ସ୍ବେଟର୍‌ ଡ୍ରେସ୍‌

ସ୍ବେଟର୍‌ ଡ୍ରେସ୍‌ ଶରୀରକୁ ଉଷ୍ମତା ପ୍ରଦାନ
କରିବା ସହ ଷ୍ଟାଇଲିଶ୍‌
ଲୁକ୍‌ ଦେଉଥିବାରୁ ଶୀତଦିନେ ଏହାର ଚାହିଦା ଖୁବ୍‌ ବଢିଯାଏ। ସେଥିପାଇଁ ମାର୍କେଟ୍‌ରେ ଏହାର
ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ସେମିତି କେତୋଟି ଟ୍ରେଣ୍ଡି ସ୍ବେଟର୍‌ ଡ୍ରେସ୍‌ ସମ୍ପର୍କରେ…

ଶୀତଦିନେ ଶୀତରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଯୁବତୀମାନେ ଆଉଟ୍‌ଫିଟ୍‌କୁ ନେଇ ଅନେକ ପ୍ରକାରର ଏକ୍ସପେରିମେଣ୍ଟ କରିଥାନ୍ତି। ଏମିତିରେ ଯଦି କଥା ସ୍ବେଟର୍‌ ଡ୍ରେସ୍‌ର ଉଠେ, ତା’ହେଲେ ଶୀତଦିନ ପାଇଁ ଏହାଠୁ ଭଲ ଅପ୍ସନ ଆଉ କ’ଣ ହୋଇପାରେ। କାରଣ ଏହା ଷ୍ଟାଇଲିଶ୍‌ ଲାଗିବା ସହ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ତା’ଛଡ଼ା ଏହି ପାଟର୍ନର ଡ୍ରେସ୍‌କୁ ସବୁ ଅକେଜନ୍‌ରେ ମଧ୍ୟ ପିନ୍ଧାଯାଇପାରେ। ଖାସ୍‌କରି ସ୍ବେଟର୍‌ ଡ୍ରେସ୍‌ ସହ ମ୍ୟାଚିଂ ବୁଟ୍ସ, ଉଲ୍‌ର ସକ୍ସ କିମ୍ବା ଶୁଜ୍‌ ପେୟାର୍‌ କରି ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିଥାଏ। ଆସନ୍ତୁ ଜାଣିବା କେତୋଟି ଟ୍ରେଣ୍ଡି ସ୍ବେଟର୍‌ ଡ୍ରେସ୍‌ ସମ୍ପର୍କରେ…
ମ୍ୟାକ୍ସି ସ୍ବେଟର୍‌ ଡ୍ରେସ୍‌: ଏହି ଟାଇପ୍‌ର ସ୍ବେଟର ଡ୍ରେସ୍‌ କ୍ଲାସି ଲୁକ୍‌ ଦେଇଥାଏ। ଏହାର ଲମ୍ବା ପାଦ ପର୍ଯ୍ୟନ୍ତ ରହୁଥିବାରୁ ଶୀତଦିନେ ଏହାକୁ ପିନ୍ଧିଲେ ଶରୀରକୁ ବେଶ୍‌ ଉଷ୍ମତା ମିଳିଥାଏ। ମୁଖ୍ୟତଃ ଶୀତଦିନିଆ ଇଭିନିଂ ପାର୍ଟି ପାଇଁ ଏ ଟାଇପ୍‌ର ଡ୍ରେସ୍‌ ପୂରା ପରଫେକ୍ଟ। ଟିକେ ଡିଫ୍‌ରେଣ୍ଟ ଲୁକ୍‌ ପାଇବା ପାଇଁ ଯୁବତୀମାନେ ଚାହିଁଲେ ଏହି ଡ୍ରେସ୍‌କୁ ପ୍ରଥମେ ପିନ୍ଧି ତା’ଉପରେ ମ୍ୟାଚିଂ ସ୍ଲିଭ୍‌ ଲେସ୍‌ ଜ୍ୟାକେଟ୍‌ ମଧ୍ୟ ପିନ୍ଧିପାରିବେ।
ଟର୍ଟଲ ନେକ୍‌ ସ୍ବେଟର୍‌ ଡ୍ରେସ୍‌: ଏହି ଟାଇପ୍‌ର ଡ୍ରେସ୍‌ ଯୁବତୀଙ୍କୁ ଗ୍ଲାମର୍ସ ଲୁକ୍‌ ଦେଇଥାଏ। ଖାସ୍‌ କରି ଏହି ଡ୍ରେସ୍‌ର ବେକ ପାଖରେ ହୋଇଥିବା ଟର୍ଟଲ ବା କଇଁଛ ଶେପ୍‌ର ଡିଜାଇନ୍‌ ଅଧିକ ସୁନ୍ଦର ଲାଗିଥାଏ। ମୁଖ୍ୟତଃ ଏହି ଡିଜାଇନ୍‌ର ବ୍ରାଇଟ୍‌ କଲର୍‌ର ଡ୍ରେସ୍‌ ବେଶ୍‌ ଆକର୍ଷଣୀୟ ଲାଗେ। ତା’ଛଡ଼ା ଏ ଡ୍ରେସ୍‌ର ଲମ୍ବା ଜଙ୍ଘ ପର୍ଯ୍ୟନ୍ତ ରହୁଥିବାରୁ ଏହା ସହିତ ମ୍ୟାଚିଂ ଆଙ୍କେଲ୍‌ ଲେଙ୍ଗ୍‌ଥ ବୁଟ୍‌ ହେଉ ଅବା ନି ଲେଙ୍ଗ୍‌ଥ ବୁଟ୍‌କୁ କମ୍ବାଇନ୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।
ନିଟେଡ୍‌ ଶାର୍ଟ ସ୍ବେଟର୍‌ ଡ୍ରେସ୍‌: ନିଟେଡ୍‌ ଶାର୍ଟ ସ୍ବେଟର୍‌ ଡ୍ରେସ୍‌କୁ ଜିନ୍ସ ସହ କମ୍ବାଇନ୍‌ କଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ। ଏହାକୁ ପିନ୍ଧିଲେ ଉଭୟ ଶାର୍ଟ ଓ ସ୍ବେଟର୍‌ର ଲୁକ୍‌ ମିଳେ। ଖାସ୍‌ କରି ଏହି ଡ୍ରେସ୍‌କୁ ଟିକେ ଢିଲା ପିନ୍ଧିଲେ ହିଁ ଭଲ ମାନିଥାଏ। ଆପଣ ଚାହିଁଲେ ଲଙ୍ଗ୍‌ ସ୍କର୍ଟ ସହ ମଧ୍ୟ ଏହାକୁ ଟ୍ରାଏ କରିପାରିବେ। ତେବେ ଏହାକୁ ପିନ୍ଧିଲାବେଳେ ପାଦରେ ଉଲ୍‌ର ସକ୍ସ ସହ ବୁଟ୍‌ କିମ୍ବା ସ୍ନିକର୍ସକୁ ପେୟାର୍‌ କରି ପିନ୍ଧିଲେ ଆକର୍ଷଣୀୟ ଲାଗିଥାଏ।
ବଡିକନ୍‌ ସ୍ବେଟର୍‌ ଡ୍ରେସ୍‌: ଶୀତଦିନେ କୌଣସି ପାର୍ଟି, ଫଙ୍କଶନ୍‌କୁ ଯିବାର ଥିଲେ, ଆପଣ ବଡିକନ୍‌ ସ୍ବେଟର୍‌ ଡ୍ରେସ୍‌ ପିନ୍ଧିକି ଯାଇପାରିବେ; ଦେଖିବେ ଆପଣଙ୍କ ଲୁକ୍‌କୁ ଏହା କେମିତି ଗ୍ଲାମ୍‌-ଅପ୍‌ କରିବ। ଖାସ୍‌କରି ବ୍ରାଇଟ୍‌ କଲର୍‌ ଅପେକ୍ଷା ଲାଇଟ୍‌ କଲର୍‌ର ଏହି ଡ୍ରେସ୍‌ ଅଧିକ ଆକର୍ଷଣୀୟ ଲାଗିଥାଏ। ଏହା ସହିତ ମ୍ୟାଚିଂ ବୁଟ୍‌ ପିନ୍ଧିଲେ ବି ବେଶ୍‌ ଭଲ ମାନିଥାଏ।
ଫ୍ରକ୍‌ ଷ୍ଟାଇଲ୍‌ ସ୍ବେଟର୍‌ ଡ୍ରେସ୍‌: ଘେର ଥିବା ନି ଲେଙ୍ଗ୍‌ଥ ଫ୍ରକ୍‌ ଯୁବତୀଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ଏବେ ଫ୍ରକ୍‌ ଷ୍ଟାଇଲ୍‌ର ସ୍ବେଟର୍‌ ଡ୍ରେସ୍‌ ବି ମାର୍କେଟକୁ ଆସିଲାଣି। ଏହି ଷ୍ଟାଇଲ୍‌ର ଡ୍ରେସ୍‌ରେ ଲଙ୍ଗ୍‌ ସ୍ଲିଭ୍‌ ରହିବା ସହ ଘେର ବି ରହିଥାଏ। ତା’ଛଡ଼ା ସ୍ବେଟର ଫ୍ରକ୍‌ ହୋଇଥିବାରୁ ଶୀତଦିନେ ଏହାକୁ ପିନ୍ଧିଲେ ଥଣ୍ଡାରୁ ମୁକ୍ତି ମିଳିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri