ସୁଦୃଢ଼ କରିବାକୁ ମିଳୁନି ସହଯୋଗ

ଅନୁଗୋଳ ଅଫିସ,୭ା୧: କ୍ରୀଡ଼ା କ୍ଷେତ୍ରରେ ଅନୁଗୋଳ ଜିଲାକୁ ଆଗୁଆ କରିବାର ଯୋଜନା କରିଛି ଜିଲା ପ୍ରଶାସନ। ଜିଲାସ୍ତରରୁ ଯେପରି ଜାତୀୟ, ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିବେ ସେଥିପାଇଁ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରାଯିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ବ୍ଲକ ଅଞ୍ଚଳରେ ଖେଳ ପଡ଼ିଆ, ମିନି ଷ୍ଟାଡିୟମମାନ ନିର୍ମାଣ କରାଯାଉଥିବା ବେଳେ ଅନୁଗୋଳ ଷ୍ଟାଡିୟମର ଆଧୁନିକୀକରଣ ଉଦ୍ୟମ ଜାରି ରହିଛି। ଏଥିସହ ଇନ୍‌ଡୋର ଷ୍ଟାଡିୟମର ମରାମତି ଚାଲିଛି। ଏହା ନିକଟରେ ୩ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସୁଇମିଂ ପୁଲ୍‌ ନିର୍ମାଣ କରାଯାଉଛି। ଏଠାରେ ପ୍ରଶିକ୍ଷଣ ସହ ଯେପରି ପ୍ରତିଯୋଗିତାମାନ ଆୟୋଜନ କରାଯାଇପାରିବ ସେଥିପାଇଁ ସରକାରଙ୍କ ପକ୍ଷରୁ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରାଯାଉଛି। କିନ୍ତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏହି ସୁଇମିଂ ପୁଲ୍‌ ନିର୍ମାଣକୁ ଜିଲା କ୍ରୀଡ଼ା ବିଭାଗର ଆବଶ୍ୟକ ସହଯୋଗ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ବହୁ କ୍ରୀଡ଼ାପ୍ରେମୀ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ସୁଇମିଂ ପୁଲ୍‌ରେ ଲଗାଯାଇଥିବା ୨୦ ଲକ୍ଷ ଟଙ୍କାର ଟାଇଲ ଏବେ ନଷ୍ଟ ହେବାକୁ ଯାଉଥିବା ସେମାନେ କହିଛନ୍ତି।
କ୍ରୀଡ଼ାପ୍ରେମୀମାନଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୋଳ ଷ୍ଟାଡିୟମ ନିକଟରେ ଥିବା ଇନ୍‌ଡୋର ଷ୍ଟାଡିୟମର ମରାମତି ଚାଲିଛି। ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରୁଥିବା ବେଳେ ଇଡ୍‌କୋ ପକ୍ଷରୁ ଠିକା ସଂସ୍ଥା ଜରିଆରେ ସୁଇମିଂ ପୁଲ୍‌ ପ୍ରସ୍ତୁତ କରାଯାଉଛି। ଏବେ ଉକ୍ତ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ନବନିର୍ମିତ ସୁଇମିଂ ପୁଲ୍‌ରେ ପାଣି ଭରାଯାଇପାରୁ ନାହିଁ। ଫଳରେ ଏହା ପ୍ରଶିକ୍ଷଣ ଉପଯୋଗୀ ହୋଇପାରୁ ନାହିଁ। ୨୫ ମିଟର ଲମ୍ବା, ୧୬ ମିଟର ଚଉଡ଼ାର ଏହି ସୁଇମିଂ ପୁଲ୍‌ର ଗଭୀରତା ୫ ଫୁଟ ରହିଛି। ଏହାର ଚଟାଣରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଟାଇଲ ପକାଯିବା ସହ ପ୍ରକଳ୍ପରେ ମୋଟ୍‌ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ପାଣି ପୂରାଯାଇ ପାରୁ ନ ଥିବାରୁ ଏବେ ଉକ୍ତ ଟାଇଲଗୁଡ଼ିକ ଫାଟି ଆଁ କଲାଣି। ଏ ନେଇ ଠିକା ସଂସ୍ଥା ଓ କ୍ରୀଡ଼ାପ୍ରେମୀମାନେ ବହୁବାର ଜିଲା କ୍ରୀଡ଼ା ଅଧିକାରୀ (ଡିଏସ୍‌ଓ)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ବିଦ୍ୟୁତ୍‌ ସଂଯୋଗ ଦିଗରେ ସହଯୋଗ କରିବା ବଦଳରେ ଡିଏସ୍‌ଓ ଜିଇଡି ନିକଟକୁ ଯିବାକୁ କହି ଚୁପ୍‌ ବସିଯାଉଛନ୍ତି। ଏହି ନବନିର୍ମିତ କ୍ରୀଡ଼ା ଭିତ୍ତିଭୂମି କିପରି ମଜଭୁତ ହେବ ସେ ଦିଗରେ କର୍ତ୍ତୃୃପକ୍ଷଙ୍କ ଇଚ୍ଛାଶକ୍ତି ନ ଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହେବାକୁ ଯାଉଥିବା କ୍ରୀଡ଼ାପ୍ରେମୀମାନେ ପ୍ରକାଶ କରିଛନ୍ତି।

