ସ୍ବେଟର୍‌ ଫ୍ୟାଶନ, କେଉଁ ଟାଇପ୍‌ର ସ୍ବେଟର୍‌କୁ କିଭଳି କ୍ୟାରି କରିବେ…

ଶୀତ ଆସିଲେ ସ୍ବେଟର୍‌ର ଚାହିଦା ବଢିଯାଏ। ଯେଉଁଥିପାଇଁ ପ୍ରତିବର୍ଷ ନୂଆନୂଆ ଡିଜାଇନ୍‌ର ସ୍ବେଟର୍‌ ମାର୍କେଟ୍‌କୁ ଆସେ। ତେବେ କେଉଁ ଟାଇପ୍‌ର ସ୍ବେଟର୍‌କୁ କିଭଳି କ୍ୟାରି କଲେ ଶୀତରେ ବି ଡିଫରେଣ୍ଟ ଲୁକ୍‌ ମିଳିପାରିବ ଜାଣନ୍ତୁ ସେ ସମ୍ପର୍କରେ …

* କାର୍ଡିଗନ୍‌ ସ୍ବେଟର୍‌: ଏହି ଟାଇପ୍‌ର ସ୍ବେଟର୍‌ ସବୁବେଳେ ଟ୍ରେଣ୍ଡରେ ରହିଥାଏ। ଏହାର ମଧ୍ୟ ଅନେକ ଭେରାଇଟି ଦେଖିବାକୁ ମିଳେ। ତେବେ ଲଙ୍ଗ୍‌ ସ୍ଲିଭ୍‌ ଥିବା କାର୍ଡିଗନ୍‌, ଯାହାର ସାମ୍ନାପଟେ ବଟନ୍‌ ଲାଗିଥାଏ; ତାହାକୁ ଯେ କୌଣସି ସିମ୍ପଲ ଆଉଟ୍‌ଫିଟ୍‌ ଉପରେ ପିନ୍ଧି ଟ୍ରେଣ୍ଡି ଲୁକ୍‌ ପାଇହେବ। ଏବେ ମାର୍କେଟ୍‌ରେ ବିନା ବଟନ୍‌ବାଲା କାର୍ଡିଗନ୍‌ ତଥା ଓପନ୍‌ କାର୍ଡିଗନ୍‌, ଯାହାକୁ ଓପନ୍‌ ସ୍ବେଟର୍‌ ବୋଲି ବି କୁହାଯାଏ, ତାହାର ଅନେକ ଭେରାଇଟି ଆସୁଥିବା ଦେଖିବାକୁ ମିଳୁଛି।

* ପୁଲ୍‌ ଓଭର୍‌ ସ୍ବେଟର୍‌: ଏହି ଟାଇପ୍‌ର ସ୍ବେଟର୍‌ରେ ଆଦୌ ବଟନ୍‌ ଲାଗି ନ ଥାଏ ଏବଂ ଏହାକୁ ମୁଣ୍ଡରେ ଗଳେଇ କି ପିନ୍ଧିବାକୁ ହୁଏ। ଦେଖିବାକୁ କ୍ଲାସି ଲାଗୁଥିବା ଏହି ଟାଇପ୍‌ର ସ୍ବେଟର୍‌କୁ ମୁଖ୍ୟତଃ ଜିନ୍ସ ଓ ଟପ୍ସ ଉପରେ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

* ଭି-ନେକ୍‌ ସ୍ବେଟର୍‌: କାଜୁଆଲ୍‌ ଲୁକ୍‌ ପାଇଁ ଏହି ଟାଇପ୍‌ର ସ୍ବେଟର୍‌ ପରଫେକ୍ଟ। ମୁଖ୍ୟତଃ ଫର୍ମାଲ୍‌ ଶାର୍ଟ ଓ ପ୍ୟାଣ୍ଟ ସାଙ୍ଗକୁ ଏହି ସ୍ବେଟର୍‌ ପିନ୍ଧି ତାହାକୁ ଇନ୍‌ କଲେ ଡିଫରେଣ୍ଟ ଲୁକ୍‌ ମିଳିଥାଏ।

* ଟ୍ୟୁନିକ୍‌ ସ୍ବେଟର୍‌: ମହିଳାମାନେ ଏହି ଟାଇପ୍‌ର ସ୍ବେଟର୍‌କୁ ଲଙ୍ଗ୍‌ ଶାର୍ଟ ପରି ପିନ୍ଧିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ବିଶେଷକରି ଏହାର କଲାର୍‌, ହାତ ଏବଂ ଅଣ୍ଟାର ବର୍ଡରରେ ହୋଇଥିବା କୁଞ୍ଚୁକୁଞ୍ଚତ୍ଆ ବା ଫର୍ଲ ଡିଜାଇନ୍‌ ଏହାକୁ ଅନ୍ୟ ସ୍ବେଟର୍‌ଠାରୁ ଭିନ୍ନ ଲୁକ୍‌ ଦେଇଥାଏ।

* ଟର୍ଟଲନେକ୍‌ ସ୍ବେଟର୍‌: ଯେଉଁ ସ୍ବେଟର୍‌ର କଲାର୍‌ ହାଈ ନେକ୍‌ ହେବା ସହ ଫୁଲିକି ରହି ଫୋଲ୍ଡ ହୋଇ ରହିଥାଏ, ତାହାକୁ ଟର୍ଟଲନେକ୍‌ ସ୍ବେଟର୍‌ କୁହାଯାଏ। ଏହି ସ୍ବେଟର୍‌ ଯୋଗୁ ବେକ ପୂରାପୂରି କଭର୍‌ ହୋଇଯାଏ। ମୁଖ୍ୟତଃ ଜିନ୍ସ ପ୍ୟାଣ୍ଟ ସହ ଏହାକୁ ପିନ୍ଧିଲେ କ୍ଲାସି ଲୁକ୍‌ ମିଳିଥାଏ।

* ସ୍ବେଟର ଭେଷ୍ଟ: ଏହି ସ୍ବେଟର ମୁଖ୍ୟତଃ ସ୍ଲିଭ୍‌ଲେସ୍‌ ଡିଜାଇନ୍‌ର। କିନ୍ତୁ ଦେଖିବାକୁ ସୁନ୍ଦର ଲାଗେ। ଖାସ୍‌ କରି ଜିନ୍ସ ପ୍ୟାଣ୍ଟ କିମ୍ବା ସ୍କର୍ଟ୍‌ ସହ ଏହି ଟାଇପ୍‌ର୍‌ ସ୍ବେଟର ପିନ୍ଧିଲେ ଲୁକ ବେଶ୍‌ ଆକର୍ଷଣୀୟ ଦେଖାଯାଏ। ସବୁଠୁ ବଡ଼ କଥା ହେଉଛି, ଏହି ଟାଇପ୍‌ର ସ୍ବେଟରକୁ ଉଭୟ ପୁରୁଷ ଓ ମହିଳା ବେଶ୍‌ ଆରାମରେ କ୍ୟାରି କରିପାରିବେ।

* ବୟଫ୍ରେଣ୍ଡ ସ୍ବେଟର: ବୟଫ୍ରେଣ୍ଡ ଜିନ୍ସ ପରି ବୟଫ୍ରେଣ୍ଡ ସ୍ବେଟରର ବି ବେଶ୍‌ ଭଲ ଚାହିଦା ରହିଥାଏ। ଏହି ଟାଇପର୍‌ ସ୍ବେଟର ଦେଖିବାକୁ ଟ୍ରେଣ୍ଡି ବି ଲାଗେ। ମୁଖ୍ୟତଃ ସାଙ୍ଗମାନଙ୍କ ସହ ଆଉଟିଂରେ ଯିବାବେଳେ ଏହି ଟାଇପ୍‌ର ସ୍ବେଟର ପିନ୍ଧିଲେ ବେଶ୍‌ କମ୍ଫର୍ଟେବଲ୍‌ ଲାଗିଥାଏ।

* କ୍ୱାଟର୍‌ ଜିପ୍‌ ସ୍ବେଟର୍‌: ଏହି ଟାଇପ୍‌ର ସ୍ବେଟର୍‌ ଦେଖିବାକୁ ପ୍ରାୟତଃ ଭି-ନେକ୍‌ ସ୍ବେଟର୍‌ ଭଳି ହୋଇଥାଏ; କିନ୍ତୁ ଏଥିରେ ସାମ୍ନାପଟେ ଜିପ୍‌ ଲାଗିଥାଏ। ଅନ୍ୟ ସ୍ବେଟର୍‌ ତୁଳନାରେ ଏହା ଟିକେ ମୋଟା, ଯଦ୍ଦ୍ବାରା ଟିକେ ଅଧିକ ସମୟ ପିନ୍ଧିଲେ ଗରମ ଲାଗିଥାଏ। ଅଫିସିଆଲ୍‌ ଲୁକ୍‌ ପାଇଁ ଏହି ଟାଇପ୍‌ର ସ୍ବେଟର୍‌ ପରଫେକ୍ଟ ହୋଇଥାଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri