ସ୍ଵୟଂଶାସିତ ମାନ୍ୟତା ବଜାୟ ରଖିବା ସନ୍ଦେହ

ଚଣ୍ଡିଖୋଲ,୭ା୨(ଡି.ଏନ.ଏ.):ଯାଜପୁର ଜିଲାର ପ୍ରମୁଖ ମହାବିଦ୍ୟାଳୟ ଭାବେ ଚଣ୍ଡିଖୋଲର ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିଚିତ। ଏହି ମହାବିଦ୍ୟାଳୟଟି ସ୍ଵୟଂଶାସିତ ମାନ୍ୟତା ପାଇଥିବା ବେଳେ ଏବେ ପୁନଃର୍ବାର ସ୍ବୟଂଶାସିତ ମାନ୍ୟତା ବଜାୟ ରଖି ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖାଦେଇଛି। ବଡ଼ଚଣା ବ୍ଲକର ଏହି ମହାବିଦ୍ୟାଳୟ ତତ୍କାଳୀନ ଚଣ୍ଡିମନ୍ଦିରର ବ୍ରହ୍ମଚାରୀ ବାବା ଭୈରବାନନ୍ଦଙ୍କ ଦ୍ୱାରା ୧୯୭୬ରେ ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ବାବା ଭୈରବାନନ୍ଦ ନିଜେ ଅର୍ଥ ଯୋଗାଡ କରି ମହାବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବହୁ ଘାତ ପ୍ରତିଘାତ ମଧ୍ୟରେ ମହାବିଦ୍ୟାଳୟ ଦିନକୁ ଦିନ ସୁନାମ ଅର୍ଜନ କରିଥିଲା। ୨୦୧୭ ଫେବୃୟାରୀ ୨୮ରେ ୟୁଜିସି ପକ୍ଷରୁ ଏହି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଥିଲା। ପରେ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇବା ସହ ଚଣ୍ଡିଖୋଲର ମର୍ଯ୍ୟାଦା ବୃଦ୍ଧି କରିଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେହି ବର୍ଷ ଜୁନ୍‌ ୩ରେ ଏହି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମହାବିଦ୍ୟାଳୟ ଘୋଷଣା କରାଯାଇଥିଲା। ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ଚଳିତ ବର୍ଷ ଜୁନ୍‌ରେ ଶେଷ ହେବାକୁ ଯାଉଛି। ତେବେ ସ୍ବୟଂଶାସିତ ମାନ୍ୟତା ମିଳିବା ସମୟରେ ନାକ୍‌ ମାନ୍ୟତାରେ ‘ବି’ ଗ୍ରେଡ୍‌ ରହିଥିବା ମହାବିଦ୍ୟାଳୟକୁ ୟୁଜିସି ପକ୍ଷରୁ ସ୍ବୟଂଶାସିତ ମାନ୍ୟତା ଦିଆଯାଉଥିଲା। କିନ୍ତୁ ୨୦୧୮ ପରେ ୟୁଜିସିର ନୂଆ ନିୟମରେ ନାକ କମିଟି ଦ୍ୱରା ‘ଏ’ ଗ୍ରେଡ୍‌ ମାନ୍ୟତା ପାଇଥିବା ମହାବିଦ୍ୟାଳୟକୁ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଦିଆଯିବ ବୋଲି ନିୟମ ହୋଇଥିଲା। ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ନାକ କମିଟି ପରିଦର୍ଶନ ପାଇଁ କୌଣସି ଆବେଦନ କରିନାହାନ୍ତି, ଯାହା ଚଳିତ ବର୍ଷ ଜୁନ ସୁଦ୍ଧା ସମ୍ଭବ ମଧ୍ୟ ନୁହେଁ। ଫଳରେ ଏହି ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ପ୍ରତି ସନ୍ଦେହ ଦେଖାଦେଇଛି। ସେହିପରି ଏବେ ମହାବିଦ୍ୟାଳୟରେ ଶିକ୍ଷାଦାନ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଇଛି।
ଉଚ୍ଚ ଶିକ୍ଷା ବିଭାଗ ନିୟମ ଅନୁଯାୟୀ, ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକା ମହାବିଦ୍ୟାଳୟରେ ୭ ଘଣ୍ଟା ରହିବା ବାଧ୍ୟତାମୂଳକ। ସେଥିନିମନ୍ତେ ମହାବିଦ୍ୟାଳୟଗୁଡ଼ିକରେ ଆଙ୍ଗୁଠିଛାପ (ଫିଙ୍ଗର ପ୍ରିଣ୍ଟ୍‌) ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥା କରାଯାଉଛି। ମାତ୍ର ଏଠାରେ ଜାଲିଆତି ପିନ୍‌ ଜରିଆରେ ଉପସ୍ଥାନ ଦର୍ଶାଇ ଅଧ୍ୟାପକ ମନଇଚ୍ଛା ଆସୁଛନ୍ତି ଓ ଯାଉଛନ୍ତି। ସେହିଭଳି ଭାବେ ଏହି ମହାବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷାରେ ଜିଲାରେ ଏକ ପ୍ରମୁଖ ମହାବିଦ୍ୟାଳୟ। ଏଠାରେ ଅନେକ ବିଷୟରେ ଧନ୍ଦାମୂଳକ ଶିକ୍ଷାଦାନ କରାଯାଉଛି। କେନ୍ଦ୍ର ଦକ୍ଷତା ବିକାଶ ବିଭାଗ ପକ୍ଷରୁ ୟୁଜିସ ମାଧ୍ୟମରେ ଏହି ମହାବିଦ୍ୟାଳୟକୁ ଯାଜପୁର ଜିଲାର ସ୍କିଲ୍‌ ହବ ଯୋଜନାରେ ସାମିଲ କରି ଧନ୍ଦାମୂଳକ ଶିକ୍ଷା ପ୍ରଦାନ ନେଇ ପ୍ରସ୍ତାବ ରହିଥିଲା। ମାତ୍ର ଆଜି ଯାଏ ଏହା କାର୍ଯ୍ୟକାରୀ ହୋଇପାରିନାହଁି। ସ୍କିଲ୍‌ ହବରେ ସାମିଲ ହୋଇଥିଲେ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ଛାତ୍ରୀଛାତ୍ରଙ୍କୁ ଏଠାରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇଥାନ୍ତା। ହେଲେ ତାହା ହୋଇ ପାରିନାହିଁ। ଏ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ମନୋଜ କୁମାର ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ‘ଏ’ ଗ୍ରେଡ ମାନ୍ୟତା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛୁ। କିପରି ନାକ କମିଟି ପରିଦର୍ଶନ କରିବ ସେ ନେଇ ଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri