Posted inଖେଳ

ସ୍ବିଟେକ୍‌ ସେମିଫାଇନାଲରେ

ପ୍ୟାରିସ, ୮ା୬: ଗତଥରର ଚାମ୍ପିୟନ ଇଗା ସ୍ବିଟେକ ଫ୍ରେଞ୍ଚ ଓପନ ଟେନିସ ମହିଳା ସିଙ୍ଗଲ୍ସରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ନମ୍ବର ଓ୍ବାନ ମାନ୍ୟତାପ୍ରାପ୍ତ ଏହି ଖେଳାଳି ଆମେରିକାର ସ୍ବଳ୍ପ ବୟସ୍କା କୋକୋ ଗଫ୍‌ଙ୍କୁ ୬-୪, ୬-୨ ରେ ହରାଇ ଦେଇଛନ୍ତି। ତାଙ୍କର ଗତ ୬ଟି ଗ୍ରାଣ୍ଡସ୍ଲାମରେ ଏହା ହେଉଛି ୪ର୍ଥ ସେମିଫାଇନାଲ। ସ୍ବିଟେକ୍‌ ଗତଥର ଫାଇନାଲରେ ମଧ୍ୟ ଗଫ୍‌ଙ୍କୁ ହରାଇ ଦେଇଥିଲେ। ଗଫ୍‌ଙ୍କ ବିପକ୍ଷରେ ଏହାହେଉଛି ତାଙ୍କର କ୍ରମାଗତ ୭ମ ବିଜୟ। ସେମିଫାଇନାଲରେ ସେ ୧୪ତମ ସିଡ୍‌ ତଥା ବ୍ରାଜିଲର ବିଟ୍ରିଜ୍‌ ହଦାଦ ମାଇଆଙ୍କ ସହ ମୁକାବିଲା କରିବେ। ହଦାଦ୍‌ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଟ୍ୟୁନିସିଆର ଓନ୍ସ ଜାବେରଙ୍କ ବିପକ୍ଷରେ ୩-୬, ୭-୬ (୭-୫), ୬-୧ରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେଜାଣ୍ଡର ଜେଭରେଭ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟରଫାଇନାଲରେ ସେ ଅଣ ସିଡ ଆର୍ଜେଣ୍ଟିନାର ଟୋମାସ ମାର୍ଟିନ ଇଚିଭେରିଙ୍କ ବିପକ୍ଷରେ ୬-୪, ୩-୬, ୬-୩, ୬-୪ ସେଟ୍‌ରେ ବିଜୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

ରେଭେନ୍ସା ୱାର୍ଡେନଙ୍କୁ ଦୁର୍ବ୍ୟବହାର କଲେ ବିଧାୟକ: ଇସ୍ତଫା ପରେ ରାଜରାସ୍ତାକୁ ଓହ୍ଲାଇଲେ ୱାର୍ଡେନ

କଟକ,୫।୮(ପ୍ରଭୁ କଲ୍ୟାଣ ପାଲ୍‌): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନ୍ୟାୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ୱାର୍ଡେନ। ପଦଯାତ୍ରା କରି କୁଳପତିଙ୍କୁ ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ। ଗତକାଲି…

ବିଶ୍ୱକପ ପୂର୍ବରୁ ଅଜିତ ଅଗରକରଙ୍କୁ ଯଦି ବାଦ ଦିଆଯାଏ, ତେବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ୩ ନାମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟରେ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ମନେ ହେଉଛି। ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ତାଙ୍କ ପଦବୀରୁ ହଟାଯାଇପାରେ। ବିସିସିଆଇ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri