ସ୍ବୟାସ ସାମଲ ମାଟ୍ରିକ ଜିଲା ଟପ୍ପର

ଜି ଉଦୟଗିରି,୨୭।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ହବାକ ହାଇସ୍କୁଲର ଛାତ୍ର ସ୍ବୟାସ ସାମଲ ଚଳିତ ମାଟ୍ରିକ ପରୀକ୍ଷାରେ ସମୁଦାୟ ୬୦୦ ମାର୍କରୁ ୫୫୮ ନମ୍ବର (ଶତକଡା ୯୩% ମାର୍କ) ରଖି ଜିଲାରେ ଟପ୍ପର ହୋଇଛନ୍ତି। ସ୍ବୟାସ ଜି ଉଦୟଗିରି ନିକଟସ୍ଥ ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷକ ଜିତେନ୍ଦ୍ର କୁମାର ସାମଲ ଓ ହବାକ ହାଇସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ମମତା ରାଣୀ ରାଉତଙ୍କ ଜ୍ୟେଷ୍ଠ ପୁତ୍ର। ସ୍ବୟାସ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇ ଗବେଷଣା କରିବେ ବୋଲି କହିଛନ୍ତି। ସେ ତାଙ୍କର ଏହି ଶ୍ରେୟ ତାଙ୍କ ବାପା, ମା’, ଓ ଜେଜେ ମା’ଙ୍କ ସହ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଦେଇଛନ୍ତି।
ସେହିପରି ଜିଲାର ଚତୁର୍ଥ ସ୍ଥାନରେ ଥିବା ହବାକ ହାଇସ୍କୁଲ ଛାତ୍ର ଆୟୁଷ ରଥ ୫୪୯ ମାର୍କ (୯୧.୫୦%) ସହ ଏ୧ ପାଇଛନ୍ତି। ଆୟୁଷ ସ୍ବର୍ଗତ କୈଳାସ ଚନ୍ଦ୍ର ରଥ ଓ ବର୍ତମାନ ଜି ଉଦୟଗିରି ମହିଳା ମହାବିଦ୍ୟାଳୟରେ ଲାଇବ୍ରେରୀ ଆସିଷ୍ଟାଣ୍ଟ ରଞ୍ଜିତା ପତିଙ୍କ କନିଷ୍ଠ ସନ୍ତାନ। ଆୟୁଷ ଭବିଷ୍ୟତରେ ଏନଡିଏ ରେ ଯୋଗଦେଇ ଜଣେ ଦକ୍ଷ ସାମରିକ ଅଧିକାରୀ ହେବେ ବୋଲି କହିଛନ୍ତି। ହବାକ ହାଇସ୍କୁଲର ଅନ୍ୟ ଜଣେ ଛାତ୍ର ଓମ ପ୍ରକାଶ ପଣ୍ଡା ୫୪୦ ମାର୍କ (୯୦%) ରଖି ଏ୧ ପାଇଛନ୍ତି। ଓମ ପ୍ରକାଶ ଜି ଉଦୟଗିରି ସହରର ବାଳକୃଷ୍ଣ ପଣ୍ଡା ଓ ଜୋସ୍ନାମୟୀ ପଣ୍ଡାଙ୍କ ପୁତ୍ର ଅଟନ୍ତି। ଜି ଉଦୟଗିରି ହବାକ ହାଇସ୍କୁଲରେ ସମୁଦାୟ ୧୧୪ ଜଣ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ୧୧୧ ଜଣ (୯୭.୭୦%) ଭାଗ କୃତକାର୍ଯ୍ୟ ହୋଇଛନ୍ତି ବୋଲି ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

ବାଲିଘାଟରେ ହତ୍ୟାକାଣ୍ଡ ଅଭିଯୋଗ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଦ୍ୱିତୀୟ ଦିନରେ ବି ଉତ୍ତେଜନା..

ଦେବଗଡ଼, ୨୨/୬ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ-ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ଶବକୁ ବାଲି ଭିତରେ ପୋତି…

ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।…

୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଛତ୍ରପୁର, ୨୨/୬ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନାର ତ୍ୱରିତ ଏବଂ ସମନ୍ୱିତ ପ୍ରୟାସ ଫଳରେ ୧୫ ଜୁନ ୨୦୨୬ରୁ ୨୧ ଜୁନ ୨୦୨୬…

ବିକାଶ ଧାରା ଓଡ଼ିଶା ସାରା, ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ଜଣାଇ…

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର, ଡୁମେରପଦର ଓ ଥୁଆମୂଳ ପଞ୍ଚାୟତଠାରେ ‘ବିକାଶ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୫ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା…

ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ବୃହତ୍ ଅସ୍ତ୍ରଶସ୍ତ୍ର ଭଣ୍ଡାର

କୋରାପୁଟ, ୨୨/୬ (ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ବଡ଼ଲିପାହାଡ଼ ଜଙ୍ଗଲରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ମାଓବାଦୀଙ୍କ ଏକ ବୃହତ୍ ଅସ୍ତ୍ରଶସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri