ଯାଜପୁର ଅଫିସ୍/ଧର୍ମଶାଳା/ ଜେନାପୁର, ୨୬।୮ (ଡି.ଏନ୍.ଏ.): ଦେଶର ୪ର୍ଥ ସର୍ବବୃହତ୍ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରାୟତଃ ପଦକ୍ଷେପ ସମ୍ପନ୍ନ ହୋଇସାରିଛି। ପ୍ରକଳ୍ପକୁ ୨୦୧୮ ଜୁନ ୨୭ତାରିଖରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ହେଲେ ମଙ୍ଗଳବାର ଡଙ୍କାରୀ, ରାହାଡ଼ପୁର, ବରଡ଼ା ଓ ବାରମାଣ ପାହାଡ଼ର ୩୪୭.୯୬ ଏକର ପରିମିତ ଅଞ୍ଚଳରେ ୩୬ଟି ପଥର ଖାଦାନ ଲିଜ୍ ପାଇଁ ମହିଶରା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଫଳରେ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା ହେବା ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ପ୍ରସ୍ତାବିତ ତୈଳ ଭଣ୍ଡାର ନିକଟରେ ବିସ୍ଫୋରଣ କରି କଳାପଥର ଉତ୍ତୋଳନ କଲେ ତୈଳ ଭଣ୍ଡାର ପ୍ରକଳ୍ପ ପ୍ରତିଷ୍ଠା ଅସମ୍ଭବ ବୋଲି ମତପ୍ରକାଶ ପାଇଛି। ଏହାବାଦ ଡଙ୍କାରୀରେ ନିର୍ଦ୍ଧାରିତ ପରିମାଣଠାରୁ ବହୁଗୁଣରେ ଅଧିକ କଳାପଥର ଖନନ ଅଭିଯୋଗରେ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ରେ ମାମଲା ବିଚାରାଧୀନ ଥିଲେ ହେଁ କରୋନା ସଂକ୍ରମଣ ସମୟରେ ପଥର ଖାଦାନ ଲିଜ୍ ପାଇଁ କିଭଳି ଜନଶୁଣାଣି ଅନୁଷ୍ଠିତ ହେଲା ସେ ନେଇ ଅନେକେ ପ୍ରଶ୍ନ କରିଛନ୍ତି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପ୍ରସ୍ତାବ ରହିଛି। ୨ ବର୍ଷ ତଳେ ଭାରତୀୟ ତୈଳ ନିଗମ ଲିଃ(ଆଇଓସିଏଲ୍)ର ସିଇଓ ଅଜୟ ଦାସରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡଙ୍କାରୀ ଗସ୍ତ କରି ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କରିଥିଲେ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ଯୋଗାଇବାରେ ବିଳମ୍ବ ହେଉଥିବାରୁ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିଲା। ଜରୁରିକାଳୀନ ସମୟରେ ପେଟ୍ରୋଲିୟମ ଦ୍ରବ୍ୟ ଯୋଗାଇଦେବାକୁ ୩.୭ ମିଲିୟନ ମେଟ୍ରିକ ଟନ୍ (ଏମ୍ଏମ୍ଟି) କ୍ଷମତା ବିଶିଷ୍ଟ ସଂରକ୍ଷଣ ଭଣ୍ଡାରର ନିର୍ମାଣ ଯୋଜନା ରହିଛି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏହି ଐତିହାସିକ ପ୍ରସ୍ତାବକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୦୦୦୬୩-ସିଏସପିଜି/୨୦।୩।୨୦୧୮ରେ ପ୍ରସ୍ତାବିତ ସ୍ଥାନ ଓ ଏହାର ଆଖପାଖରେ ଚାଲିଥିବା ପଥର ଖାଦାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ର ସଂଖ୍ୟା ୧୧୮୬/୧୨।୪।୨୦୧୮ରେ ଡଙ୍କାରୀରେ ଚାଲିଥିବା ସମସ୍ତ ପଥର ଖାଦାନକୁ ବନ୍ଦ କରିବାକୁ ଯାଜପୁର ଏସ୍ପିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପଥର ଖାଦାନ ଲିଜ୍ ଦେବାକୁ ପରିବେଶ ମଞ୍ଜୁରୀ ସକାଶେ ଜନଶୁଣାଣି କରାଯିବା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି। ଜନଶୁଣାଣିରେ ହାତଗଣତି କେତେଜଣ ଲୋକ ଏହାକୁ ସମର୍ଥନ କରିଛନ୍ତି। ଏହା ପ୍ରଯୋଜିତ ବୋଲି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା, ନାରୀ ଜାଗରଣ ସମିତିର ସଭାନେତ୍ରୀ ସାବିତ୍ରୀ ସାହୁ, ସତୀଶ ବିଶ୍ୱାଳ ପ୍ରମୁଖ କହିବା ସହ ଜନଶୁଣାଣିକୁ ବିରୋଧ କରିଛନ୍ତି। ଏପରିକି ସାମାଜିକ କର୍ମୀ ବେହୁରା ଏହି ଜନଶୁଣାଣି ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଭଣ୍ଡାର ପାଇଁ ଆବଶ୍ୟକ ୪୦୦ ଏକର ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଜମି ଯୋଗାଇ ଦେବା ବଦଳରେ ଖାଦାନ ଚାଲିବା ଅଭିଯୋଗ କରି ସ୍ଥାନୀୟ ସାମାଜିକ କର୍ମୀ ବେହୁରା ହାଇକୋର୍ଟ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ୱାରସ୍ଥ ହୋଇଥିଲେ। ୨୦୦୨ରୁ ପରିବେଶଗତ ଅନୁମତି ନ ଥାଇ ବେଆଇନ ଭାବେ କୋଟି କୋଟି ଟଙ୍କାର କଳାପଥର ଉତ୍ତୋଳନ ଉପରେ ଏନ୍ଜିଟିରେ ମାମଲା ରୁଜୁ ହେବା ପରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ରୁଜୁ ହୋଇଥିଲା। ଏନ୍ଜିଟି ରାଜ୍ୟ ସରକାରଙ୍କୁ ଦାୟୀ କରି ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର ହୋଇଛି। ଏହାବାଦ ଚଣ୍ଡିଖୋଲ ତହସିଲ କୋର୍ଟରେ ପ୍ରାୟ ୫୯ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍ ଉପରେ ମାମଲା ବିଚାରାଧୀନ ରହିଛି। ରାଜ୍ୟ ସରକାର ତୈଳ ଭଣ୍ଡାର ପାଇଁ ଜମି ଯୋଗାଇ ନ ଦେଇ ପ୍ରଥମେ ପଥର ଖାଦାନ ପାଇଁ ପ୍ରସ୍ତୁତି ଚଳାଇଥିବା ସାଧାରଣରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଥର ଖାଦାନ ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ତୈଳ ଭଣ୍ଡାର ପ୍ରତିଷ୍ଠା ଆରମ୍ଭ ହେବା ପରେ ସରକାର ଯାହା ନିର୍ଦ୍ଦେଶ ଦେବେ ତଦନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…
ଛତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…
କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…
ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ
ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ
ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…
Archives

