ସ୍ବେଟର୍‌ ଫ୍ୟାଶନ, କେଉଁ ଟାଇପ୍‌ର ସ୍ବେଟର୍‌କୁ କିଭଳି କ୍ୟାରି କରିବେ…

ଶୀତ ଆସିଲେ ସ୍ବେଟର୍‌ର ଚାହିଦା ବଢିଯାଏ। ଯେଉଁଥିପାଇଁ ପ୍ରତିବର୍ଷ ନୂଆନୂଆ ଡିଜାଇନ୍‌ର ସ୍ବେଟର୍‌ ମାର୍କେଟ୍‌କୁ ଆସେ। ତେବେ କେଉଁ ଟାଇପ୍‌ର ସ୍ବେଟର୍‌କୁ କିଭଳି କ୍ୟାରି କଲେ ଶୀତରେ ବି ଡିଫରେଣ୍ଟ ଲୁକ୍‌ ମିଳିପାରିବ ଜାଣନ୍ତୁ ସେ ସମ୍ପର୍କରେ …

* କାର୍ଡିଗନ୍‌ ସ୍ବେଟର୍‌: ଏହି ଟାଇପ୍‌ର ସ୍ବେଟର୍‌ ସବୁବେଳେ ଟ୍ରେଣ୍ଡରେ ରହିଥାଏ। ଏହାର ମଧ୍ୟ ଅନେକ ଭେରାଇଟି ଦେଖିବାକୁ ମିଳେ। ତେବେ ଲଙ୍ଗ୍‌ ସ୍ଲିଭ୍‌ ଥିବା କାର୍ଡିଗନ୍‌, ଯାହାର ସାମ୍ନାପଟେ ବଟନ୍‌ ଲାଗିଥାଏ; ତାହାକୁ ଯେ କୌଣସି ସିମ୍ପଲ ଆଉଟ୍‌ଫିଟ୍‌ ଉପରେ ପିନ୍ଧି ଟ୍ରେଣ୍ଡି ଲୁକ୍‌ ପାଇହେବ। ଏବେ ମାର୍କେଟ୍‌ରେ ବିନା ବଟନ୍‌ବାଲା କାର୍ଡିଗନ୍‌ ତଥା ଓପନ୍‌ କାର୍ଡିଗନ୍‌, ଯାହାକୁ ଓପନ୍‌ ସ୍ବେଟର୍‌ ବୋଲି ବି କୁହାଯାଏ, ତାହାର ଅନେକ ଭେରାଇଟି ଆସୁଥିବା ଦେଖିବାକୁ ମିଳୁଛି।

* ପୁଲ୍‌ ଓଭର୍‌ ସ୍ବେଟର୍‌: ଏହି ଟାଇପ୍‌ର ସ୍ବେଟର୍‌ରେ ଆଦୌ ବଟନ୍‌ ଲାଗି ନ ଥାଏ ଏବଂ ଏହାକୁ ମୁଣ୍ଡରେ ଗଳେଇ କି ପିନ୍ଧିବାକୁ ହୁଏ। ଦେଖିବାକୁ କ୍ଲାସି ଲାଗୁଥିବା ଏହି ଟାଇପ୍‌ର ସ୍ବେଟର୍‌କୁ ମୁଖ୍ୟତଃ ଜିନ୍ସ ଓ ଟପ୍ସ ଉପରେ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

* ଭି-ନେକ୍‌ ସ୍ବେଟର୍‌: କାଜୁଆଲ୍‌ ଲୁକ୍‌ ପାଇଁ ଏହି ଟାଇପ୍‌ର ସ୍ବେଟର୍‌ ପରଫେକ୍ଟ। ମୁଖ୍ୟତଃ ଫର୍ମାଲ୍‌ ଶାର୍ଟ ଓ ପ୍ୟାଣ୍ଟ ସାଙ୍ଗକୁ ଏହି ସ୍ବେଟର୍‌ ପିନ୍ଧି ତାହାକୁ ଇନ୍‌ କଲେ ଡିଫରେଣ୍ଟ ଲୁକ୍‌ ମିଳିଥାଏ।

* ଟ୍ୟୁନିକ୍‌ ସ୍ବେଟର୍‌: ମହିଳାମାନେ ଏହି ଟାଇପ୍‌ର ସ୍ବେଟର୍‌କୁ ଲଙ୍ଗ୍‌ ଶାର୍ଟ ପରି ପିନ୍ଧିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ବିଶେଷକରି ଏହାର କଲାର୍‌, ହାତ ଏବଂ ଅଣ୍ଟାର ବର୍ଡରରେ ହୋଇଥିବା କୁଞ୍ଚୁକୁଞ୍ଚତ୍ଆ ବା ଫର୍ଲ ଡିଜାଇନ୍‌ ଏହାକୁ ଅନ୍ୟ ସ୍ବେଟର୍‌ଠାରୁ ଭିନ୍ନ ଲୁକ୍‌ ଦେଇଥାଏ।

* ଟର୍ଟଲନେକ୍‌ ସ୍ବେଟର୍‌: ଯେଉଁ ସ୍ବେଟର୍‌ର କଲାର୍‌ ହାଈ ନେକ୍‌ ହେବା ସହ ଫୁଲିକି ରହି ଫୋଲ୍ଡ ହୋଇ ରହିଥାଏ, ତାହାକୁ ଟର୍ଟଲନେକ୍‌ ସ୍ବେଟର୍‌ କୁହାଯାଏ। ଏହି ସ୍ବେଟର୍‌ ଯୋଗୁ ବେକ ପୂରାପୂରି କଭର୍‌ ହୋଇଯାଏ। ମୁଖ୍ୟତଃ ଜିନ୍ସ ପ୍ୟାଣ୍ଟ ସହ ଏହାକୁ ପିନ୍ଧିଲେ କ୍ଲାସି ଲୁକ୍‌ ମିଳିଥାଏ।

* ସ୍ବେଟର ଭେଷ୍ଟ: ଏହି ସ୍ବେଟର ମୁଖ୍ୟତଃ ସ୍ଲିଭ୍‌ଲେସ୍‌ ଡିଜାଇନ୍‌ର। କିନ୍ତୁ ଦେଖିବାକୁ ସୁନ୍ଦର ଲାଗେ। ଖାସ୍‌ କରି ଜିନ୍ସ ପ୍ୟାଣ୍ଟ କିମ୍ବା ସ୍କର୍ଟ୍‌ ସହ ଏହି ଟାଇପ୍‌ର୍‌ ସ୍ବେଟର ପିନ୍ଧିଲେ ଲୁକ ବେଶ୍‌ ଆକର୍ଷଣୀୟ ଦେଖାଯାଏ। ସବୁଠୁ ବଡ଼ କଥା ହେଉଛି, ଏହି ଟାଇପ୍‌ର ସ୍ବେଟରକୁ ଉଭୟ ପୁରୁଷ ଓ ମହିଳା ବେଶ୍‌ ଆରାମରେ କ୍ୟାରି କରିପାରିବେ।

* ବୟଫ୍ରେଣ୍ଡ ସ୍ବେଟର: ବୟଫ୍ରେଣ୍ଡ ଜିନ୍ସ ପରି ବୟଫ୍ରେଣ୍ଡ ସ୍ବେଟରର ବି ବେଶ୍‌ ଭଲ ଚାହିଦା ରହିଥାଏ। ଏହି ଟାଇପର୍‌ ସ୍ବେଟର ଦେଖିବାକୁ ଟ୍ରେଣ୍ଡି ବି ଲାଗେ। ମୁଖ୍ୟତଃ ସାଙ୍ଗମାନଙ୍କ ସହ ଆଉଟିଂରେ ଯିବାବେଳେ ଏହି ଟାଇପ୍‌ର ସ୍ବେଟର ପିନ୍ଧିଲେ ବେଶ୍‌ କମ୍ଫର୍ଟେବଲ୍‌ ଲାଗିଥାଏ।

* କ୍ୱାଟର୍‌ ଜିପ୍‌ ସ୍ବେଟର୍‌: ଏହି ଟାଇପ୍‌ର ସ୍ବେଟର୍‌ ଦେଖିବାକୁ ପ୍ରାୟତଃ ଭି-ନେକ୍‌ ସ୍ବେଟର୍‌ ଭଳି ହୋଇଥାଏ; କିନ୍ତୁ ଏଥିରେ ସାମ୍ନାପଟେ ଜିପ୍‌ ଲାଗିଥାଏ। ଅନ୍ୟ ସ୍ବେଟର୍‌ ତୁଳନାରେ ଏହା ଟିକେ ମୋଟା, ଯଦ୍ଦ୍ବାରା ଟିକେ ଅଧିକ ସମୟ ପିନ୍ଧିଲେ ଗରମ ଲାଗିଥାଏ। ଅଫିସିଆଲ୍‌ ଲୁକ୍‌ ପାଇଁ ଏହି ଟାଇପ୍‌ର ସ୍ବେଟର୍‌ ପରଫେକ୍ଟ ହୋଇଥାଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?