ଆନ୍ତରିକତା ନ ଥିବା ଜଣାପଡ଼ୁଛି
ଅନୁଗୋଳରେ ପ୍ରଥମ କରି ସୁଇମିଂ ପୁଲ୍‌ ନିର୍ମାଣ ହୋଇଛି। ଏହା ଜିଲା ପାଇଁ ଗର୍ବର ବିଷୟ। ଏହି ଭିତ୍ତିଭୂମି କିପରି ଶୀଘ୍ର କାର୍ଯ୍ୟକ୍ଷମ ହୋଇ ସନ୍ତରଣ ପ୍ରଶିକ୍ଷାର୍ଥୀଙ୍କ କାର୍ଯ୍ୟରେ ଲାଗିବ ସେ ଦିଗରେ କ୍ରୀଡ଼ା ବିଭାଗ କର୍ତ୍ତୃପକ୍ଷ ଅଧିକ ଆଗ୍ରହ ଦେଖାଇବା କଥା। କିନ୍ତୁ କ୍ରୀଡ଼ା ଅଧିକାରୀଙ୍କ ଆନ୍ତରିକତା ନ ଥିବାରୁ ନିର୍ମାଣ ସରିବା ପରେ ଏହା ନଷ୍ଟ ହେବାକୁ ଯାଉଛି।
-ପ୍ରଦ୍ୟୁତ୍‌ ଘୋଷ, କ୍ରୀଡ଼ାପ୍ରେମୀ, ଅନୁଗୋଳ

ନିଜ ସମ୍ପତ୍ତି ପ୍ରତି ହତାଦର କାହିଁକି
ହସ୍ତାନ୍ତର ହେଉ କି ନ ହେଉ ଏହା ଜିଲା କ୍ରୀଡ଼ା ବିଭାଗର ସମ୍ପତ୍ତି। ଏହି ଭିତ୍ତିଭୂମି ଯେତେ ସୁଦୃଢ଼ ହେବ ଜିଲାରୁ ସେତେ ଭଲ ସନ୍ତରଣକାରୀ ବାହାରି ଦେଶ ବିଦେଶରେ ସୁନାମ ଅର୍ଜନ କରିବେ। ଏହା ଜିଲା କ୍ରୀଡ଼ା ବିଭାଗକୁ ପ୍ରଥମେ ଗର୍ବିତ କରାଇବ। ତେଣୁ ବିଭାଗୀୟ ଅଧିକାରୀ ନିଜ ସମ୍ପତ୍ତିକୁ ହତାଦର ନ କରି ଆବଶ୍ୟକ ସହଯୋଗ କଲେ ଭଲ ହେବ।
-ବିପିନ ବିହାରୀ ଗଡ଼ନାୟକ, କ୍ରୀଡ଼ାପ୍ରେମୀ, ଅନୁଗୋଳ

ନୂଆ ମାଇଲ୍‌ ଖୁଣ୍ଟ ହେବ
ସୁଇମିଂ ପୁଲ୍‌ କାର୍ଯ୍ୟକ୍ଷମ ହେଲେ ଜିଲା ସନ୍ତରଣ କ୍ରୀଡ଼ାରେ ଏହା ନୂଆ ମାଇଲ୍‌ ଖୁଣ୍ଟ ହେବ। ସେଥିପାଇଁ ଏହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମନରେ ଉତ୍ସାହ ରହିଛି। ଶୀଘ୍ର ଏଥିରେ ପାଣି ଭରାଗଲେ ଟାଇଲଗୁଡ଼ିକ ପ୍ରତି ଖରା ବିପଦ ସୃଷ୍ଟି କରିବ ନାହିଁ। ତେଣୁ ପାଣି ଭର୍ତ୍ତି ପାଇଁ ବିଦ୍ୟୁତ୍‌ ସଂଯୋଗ ସହ ଏହା କିପରି ପ୍ରଶିକ୍ଷାର୍ଥୀଙ୍କ ପାଇଁ ଖୋଲାଯାଇପାରିବ ସେ ଦିଗରେ ଜିଲା କ୍ରୀଡ଼ା ବିଭାଗ ଧ୍ୟାନ ଦେଉ।
-ଦିଗାମ୍ବର ସାହୁ, କ୍ରୀଡ଼ାପ୍ରେମୀ, ଅନୁଗୋଳ

ଜିଲା କ୍ରୀଡ଼ା ବିଭାଗ ଅଧୀନକୁ ଆସିନାହିଁ
ଇଡ୍‌କୋ ପକ୍ଷରୁ ସୁଇମିଂ ପୁଲ୍‌ ନିର୍ମାଣ କରାଯାଉଛି। ଏହା ଜିଲା କ୍ରୀଡ଼ା ବିଭାଗକୁ ଏଯାଏ ହସ୍ତାନ୍ତର କରାଯାଇନାହିଁ। ତେଣୁ ବିଦ୍ୟୁତ୍‌ ବିଭାଗ ସହ ସମ୍ପର୍କ କରି ନିର୍ମାଣକାରୀ ସଂସ୍ଥା ବିଜୁଳି ବ୍ୟବସ୍ଥା କରିବା ଦରକାର। ବିନା ସରକାରୀ ଅନୁମତିରେ ବିଦ୍ୟୁତ୍‌ ଦେଇହେବ ନାହିଁ। ସେସୁ ନିକଟରେ ଉକ୍ତ ସଂସ୍ଥା ଆବେଦନ କରିଛି। ଜିଲା କ୍ରୀଡ଼ା ବିଭାଗର ଏଥିର କୌଣସି ଭୂମିକା ନାହିଁ।
-ଅକ୍ଷୟ ସେଠ, ଜିଲା କ୍ରୀଡ଼ା ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?