Posted inଜାତୀୟ

ଥମୁନି ମୁକୁଲ-ଶୁଭେନ୍ଦୁଙ୍କ କଳି

କୋଲକାତା,୧୩।୭: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ଭାଜପା ଛାଡ଼ି ତୃଣମୂଳକ କଂଗ୍ରେସରେ ଯୋଗଦେବା ପରଠୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା କଳି ଥମିବାର ନା ନେଉ ନାହିଁ। ରାଜ୍ୟପାଳ ଜଗଦୀପ ଧାନଖରଙ୍କୁ ମଙ୍ଗଳବାର ଭେଟିଛି ଶୁଭେନ୍ଦୁଙ୍କ ନେତୃତ୍ୱରେ ବିରୋଧୀ ଦଳ। ନିକଟରେ ମୁକୁଲଙ୍କୁ ପବ୍ଲିକ ଆକାଉଣ୍ଟ କମିଟି(ପିଏସି)ର ଚେୟାରମ୍ୟାନ ଭାବେ ନିଯୁକ୍ତ କରିଛି ଟିଏମ୍‌ସି। ଏହାକୁ ନିୟମର ଉଲ୍ଲଂଘନ ଦର୍ଶାଇଛି ଭାଜପା। କାରଣ ସାଧାରଣତଃ ଜଣେ ବିରୋଧୀ ଦଳର ବିଧାୟକଙ୍କୁ ଏହି ପଦରେ ନିଯୁକ୍ତ କରାଯାଏ। ଟିଏମ୍‌ସି ଏହି ନିୟମର ଅପବ୍ୟବହାର କରିଥିବା କହିଛନ୍ତି ଅଧିକାରୀ। ଏହି ବୈଠକ ସମ୍ପର୍କରେ ଟୁଇଟ୍‌ କରିଛନ୍ତି ରାଜ୍ୟପାଳ ଧାନଖର।

କିନ୍ତୁ ଟିଏମ୍‌ସିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀ କହିଛନ୍ତି, ବିଧାନସଭାରେ ମୁକୁଲ ଏବେ ମଧ୍ୟ ଭାଜପାର ସଦସ୍ୟ। ଏଣୁ ତାଙ୍କୁ ପିଏସି ଚେୟାରମ୍ୟାନ ଭାବେ ନିଯୁକ୍ତ କରିବାରେ କିଛି ଅସୁବିଧା ନାହିଁ। ବିରୋଧୀ ଦଳର ଜଣେ ଅଭିଜ୍ଞ ବିଧାୟକଙ୍କୁ ପିଏସିର ଚେୟାରମ୍ୟାନ କରାଯିବାର ପରମ୍ପରା ଦୀର୍ଘ ଦିନ ହେଲା ଚାଲିଆସୁଛି। ବାଚସ୍ପତି ଏହି ନିୟମର ପାଳନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ବୃହତ୍‌ ବିଜୟ ପରେ ମୁକୁଲ ଭାଜପା ଛାଡ଼ି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତ ଧରିଥିଲେ। କିନ୍ତୁ ଭାଜପା ଟିକେଟ୍‌ରୁ ଜିତିଥିବା କ୍ରିଷ୍ଣାନଗର ଉତ୍ତର ଆସନରୁ ଇସ୍ତଫା ଦେଇ ନାହାନ୍ତି। ଏହାକୁ ବିରୋଧ କରି ଆସୁଛି ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ଡଷ୍ଟବିନ୍‌କୁ ଗଲା ମଧ୍ୟଯୁଗୀୟ ପ୍ରଥା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧ା୭: ତିନି ତଲାକ୍‌ ବିଲ୍‌କୁ ପାର୍ଲାମେଣ୍ଟର ମଞ୍ଜୁରୀ ପରେ ଏବେ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଅନୁମୋଦନ କରିବା ପରେ ବିଲ୍‌...

ଭାରତଠାରୁ ଇଦ୍‌ ମିଠା ନେବାକୁ ମନାକଲା ପାକିସ୍ତାନ

ଅମୃତସର,୧୨।୮: ଚଳିତ ବର୍ଷ ସୋମବାର ଇଦ୍‌-ଉଲ୍‌-ଜୁହା ପାଳନ କରାଯାଉଥିବା ବେଳେ ଭାରତ-ପାକିସ୍ତାନ ସୀମାରେ ଥିବା ବିଏସ୍‌ଏଫ୍‌ ଯବାନ ପାକିସ୍ତାନ ସହ ମିଠା ଆଦାନ ପ୍ରଦାନ କରିବାକୁ...

ସୁସ୍ଥ ହେବା ହାର ୯୭.୧୮ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିରେ...

ଟାର୍ଗେଟରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ: ବାମ ପନ୍ଥୀ ଦଳର ହାତ ଧରିଲା କଂଗ୍ରେସ

କୋଲକାତା,୨୪।୧୨: ୨୦୨୧ରେ ହେବାକୁ ଥିବା ଓ୍ବେଷ୍ଟ ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି କଂଗ୍ରେସ। ବାମ ପନ୍ଥୀ ଦଳ( ସିପିଏମ୍‌ )ର...

୪୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ସାକ୍ଷୀଙ୍କୁ ହତ୍ୟା ଆଶଙ୍କା

ମୁମ୍ବାଇ,୨୬।୧୦: ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ଗିରଫ ଘଟଣାରେ ନୂଆ ମୋଡ଼ ଆଣିଛି ଏକ ସତ୍ୟପାଠ। ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର...

ମଲ୍ଲିକାର୍ଜୁନ କଂଗ୍ରେସର ନୂଆ ଅଧ୍ୟକ୍ଷ…

ନୂଆଦିଲ୍ଲୀ,୧୯।୧୦ : ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଖାର୍ଗେ ୭୮୯୭ ଭୋଟ ଜିତିଥିବାବେଳେ ଶଶି ଥରୁର ପ୍ରାୟ ୧୦୦୦ ଭୋଟ...

ନିର୍ବାଚନୀ ଥୋପ: ୟୁପିରୁ ସର୍ବାଧିକ ୭ ମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶରୁ ସର୍ବାଧିକ ୭ ଜଣଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳିଛି। ସେମାନେ ହେଲେ କୌଶଲ କିଶୋର, ଏସ୍‌.ପି. ବାଘେଲ,...

Advertisement
Archives

Model This Week