନାଲରେ ପ୍ରବେଶ କରି ସେ ରନର୍ସଅପ୍‌ ହୋଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ସେମି ଫାଇନାଲ ମ୍ୟାଚରେ ଜାବେର କାରୋଲିନା ଗାର୍ସିଆଙ୍କୁ ୬-୧ ଓ ୬-୩ ସେଟରେ ପରାସ୍ତ କରିଥିଲେ। କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିବା ମୋ ପାଇଁ ବେଶ୍‌ ଖୁସିର ମୁହୂର୍ତ୍ତ ବୋଲି ଜାବେର ନିଜ ପ୍ରତିକ୍ରିୟାରେ କହିଥିଲେ। ଓ୍ବିମ୍ବେଲଡନ ମୋ ପାଇଁ ସ୍ବପ୍ନ ପରି ଥିଲା। ତେବେ ଏଠାରେ କଣ କରିବାକୁ ହେବ ତାହା ମୁଁ ଜାଣିଛି ବୋଲି ସେ କହିଛନ୍ତି। କ୍ୱାର୍ଟରରେ ଆମେରିକୀୟ କୋକୋ ଗଫ୍‌ଙ୍କୁ ପରାସ୍ତ କରି ସେମିକୁ ଆସିଥିବା ଗାର୍ସିଆଙ୍କ କ୍ରମାଗତ ୧୩ ମ୍ୟାଚ ବିଜୟ ଧାରାକୁ ରୋକିଥିଲେ।
ମହିଳା ସିଙ୍ଗଲ୍ସର ଦ୍ୱିତୀୟ ସେମିଫାଇନାଲକୁ ଜିତି ନେଇଛନ୍ତି ବିଶ୍ୱ ମାନ୍ୟତାର ଏକ ନମ୍ବର ଖେଳାଳି ଇଗା ସ୍ବିଟେକ୍‌। ୩ ସେଟ ବିଶିଷ୍ଟ ମ୍ୟାଚରେ ବିଶ୍ୱ ମାନ୍ୟତାରେ ୬ ନମ୍ବର ସ୍ଥାନରେ ରହିଥିବା ସେ ଆରିନା ସାବାଲେଙ୍କାଙ୍କୁ ୩-୬, ୬-୨ ଓ ୪-୬ରେ ପରାସ୍ତ କରିଥିଲେ। ଶେଷ ୨୦ ପଏଣ୍ଟରୁ ୧୬ ପଏଣ୍ଟ ହାସଲ କରିବା ସହିତ ଶେଷ ୪ଟି ଯାକ ଗେମ୍‌ ଜିତି ଫାଇନାଲରେ ପହଞ୍ଚିଥିଲେ ସ୍ବିଟେକ୍‌। ୨୧ ବର୍ଷୀୟ ପଲିସ୍‌ ଖେଳାଳି ଜଣଙ୍କ ପ୍ରଥମ ସେଟ୍‌କୁ ହାରିବା ପରେ ଦ୍ୱିତୀୟ ସେଟକୁ ଜିତି ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ନିର୍ଣ୍ଣାୟକ ସେଟ୍‌ରେ ୪-୨ରେ ପଛୁଆ ରହିଥିଲେ। ଠିକ୍‌ ଏହି ସମୟରେ ବାଥରୁମ୍‌ ବ୍ରେକ୍‌ ନେବା ସହିତ ସମ୍ପୂର୍ଣ୍ଣ ସତେଜ ହୋଇ କୋର୍ଟକୁ ଫେରିଥିଲେ। ପରବର୍ତ୍ତୀ ୧୭ ମିନିଟ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ କ୍ରମାଗତ ୪ଟି ଗେମରେ ବିଜୟୀ ହୋଇ ଫଇନାଲରେ ପ୍ରବେଶ କରିଥିଲେ। ସ୍ବିଟେକ୍‌ ଦୁଇ ଦୁଇ ଥର ଫ୍ରେଞ୍ଚ ଓପନ ଟାଇଟଲ ହାସଲ କରିଥିଲେ ମଧ୍ୟ ପ୍ରଥମ ଥର ପାଇଁ ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ସେ ଥରେ ମଧ୍ୟ ୟୁଏସ୍‌ ଓପନର ୪ର୍ଥ ରାଉଣ୍ଡ ଅତିକ୍ରମ କରିନାହାନ୍ତି। ସେହିପରି ପ୍ରଫେସନାଲ ଏରାରେ ପ୍ରଥମ ଆଫ୍ରିକୀୟ ମହିଳା ଭାବେ ୟୁଏସ୍‌ ଓପନ ଫାଇନାଲ ଖେଳିବେ। ପୁରୁଷ ସିଙ୍ଗଲ୍ସ ସେମି ଫାଇନାଲ ମ୍ୟାଚ୍‌ ୩ ନମ୍ବର ସିଡ୍‌ ସ୍ପେନର କାର୍ଲୋସ୍‌ ଆଲକାରେଜ୍‌ ଓ ୨୨ ନମ୍ବର ସିଡ୍‌ ଆମେରିକୀୟ ଫ୍ରାନ୍ସେସ୍‌ ଟିଆଫୋଙ୍କ ମଧ୍ୟରେ ଓ ଦ୍ୱିତୀୟ ମ୍ୟାଚଟି ନରଓ୍ବେର କାସ୍ପର ରଡ ଓ ରୁଷିଆର କାରେନ୍‌ ଖାଚାନୋଭଙ୍କ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri