Posted inଗଜପତି

ପୁଣି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ମୋହନା, ୫ା୪(ମନ୍ମଥ ମିଶ୍ର): ଦାଦନ ଖଟିବାକୁ ଯାଇଥିବା ଗଜପତି ଜିଲା ମୋହନା ବ୍ଲକ ରାଇଜୁକା ଗାଁର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଟୁକୁ ବସ୍ତରାଏ। ତେବେ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଖବରରୁ ଜଣାପଡିଛି, ଉକ୍ତ ବ୍ଲକ ଅଡବା ଥାନା ଅନ୍ତର୍ଗତ ରାଇଜୁକା ଗାଁର ଟୁକୁ ୬ ମାସ ତଳେ ପରିବାର ପ୍ରତିପୋଷଣ ପାଇଁ କେରଳକୁ କାମ କରିବାକୁ ଯାଇଥିଲେ। ଗତ ୨ ତାରିଖରେ ସେ ଘରକୁ ଆସିବା ଲାଗି ଫୋନ କରି ପରିବାର ଲୋକଙ୍କୁ ଜଣାଇଥିଲେ। ମାତ୍ର ଶୁକ୍ରବାର ରାତିରେ ଟୁକୁଙ୍କ ମହାରାଷ୍ଟ୍ରର ପୁଣେରେ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକଙ୍କୁ ପୋଲିସ ଖବର ଦେଇଥିଲା। ଟୁକୁ ମୋହନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ବିବାହ କରିଥିଲେ। କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥଲା।

ତେବେ ଯୁବତୀ ଜଣକ ଅନ୍ୟ ଯୁବକଙ୍କୁ ବିବାହ କରିଥିଲେ। ପରେ ଟୁକୁ ମଧ୍ୟ ଅନ୍ୟତ୍ର ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ପୁଣେରେ ରହୁଥିବା ଜାଣିବା ପରେ ଟୁକୁ ଘରକୁ ନ ଆସି ତାଙ୍କୁ ସାକ୍ଷାତ କରିବାକୁ କେରଳରୁ ପୁଣେ ଯାଇଥିଲେ। ଶୁକ୍ରବାର ବନ୍ଦେ ଗାର୍ଡେନ ଥାନା ନିକଟସ୍ଥ ମଥୁରା ଲଜ୍‌ରୁ ଟୁକୁଙ୍କ ମୃତଦେହ ପୋଲିସ ଜବତ କରିଥିଲା। ପ୍ରଥମ ସ୍ତ୍ରୀ ଟୁକୁଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରିବା ଏବଂ ମୃତଦେହ ଗାଁକୁ ଆଣିବାକୁ ପରିବାର ଲୋକେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖବର ବାଜିଲା, ପ୍ରଶାସନ ହଲିଲା : ଜିଲାପାଳ, ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

ଛତ୍ରପୁର, ୨୭/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଗଭୀର ଅବପାତ ପ୍ରଭାବରେ…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?