ମଧୁର ଜହର ନାଇଟ୍ରସ

ନାଇଟ୍ରସ ଅକ୍ସାଇଡ, ହାସ୍ୟ ବାଷ୍ପ ବା ଲାଫିଙ୍ଗ ଗ୍ୟାସ୍‌ ନାମରେ ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହା ଏକ ମାରାତ୍ମକ ବିଷ, ଯାହାକୁ ନରହତ୍ୟାରେ ବ୍ୟବହାର କରାଯାଇପାରେ ବୋଲି କ୍ୱଚିତ ଲୋକ ଅବଗତ। ଯବକ୍ଷାରଜାନ ବା ନାଇଟ୍ରୋଜେନର ପଞ୍ଚ ଅକ୍ସାଇଡ ମଧ୍ୟରୁ ନାଇଟ୍ରସ ଅକ୍ସାଇଡ ଅନ୍ୟତମ। ଦୁଇଟି ଯବକ୍ଷାରଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁ ସଂଯୋଗରେ ସୃଷ୍ଟି ନାଇଟ୍ରସ ଅକ୍ସାଇଡକୁ ଡାଇନାଇଟ୍ରୋଜେନ ଅକ୍ସାଇଡ ମଧ୍ୟ କୁହାଯାଇଥାଏ। ଏହାର ରାସାୟନିକ ସଂକେତ ‘N2O’ ଓ ଆଣବିକ ବସ୍ତୁ ୪୪ ଅଟେ। ବାୟୁମଣ୍ଡଳର ଉପର ସ୍ତରରେ ବଜ୍ରପାତର ଉଚ୍ଚ ତାପ ପ୍ରଭାବରେ ଯବକ୍ଷାରଜାନ ଓ ଅମ୍ଳଜାନର ରାସାୟନିକ ପ୍ରତିକ୍ରିୟା ଫଳରେ ଏହି ଗ୍ୟାସ୍‌ ସୃଷ୍ଟି ହୁଏ। ତେଣୁ ସ୍ବଳ୍ପ ମାତ୍ରାରେ ଏହା ବାୟୁମଣ୍ଡଳରେ ଗଚ୍ଛିତ ଅଛି। ନାଇଟ୍ରସ ଏକ ରଙ୍ଗହୀନ କିନ୍ତୁ ଗନ୍ଧ ଯୁକ୍ତ ଓ ମଧୁର ସ୍ବାଦଯୁକ୍ତ ଗ୍ୟାସ୍‌। ଏହାକୁ ସ୍ବଳ୍ପ ସମୟ ପାଇଁ ଆଘ୍ରାଣ କଲେ ମସ୍ତିସ୍କର ଅସ୍ବାଭାବିକ ଉନ୍ମାଦନା ବା ମାଦକତା ସୃଷ୍ଟି କରେ। ଏହାର ପ୍ରଭାବରେ କଷ୍ଟ ଲାଘବ ହୁଏ ଓ ଉନ୍ମାଦନା ଯୋଗୁଁ ମନୁଷ୍ୟ ଅସ୍ବାଭାବିକ ଭାବରେ ହସିବାକୁ ଲାଗିଥାଏ। ଏଥିପାଇଁ ନାଇଟ୍ରସ ଅକ୍ସାଇଡକୁ ହାସ୍ୟ ବାଷ୍ପ ବା ଲାଫିଙ୍ଗ ଗ୍ୟାସ୍‌ ବୋଲି କୁହାଯାଏ। କିନ୍ତୁ ଏହାକୁ ଅତ୍ୟଧିକ ଆଘ୍ରାଣ କଲେ ଏହା ଫୁସ୍‌ଫୁସ୍‌ରେ ଅମ୍ଳଜାନର ବାଟକୁ ଅବରୋଧ କରେ ଓ ମନୁଷ୍ୟ ଅଣନିଃଶ୍ୱାସୀ ହୋଇ ମୃତ୍ୟୁବରଣ କରେ। ଏହା ସେହି ସ୍ବଳ୍ପ ଜହର ମଧ୍ୟରୁ ଅନ୍ୟତମ, ଯାହାର ସ୍ବାଦ ମଧୁର ଅଟେ। ତେଣୁ ଏହା ‘ମଧୁର ଜହର’ ନାମରେ ମଧ୍ୟ ବିଶ୍ୱବିଖ୍ୟାତ।
ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଆବିଷ୍କାରକ ଜୋସେଫ ପ୍ରିଷ୍ଟଲିଙ୍କ ଦ୍ୱାରା ୧୭୭୨ ମସିହାରେ ନାଇଟ୍ରସ ଅକ୍ସାଇଡ ଆବିଷ୍କୃତ। ସେ ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଧର୍ମ ସମ୍ବନ୍ଧରେ ତାଙ୍କ ପ୍ରବନ୍ଧ ‘ବିଭିନ୍ନ ପ୍ରକାର ବାୟୁର ପର୍ଯ୍ୟବେକ୍ଷଣ’ରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଏହି ବାୟୁଠାରୁ ୪/୫ ଗୁଣ ଅଧିକ ଓଜନିଆ ଗ୍ୟାସ୍‌ର ଆବିଷ୍କାର ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ସବୁଠାରୁ ଅଧିକ ଆନନ୍ଦ ମଧ୍ୟ ପ୍ରଦାନ କରିଥିବା ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହି ଗ୍ୟାସ୍‌ ଅମ୍ଳଜାନ ପରି ଜଳିବାରେ ସାହାଯ୍ୟ କରେ ବୋଲି ପ୍ରିଷ୍ଟଲି ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି। କାରଣ ଏହା ତା’ର ପ୍ରଜ୍ବଳନ ତାପମାତ୍ରାରେ ଯବକ୍ଷାରଜାନ ଓ ଅମ୍ଳଜାନକୁ ଭାଙ୍ଗି ଯାଏ। ତେଣୁ ଏହା ରକେଟ ଓ ରେସିଂ କାର୍‌ରେ ଜାଳେଣି ଭାବେ ବ୍ୟବହୃତ ହୁଏ। ପ୍ରିଷ୍ଟଲି ନାଇଟ୍ରସ ଅକ୍ସାଇଡର ବହୁ ଧର୍ମକୁ ଆବିଷ୍କାର କରିଥିଲେ ମଧ୍ୟ ଏହାର ମସ୍ତିସ୍କ ଉଦ୍ଦୀପକ ଧର୍ମକୁ ଜାଣି ପାରି ନଥିଲେ। ଏହାର ଆବିଷ୍କାରର ଦୀର୍ଘ ୨୦ ବର୍ଷ ପରେ ଇଂରେଜ ରସାୟନ ବିଜ୍ଞାନୀ ହମ୍ପ୍ରେ ଡ୍ଡେଭି ଏହାର ସୁରା ପରି ମସ୍ତିସ୍କ ଉଦ୍ଦୀପକ ଧର୍ମକୁ ଆବିଷ୍କାର କରିଥିଲେ। ସେ ଏହି ଗ୍ୟାସ୍‌କୁ ନାଇଟ୍ରସ ଅକ୍ସାଇଡ ଓ ଲାଫିଙ୍ଗ ଗ୍ୟାସ୍‌ ନାମରେ ନାମିତ କରିଥିଲେ। ନାଇଟ୍ରସ ଅକ୍ସାଇଡ ବିଶ୍ୱର ପ୍ରଥମ କୃତ୍ରିମ ନିଶ୍ଚେତକ, ଯାହାକୁ ଊନବିଂଶ ଶତାବ୍ଦୀର ଚିକିତ୍ସକମାନେ ଶଲ୍ୟ ଚିକିତ୍ସା ସମୟରେ ବ୍ୟବହାର କରୁଥିଲେ। ଏବେ ମଧ୍ୟ ଦନ୍ତ ଚିକିତ୍ସକମାନେ ଏହାକୁ ନିଶ୍ଚେତକ ଭାବେ ବ୍ୟବହାର କରୁଛନ୍ତି।
ଅନ୍ୟାନ୍ୟ ମାନସିକ ଉଦ୍ଦୀପକ ଔଷଧ ପରି ନାଇଟ୍ରସ ଅକ୍ସାଇଡକୁ କିଛି ଯୁବ ପିଢ଼ି ମାନସିକ ଉଦ୍ଦୀପନା ପାଇଁ ନିଶାଦ୍ରବ୍ୟ ଭାବରେ ବ୍ୟବହାର କରିଛନ୍ତି। ଆମେ ଜାଣୁ ନାଇଟ୍ରସ ଅକ୍ସାଇଡର ଅତ୍ୟଧିକ ଆଘ୍ରାଣ ମୃତ୍ୟୁର କାରଣ ହୋଇଥାଏ। ଶଲ୍ୟ ଚିକିତ୍ସକମାନେ ନିୟନ୍ତ୍ରିତ ଭାବେ ଅମ୍ଳଜାନ ମିଶାଇ ନାଇଟ୍ରସ ଅକ୍ସାଇଡକୁ ବ୍ୟବହାର କରୁଥିବା ବେଳେ ମାନସିକ ଉଦ୍ଦୀପନା ପାଇଁ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଅନିୟନ୍ତ୍ରିତ ଭାବେ ବ୍ୟବହାର କରନ୍ତି। ତେଣୁ ଏହା ଫୁସ୍‌ଫୁସ୍‌ ମଧ୍ୟରେ ପ୍ରବେଶ କରି ଅମ୍ଳଜାନର ପଥ ଅବରୋଧ କରେ ଓ ମୃତ୍ୟୁର କାରଣ ହୋଇଥାଏ। ନାଇଟ୍ରସ ଅକ୍ସାଇଡ ଏକ ନିଷ୍କ୍ରିୟ ଗ୍ୟାସ୍‌ ମଧ୍ୟ ନୁହେଁ। ଏହା ଫୁସ୍‌ଫୁସ୍‌ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା କରେ। ଏହି ପ୍ରତିକ୍ରିୟା ପାଇଁ ମନୁଷ୍ୟ ଶରୀରରୁ ତାପ ଅବଶୋଷଣ କରି ତୁଷାର କ୍ଷତ ସୃଷ୍ଟି କରେ। ନାଇଟ୍ରସ ଅକ୍ସାଇଡ ସ୍ନାୟୁଗୁଡ଼ିକୁ କ୍ଷତିଗ୍ରସ୍ତ କରେ ଓ କେତେକ ଅଙ୍ଗ ପ୍ରତ୍ୟଙ୍ଗକୁ ସ୍ଥାୟୀ ଭାବେ ଅଚଳ କରିଦିଏ। ନାଇଟ୍ରସ ଅକ୍ସାଇଡ ଏକ ମଧୁର ଜହର। ଏହାଠାରୁ ଯଥାସମ୍ଭବ ଦୂରରେ ରହିବା ମାନବ ସମାଜ ପାଇଁ ହିତକାରକ ଅଟେ।

ଡ. ଦେବାଶିଷ ମହାନ୍ତି
-ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ
ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri