Posted inଫୁରସତ

ବ୍ୟାଣ୍ଡ-ବାଜା ନେଇ ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ବିଗି, ଦେଲା ହଟ୍‌ ସରପ୍ରାଇଜ, ଭିଡିଓ ଭାଇରାଲ

ଫୁଡ ଡେଲିଭରି କମ୍ପାନୀ ଭାବେ ପରିଚିତ ସ୍ବିଗି ତାଙ୍କ ଗ୍ରାହକଙ୍କୁ ଠିକ୍‌ ସମୟରେ ଫୁଡ ଡେଲିଭରି କରି ଲୋକପ୍ରିୟ ହୋଇପାରିଛି। ବେଳେବେଳେ ସ୍ବିଗି ନିଜ ଗ୍ରାହକଙ୍କୁ ଫୁଡ ଡେଲିଭରି ସହ ଆକର୍ଷଣୀୟ ଅଫର ମଧ୍ୟ ଦେଇଥାଏ। ଯେପରି ଖାଦ୍ୟରେ ଡିସକାଉଣ୍ଟ ଦେବା ସହ ବଜେଟ୍‌ ଫ୍ରେଣ୍ଡଲି ଖାଦ୍ୟରେ କିଛି ଡ୍ରିଙ୍କସ ଅଫର ମଧ୍ୟ କରିଥାଏ। ନିକଟରେ ସ୍ବିଗି ଇନଷ୍ଟାମାର୍ଟ ଦ୍ୱାରା ଏପରି କିଛି ମାମଲା ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ନ ହସି ରହିପାରିବେନି।

ସ୍ବିଗି ଇନଷ୍ଟାମାର୍ଟ ସୋସିଆଲ ମିଡିଆ ଏକ୍ସରେ ଏକ ଟ୍ବିଟ କରଥିଲା। ପୋଷ୍ଟ କରି ସ୍ବିଗି କହିଛି, ଏହି ବର୍ଷରେ ଆପଣ କେଉଁ ଜିନିଷ କିଣି ପାରି ନାହାନ୍ତି, ତାହା ଆମକୁ ଜଣାନ୍ତୁ। ଆମେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବୁ। ସ୍ବିଗି ଇନଷ୍ଟାମାର୍ଟର ଏହି ପୋଷ୍ଟରେ ବହୁ ୟୁଜର୍ସ କମେଣ୍ଟ ମଧ୍ୟ କରିଥିଲେ। ସେଥିରେ @kanjarkalesh ନାମକ ଆଇଡିରୁ ହିମାଶୁଂ ବଂଶଲ ନାମକୁ ବ୍ୟକ୍ତି କମେଣ୍ଟରେ ଏକ ମଜାଳିଆ କେଣ୍ଟେ ଦେଇଥିଲେ। ସେଥିରେ ସେ କହିଥିଲେ ଯେ, ବର୍ଷ ଶେଷ ପୂର୍ବରୁ ମୁଁ ଗରମ ଅନୁଭବ କରିବାକୁ ଚାହୁଁଛି।

ବାସ୍‌! ଘର ଆଗରେ ପହଞ୍ଚିଗଲା ସ୍ବିଗି। ସେ ବି ଭିନ୍ନ ଢଙ୍ଗରେ। ହିମାଶୁଂଙ୍କ ଇଛା ପୂରଣ ପାଇଁ ସ୍ବିଗି ଇନଷ୍ଟାମାର୍ଟର ଟିମ୍‌ ତାଙ୍କ ଘରେ ପହଞ୍ଚି ତାଙ୍କୁ ଗରମ ଲାଗିବା ପାଇଁ ହିଟର୍‌ ଉପହାର ଦେଇଛନ୍ତି। ତେବେ ତାଙ୍କ ପାଇଁ ସରପ୍ରାଇଜ କେବଳ ଏତିକି ନ ଥିଲା, ସ୍ବିଗି ଏଜେଣ୍ଟ ଉପହାର ସହ ବ୍ୟାଣ୍ଡ-ବାଜା ନେଇ ତାଙ୍କ ଘରକୁ ଆସିଥିଲେ। ଖାସ୍‌ ଅନ୍ଦାଜରେ ତାଙ୍କ ଘରେ ଅଗରେ ବ୍ୟାଣ୍ଡ-ବାଜା ବଜେଇବା ସହ ହିମାଶୁଂ ଘରୁ ବାହରିବା କ୍ଷଣି ତାଙ୍କୁ ଫୁଲମାଳ ମଧ୍ୟ ପିନ୍ଧାଇଥିଲେ। ସ୍ବିଗି ଇନଷ୍ଟାମାର୍ଟ ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛି। ଭିଡିଓ ଦେଖି ଅନ୍ୟ ୟୁଜର୍ସ ମଧ୍ୟ କମେଣ୍ଟରେ ସେମାନଙ୍କ ଓ୍ବିସ ସ୍ବିଗିକୁ ଜଣେଇବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?