ସ୍ବେଟର୍‌ ଡ୍ରେସ୍‌

ସ୍ବେଟର୍‌ ଡ୍ରେସ୍‌ ଶରୀରକୁ ଉଷ୍ମତା ପ୍ରଦାନ
କରିବା ସହ ଷ୍ଟାଇଲିଶ୍‌
ଲୁକ୍‌ ଦେଉଥିବାରୁ ଶୀତଦିନେ ଏହାର ଚାହିଦା ଖୁବ୍‌ ବଢିଯାଏ। ସେଥିପାଇଁ ମାର୍କେଟ୍‌ରେ ଏହାର
ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ସେମିତି କେତୋଟି ଟ୍ରେଣ୍ଡି ସ୍ବେଟର୍‌ ଡ୍ରେସ୍‌ ସମ୍ପର୍କରେ…

ଶୀତଦିନେ ଶୀତରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଯୁବତୀମାନେ ଆଉଟ୍‌ଫିଟ୍‌କୁ ନେଇ ଅନେକ ପ୍ରକାରର ଏକ୍ସପେରିମେଣ୍ଟ କରିଥାନ୍ତି। ଏମିତିରେ ଯଦି କଥା ସ୍ବେଟର୍‌ ଡ୍ରେସ୍‌ର ଉଠେ, ତା’ହେଲେ ଶୀତଦିନ ପାଇଁ ଏହାଠୁ ଭଲ ଅପ୍ସନ ଆଉ କ’ଣ ହୋଇପାରେ। କାରଣ ଏହା ଷ୍ଟାଇଲିଶ୍‌ ଲାଗିବା ସହ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ତା’ଛଡ଼ା ଏହି ପାଟର୍ନର ଡ୍ରେସ୍‌କୁ ସବୁ ଅକେଜନ୍‌ରେ ମଧ୍ୟ ପିନ୍ଧାଯାଇପାରେ। ଖାସ୍‌କରି ସ୍ବେଟର୍‌ ଡ୍ରେସ୍‌ ସହ ମ୍ୟାଚିଂ ବୁଟ୍ସ, ଉଲ୍‌ର ସକ୍ସ କିମ୍ବା ଶୁଜ୍‌ ପେୟାର୍‌ କରି ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିଥାଏ। ଆସନ୍ତୁ ଜାଣିବା କେତୋଟି ଟ୍ରେଣ୍ଡି ସ୍ବେଟର୍‌ ଡ୍ରେସ୍‌ ସମ୍ପର୍କରେ…
ମ୍ୟାକ୍ସି ସ୍ବେଟର୍‌ ଡ୍ରେସ୍‌: ଏହି ଟାଇପ୍‌ର ସ୍ବେଟର ଡ୍ରେସ୍‌ କ୍ଲାସି ଲୁକ୍‌ ଦେଇଥାଏ। ଏହାର ଲମ୍ବା ପାଦ ପର୍ଯ୍ୟନ୍ତ ରହୁଥିବାରୁ ଶୀତଦିନେ ଏହାକୁ ପିନ୍ଧିଲେ ଶରୀରକୁ ବେଶ୍‌ ଉଷ୍ମତା ମିଳିଥାଏ। ମୁଖ୍ୟତଃ ଶୀତଦିନିଆ ଇଭିନିଂ ପାର୍ଟି ପାଇଁ ଏ ଟାଇପ୍‌ର ଡ୍ରେସ୍‌ ପୂରା ପରଫେକ୍ଟ। ଟିକେ ଡିଫ୍‌ରେଣ୍ଟ ଲୁକ୍‌ ପାଇବା ପାଇଁ ଯୁବତୀମାନେ ଚାହିଁଲେ ଏହି ଡ୍ରେସ୍‌କୁ ପ୍ରଥମେ ପିନ୍ଧି ତା’ଉପରେ ମ୍ୟାଚିଂ ସ୍ଲିଭ୍‌ ଲେସ୍‌ ଜ୍ୟାକେଟ୍‌ ମଧ୍ୟ ପିନ୍ଧିପାରିବେ।
ଟର୍ଟଲ ନେକ୍‌ ସ୍ବେଟର୍‌ ଡ୍ରେସ୍‌: ଏହି ଟାଇପ୍‌ର ଡ୍ରେସ୍‌ ଯୁବତୀଙ୍କୁ ଗ୍ଲାମର୍ସ ଲୁକ୍‌ ଦେଇଥାଏ। ଖାସ୍‌ କରି ଏହି ଡ୍ରେସ୍‌ର ବେକ ପାଖରେ ହୋଇଥିବା ଟର୍ଟଲ ବା କଇଁଛ ଶେପ୍‌ର ଡିଜାଇନ୍‌ ଅଧିକ ସୁନ୍ଦର ଲାଗିଥାଏ। ମୁଖ୍ୟତଃ ଏହି ଡିଜାଇନ୍‌ର ବ୍ରାଇଟ୍‌ କଲର୍‌ର ଡ୍ରେସ୍‌ ବେଶ୍‌ ଆକର୍ଷଣୀୟ ଲାଗେ। ତା’ଛଡ଼ା ଏ ଡ୍ରେସ୍‌ର ଲମ୍ବା ଜଙ୍ଘ ପର୍ଯ୍ୟନ୍ତ ରହୁଥିବାରୁ ଏହା ସହିତ ମ୍ୟାଚିଂ ଆଙ୍କେଲ୍‌ ଲେଙ୍ଗ୍‌ଥ ବୁଟ୍‌ ହେଉ ଅବା ନି ଲେଙ୍ଗ୍‌ଥ ବୁଟ୍‌କୁ କମ୍ବାଇନ୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।
ନିଟେଡ୍‌ ଶାର୍ଟ ସ୍ବେଟର୍‌ ଡ୍ରେସ୍‌: ନିଟେଡ୍‌ ଶାର୍ଟ ସ୍ବେଟର୍‌ ଡ୍ରେସ୍‌କୁ ଜିନ୍ସ ସହ କମ୍ବାଇନ୍‌ କଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ। ଏହାକୁ ପିନ୍ଧିଲେ ଉଭୟ ଶାର୍ଟ ଓ ସ୍ବେଟର୍‌ର ଲୁକ୍‌ ମିଳେ। ଖାସ୍‌ କରି ଏହି ଡ୍ରେସ୍‌କୁ ଟିକେ ଢିଲା ପିନ୍ଧିଲେ ହିଁ ଭଲ ମାନିଥାଏ। ଆପଣ ଚାହିଁଲେ ଲଙ୍ଗ୍‌ ସ୍କର୍ଟ ସହ ମଧ୍ୟ ଏହାକୁ ଟ୍ରାଏ କରିପାରିବେ। ତେବେ ଏହାକୁ ପିନ୍ଧିଲାବେଳେ ପାଦରେ ଉଲ୍‌ର ସକ୍ସ ସହ ବୁଟ୍‌ କିମ୍ବା ସ୍ନିକର୍ସକୁ ପେୟାର୍‌ କରି ପିନ୍ଧିଲେ ଆକର୍ଷଣୀୟ ଲାଗିଥାଏ।
ବଡିକନ୍‌ ସ୍ବେଟର୍‌ ଡ୍ରେସ୍‌: ଶୀତଦିନେ କୌଣସି ପାର୍ଟି, ଫଙ୍କଶନ୍‌କୁ ଯିବାର ଥିଲେ, ଆପଣ ବଡିକନ୍‌ ସ୍ବେଟର୍‌ ଡ୍ରେସ୍‌ ପିନ୍ଧିକି ଯାଇପାରିବେ; ଦେଖିବେ ଆପଣଙ୍କ ଲୁକ୍‌କୁ ଏହା କେମିତି ଗ୍ଲାମ୍‌-ଅପ୍‌ କରିବ। ଖାସ୍‌କରି ବ୍ରାଇଟ୍‌ କଲର୍‌ ଅପେକ୍ଷା ଲାଇଟ୍‌ କଲର୍‌ର ଏହି ଡ୍ରେସ୍‌ ଅଧିକ ଆକର୍ଷଣୀୟ ଲାଗିଥାଏ। ଏହା ସହିତ ମ୍ୟାଚିଂ ବୁଟ୍‌ ପିନ୍ଧିଲେ ବି ବେଶ୍‌ ଭଲ ମାନିଥାଏ।
ଫ୍ରକ୍‌ ଷ୍ଟାଇଲ୍‌ ସ୍ବେଟର୍‌ ଡ୍ରେସ୍‌: ଘେର ଥିବା ନି ଲେଙ୍ଗ୍‌ଥ ଫ୍ରକ୍‌ ଯୁବତୀଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ଏବେ ଫ୍ରକ୍‌ ଷ୍ଟାଇଲ୍‌ର ସ୍ବେଟର୍‌ ଡ୍ରେସ୍‌ ବି ମାର୍କେଟକୁ ଆସିଲାଣି। ଏହି ଷ୍ଟାଇଲ୍‌ର ଡ୍ରେସ୍‌ରେ ଲଙ୍ଗ୍‌ ସ୍ଲିଭ୍‌ ରହିବା ସହ ଘେର ବି ରହିଥାଏ। ତା’ଛଡ଼ା ସ୍ବେଟର ଫ୍ରକ୍‌ ହୋଇଥିବାରୁ ଶୀତଦିନେ ଏହାକୁ ପିନ୍ଧିଲେ ଥଣ୍ଡାରୁ ମୁକ୍ତି ମିଳିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri