ସୁଦୃଢ଼ କରିବାକୁ ମିଳୁନି ସହଯୋଗ

ଅନୁଗୋଳ ଅଫିସ,୭ା୧: କ୍ରୀଡ଼ା କ୍ଷେତ୍ରରେ ଅନୁଗୋଳ ଜିଲାକୁ ଆଗୁଆ କରିବାର ଯୋଜନା କରିଛି ଜିଲା ପ୍ରଶାସନ। ଜିଲାସ୍ତରରୁ ଯେପରି ଜାତୀୟ, ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିବେ ସେଥିପାଇଁ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରାଯିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ବ୍ଲକ ଅଞ୍ଚଳରେ ଖେଳ ପଡ଼ିଆ, ମିନି ଷ୍ଟାଡିୟମମାନ ନିର୍ମାଣ କରାଯାଉଥିବା ବେଳେ ଅନୁଗୋଳ ଷ୍ଟାଡିୟମର ଆଧୁନିକୀକରଣ ଉଦ୍ୟମ ଜାରି ରହିଛି। ଏଥିସହ ଇନ୍‌ଡୋର ଷ୍ଟାଡିୟମର ମରାମତି ଚାଲିଛି। ଏହା ନିକଟରେ ୩ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସୁଇମିଂ ପୁଲ୍‌ ନିର୍ମାଣ କରାଯାଉଛି। ଏଠାରେ ପ୍ରଶିକ୍ଷଣ ସହ ଯେପରି ପ୍ରତିଯୋଗିତାମାନ ଆୟୋଜନ କରାଯାଇପାରିବ ସେଥିପାଇଁ ସରକାରଙ୍କ ପକ୍ଷରୁ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରାଯାଉଛି। କିନ୍ତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏହି ସୁଇମିଂ ପୁଲ୍‌ ନିର୍ମାଣକୁ ଜିଲା କ୍ରୀଡ଼ା ବିଭାଗର ଆବଶ୍ୟକ ସହଯୋଗ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ବହୁ କ୍ରୀଡ଼ାପ୍ରେମୀ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ସୁଇମିଂ ପୁଲ୍‌ରେ ଲଗାଯାଇଥିବା ୨୦ ଲକ୍ଷ ଟଙ୍କାର ଟାଇଲ ଏବେ ନଷ୍ଟ ହେବାକୁ ଯାଉଥିବା ସେମାନେ କହିଛନ୍ତି।
କ୍ରୀଡ଼ାପ୍ରେମୀମାନଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୋଳ ଷ୍ଟାଡିୟମ ନିକଟରେ ଥିବା ଇନ୍‌ଡୋର ଷ୍ଟାଡିୟମର ମରାମତି ଚାଲିଛି। ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରୁଥିବା ବେଳେ ଇଡ୍‌କୋ ପକ୍ଷରୁ ଠିକା ସଂସ୍ଥା ଜରିଆରେ ସୁଇମିଂ ପୁଲ୍‌ ପ୍ରସ୍ତୁତ କରାଯାଉଛି। ଏବେ ଉକ୍ତ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ନବନିର୍ମିତ ସୁଇମିଂ ପୁଲ୍‌ରେ ପାଣି ଭରାଯାଇପାରୁ ନାହିଁ। ଫଳରେ ଏହା ପ୍ରଶିକ୍ଷଣ ଉପଯୋଗୀ ହୋଇପାରୁ ନାହିଁ। ୨୫ ମିଟର ଲମ୍ବା, ୧୬ ମିଟର ଚଉଡ଼ାର ଏହି ସୁଇମିଂ ପୁଲ୍‌ର ଗଭୀରତା ୫ ଫୁଟ ରହିଛି। ଏହାର ଚଟାଣରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଟାଇଲ ପକାଯିବା ସହ ପ୍ରକଳ୍ପରେ ମୋଟ୍‌ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ପାଣି ପୂରାଯାଇ ପାରୁ ନ ଥିବାରୁ ଏବେ ଉକ୍ତ ଟାଇଲଗୁଡ଼ିକ ଫାଟି ଆଁ କଲାଣି। ଏ ନେଇ ଠିକା ସଂସ୍ଥା ଓ କ୍ରୀଡ଼ାପ୍ରେମୀମାନେ ବହୁବାର ଜିଲା କ୍ରୀଡ଼ା ଅଧିକାରୀ (ଡିଏସ୍‌ଓ)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ବିଦ୍ୟୁତ୍‌ ସଂଯୋଗ ଦିଗରେ ସହଯୋଗ କରିବା ବଦଳରେ ଡିଏସ୍‌ଓ ଜିଇଡି ନିକଟକୁ ଯିବାକୁ କହି ଚୁପ୍‌ ବସିଯାଉଛନ୍ତି। ଏହି ନବନିର୍ମିତ କ୍ରୀଡ଼ା ଭିତ୍ତିଭୂମି କିପରି ମଜଭୁତ ହେବ ସେ ଦିଗରେ କର୍ତ୍ତୃୃପକ୍ଷଙ୍କ ଇଚ୍ଛାଶକ୍ତି ନ ଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହେବାକୁ ଯାଉଥିବା କ୍ରୀଡ଼ାପ୍ରେମୀମାନେ ପ୍ରକାଶ କରିଛନ୍ତି।

ଆନ୍ତରିକତା ନ ଥିବା ଜଣାପଡ଼ୁଛି
ଅନୁଗୋଳରେ ପ୍ରଥମ କରି ସୁଇମିଂ ପୁଲ୍‌ ନିର୍ମାଣ ହୋଇଛି। ଏହା ଜିଲା ପାଇଁ ଗର୍ବର ବିଷୟ। ଏହି ଭିତ୍ତିଭୂମି କିପରି ଶୀଘ୍ର କାର୍ଯ୍ୟକ୍ଷମ ହୋଇ ସନ୍ତରଣ ପ୍ରଶିକ୍ଷାର୍ଥୀଙ୍କ କାର୍ଯ୍ୟରେ ଲାଗିବ ସେ ଦିଗରେ କ୍ରୀଡ଼ା ବିଭାଗ କର୍ତ୍ତୃପକ୍ଷ ଅଧିକ ଆଗ୍ରହ ଦେଖାଇବା କଥା। କିନ୍ତୁ କ୍ରୀଡ଼ା ଅଧିକାରୀଙ୍କ ଆନ୍ତରିକତା ନ ଥିବାରୁ ନିର୍ମାଣ ସରିବା ପରେ ଏହା ନଷ୍ଟ ହେବାକୁ ଯାଉଛି।
-ପ୍ରଦ୍ୟୁତ୍‌ ଘୋଷ, କ୍ରୀଡ଼ାପ୍ରେମୀ, ଅନୁଗୋଳ

ନିଜ ସମ୍ପତ୍ତି ପ୍ରତି ହତାଦର କାହିଁକି
ହସ୍ତାନ୍ତର ହେଉ କି ନ ହେଉ ଏହା ଜିଲା କ୍ରୀଡ଼ା ବିଭାଗର ସମ୍ପତ୍ତି। ଏହି ଭିତ୍ତିଭୂମି ଯେତେ ସୁଦୃଢ଼ ହେବ ଜିଲାରୁ ସେତେ ଭଲ ସନ୍ତରଣକାରୀ ବାହାରି ଦେଶ ବିଦେଶରେ ସୁନାମ ଅର୍ଜନ କରିବେ। ଏହା ଜିଲା କ୍ରୀଡ଼ା ବିଭାଗକୁ ପ୍ରଥମେ ଗର୍ବିତ କରାଇବ। ତେଣୁ ବିଭାଗୀୟ ଅଧିକାରୀ ନିଜ ସମ୍ପତ୍ତିକୁ ହତାଦର ନ କରି ଆବଶ୍ୟକ ସହଯୋଗ କଲେ ଭଲ ହେବ।
-ବିପିନ ବିହାରୀ ଗଡ଼ନାୟକ, କ୍ରୀଡ଼ାପ୍ରେମୀ, ଅନୁଗୋଳ

ନୂଆ ମାଇଲ୍‌ ଖୁଣ୍ଟ ହେବ
ସୁଇମିଂ ପୁଲ୍‌ କାର୍ଯ୍ୟକ୍ଷମ ହେଲେ ଜିଲା ସନ୍ତରଣ କ୍ରୀଡ଼ାରେ ଏହା ନୂଆ ମାଇଲ୍‌ ଖୁଣ୍ଟ ହେବ। ସେଥିପାଇଁ ଏହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମନରେ ଉତ୍ସାହ ରହିଛି। ଶୀଘ୍ର ଏଥିରେ ପାଣି ଭରାଗଲେ ଟାଇଲଗୁଡ଼ିକ ପ୍ରତି ଖରା ବିପଦ ସୃଷ୍ଟି କରିବ ନାହିଁ। ତେଣୁ ପାଣି ଭର୍ତ୍ତି ପାଇଁ ବିଦ୍ୟୁତ୍‌ ସଂଯୋଗ ସହ ଏହା କିପରି ପ୍ରଶିକ୍ଷାର୍ଥୀଙ୍କ ପାଇଁ ଖୋଲାଯାଇପାରିବ ସେ ଦିଗରେ ଜିଲା କ୍ରୀଡ଼ା ବିଭାଗ ଧ୍ୟାନ ଦେଉ।
-ଦିଗାମ୍ବର ସାହୁ, କ୍ରୀଡ଼ାପ୍ରେମୀ, ଅନୁଗୋଳ

ଜିଲା କ୍ରୀଡ଼ା ବିଭାଗ ଅଧୀନକୁ ଆସିନାହିଁ
ଇଡ୍‌କୋ ପକ୍ଷରୁ ସୁଇମିଂ ପୁଲ୍‌ ନିର୍ମାଣ କରାଯାଉଛି। ଏହା ଜିଲା କ୍ରୀଡ଼ା ବିଭାଗକୁ ଏଯାଏ ହସ୍ତାନ୍ତର କରାଯାଇନାହିଁ। ତେଣୁ ବିଦ୍ୟୁତ୍‌ ବିଭାଗ ସହ ସମ୍ପର୍କ କରି ନିର୍ମାଣକାରୀ ସଂସ୍ଥା ବିଜୁଳି ବ୍ୟବସ୍ଥା କରିବା ଦରକାର। ବିନା ସରକାରୀ ଅନୁମତିରେ ବିଦ୍ୟୁତ୍‌ ଦେଇହେବ ନାହିଁ। ସେସୁ ନିକଟରେ ଉକ୍ତ ସଂସ୍ଥା ଆବେଦନ କରିଛି। ଜିଲା କ୍ରୀଡ଼ା ବିଭାଗର ଏଥିର କୌଣସି ଭୂମିକା ନାହିଁ।
-ଅକ୍ଷୟ ସେଠ, ଜିଲା କ୍ରୀଡ଼ା ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri