ସନ୍ଦେହରେ ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରତିଷ୍ଠା

ଯାଜପୁର ଅଫିସ୍‌/ଧର୍ମଶାଳା/ ଜେନାପୁର, ୨୬।୮ (ଡି.ଏନ୍‌.ଏ.): ଦେଶର ୪ର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରାୟତଃ ପଦକ୍ଷେପ ସମ୍ପନ୍ନ ହୋଇସାରିଛି। ପ୍ରକଳ୍ପକୁ ୨୦୧୮ ଜୁନ ୨୭ତାରିଖରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ହେଲେ ମଙ୍ଗଳବାର ଡଙ୍କାରୀ, ରାହାଡ଼ପୁର, ବରଡ଼ା ଓ ବାରମାଣ ପାହାଡ଼ର ୩୪୭.୯୬ ଏକର ପରିମିତ ଅଞ୍ଚଳରେ ୩୬ଟି ପଥର ଖାଦାନ ଲିଜ୍‌ ପାଇଁ ମହିଶରା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଫଳରେ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା ହେବା ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ପ୍ରସ୍ତାବିତ ତୈଳ ଭଣ୍ଡାର ନିକଟରେ ବିସ୍ଫୋରଣ କରି କଳାପଥର ଉତ୍ତୋଳନ କଲେ ତୈଳ ଭଣ୍ଡାର ପ୍ରକଳ୍ପ ପ୍ରତିଷ୍ଠା ଅସମ୍ଭବ ବୋଲି ମତପ୍ରକାଶ ପାଇଛି। ଏହାବାଦ ଡଙ୍କାରୀରେ ନିର୍ଦ୍ଧାରିତ ପରିମାଣଠାରୁ ବହୁଗୁଣରେ ଅଧିକ କଳାପଥର ଖନନ ଅଭିଯୋଗରେ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ମାମଲା ବିଚାରାଧୀନ ଥିଲେ ହେଁ କରୋନା ସଂକ୍ରମଣ ସମୟରେ ପଥର ଖାଦାନ ଲିଜ୍‌ ପାଇଁ କିଭଳି ଜନଶୁଣାଣି ଅନୁଷ୍ଠିତ ହେଲା ସେ ନେଇ ଅନେକେ ପ୍ରଶ୍ନ କରିଛନ୍ତି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପ୍ରସ୍ତାବ ରହିଛି। ୨ ବର୍ଷ ତଳେ ଭାରତୀୟ ତୈଳ ନିଗମ ଲିଃ(ଆଇଓସିଏଲ୍‌)ର ସିଇଓ ଅଜୟ ଦାସରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡଙ୍କାରୀ ଗସ୍ତ କରି ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କରିଥିଲେ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ଯୋଗାଇବାରେ ବିଳମ୍ବ ହେଉଥିବାରୁ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିଲା। ଜରୁରିକାଳୀନ ସମୟରେ ପେଟ୍ରୋଲିୟମ ଦ୍ରବ୍ୟ ଯୋଗାଇଦେବାକୁ ୩.୭ ମିଲିୟନ ମେଟ୍ରିକ ଟନ୍‌ (ଏମ୍‌ଏମ୍‌ଟି) କ୍ଷମତା ବିଶିଷ୍ଟ ସଂରକ୍ଷଣ ଭଣ୍ଡାରର ନିର୍ମାଣ ଯୋଜନା ରହିଛି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏହି ଐତିହାସିକ ପ୍ରସ୍ତାବକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୦୦୦୬୩-ସିଏସପିଜି/୨୦।୩।୨୦୧୮ରେ ପ୍ରସ୍ତାବିତ ସ୍ଥାନ ଓ ଏହାର ଆଖପାଖରେ ଚାଲିଥିବା ପଥର ଖାଦାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ର ସଂଖ୍ୟା ୧୧୮୬/୧୨।୪।୨୦୧୮ରେ ଡଙ୍କାରୀରେ ଚାଲିଥିବା ସମସ୍ତ ପଥର ଖାଦାନକୁ ବନ୍ଦ କରିବାକୁ ଯାଜପୁର ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପଥର ଖାଦାନ ଲିଜ୍‌ ଦେବାକୁ ପରିବେଶ ମଞ୍ଜୁରୀ ସକାଶେ ଜନଶୁଣାଣି କରାଯିବା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି। ଜନଶୁଣାଣିରେ ହାତଗଣତି କେତେଜଣ ଲୋକ ଏହାକୁ ସମର୍ଥନ କରିଛନ୍ତି। ଏହା ପ୍ରଯୋଜିତ ବୋଲି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା, ନାରୀ ଜାଗରଣ ସମିତିର ସଭାନେତ୍ରୀ ସାବିତ୍ରୀ ସାହୁ, ସତୀଶ ବିଶ୍ୱାଳ ପ୍ରମୁଖ କହିବା ସହ ଜନଶୁଣାଣିକୁ ବିରୋଧ କରିଛନ୍ତି। ଏପରିକି ସାମାଜିକ କର୍ମୀ ବେହୁରା ଏହି ଜନଶୁଣାଣି ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଭଣ୍ଡାର ପାଇଁ ଆବଶ୍ୟକ ୪୦୦ ଏକର ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଜମି ଯୋଗାଇ ଦେବା ବଦଳରେ ଖାଦାନ ଚାଲିବା ଅଭିଯୋଗ କରି ସ୍ଥାନୀୟ ସାମାଜିକ କର୍ମୀ ବେହୁରା ହାଇକୋର୍ଟ ଓ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ୱାରସ୍ଥ ହୋଇଥିଲେ। ୨୦୦୨ରୁ ପରିବେଶଗତ ଅନୁମତି ନ ଥାଇ ବେଆଇନ ଭାବେ କୋଟି କୋଟି ଟଙ୍କାର କଳାପଥର ଉତ୍ତୋଳନ ଉପରେ ଏନ୍‌ଜିଟିରେ ମାମଲା ରୁଜୁ ହେବା ପରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ରୁଜୁ ହୋଇଥିଲା। ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ଦାୟୀ କରି ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର ହୋଇଛି। ଏହାବାଦ ଚଣ୍ଡିଖୋଲ ତହସିଲ କୋର୍ଟରେ ପ୍ରାୟ ୫୯ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍‌ ଉପରେ ମାମଲା ବିଚାରାଧୀନ ରହିଛି। ରାଜ୍ୟ ସରକାର ତୈଳ ଭଣ୍ଡାର ପାଇଁ ଜମି ଯୋଗାଇ ନ ଦେଇ ପ୍ରଥମେ ପଥର ଖାଦାନ ପାଇଁ ପ୍ରସ୍ତୁତି ଚଳାଇଥିବା ସାଧାରଣରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଥର ଖାଦାନ ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ତୈଳ ଭଣ୍ଡାର ପ୍ରତିଷ୍ଠା ଆରମ୍ଭ ହେବା ପରେ ସରକାର ଯାହା ନିର୍ଦ୍ଦେଶ ଦେବେ ତଦନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri