ନିଲମ୍ବିତ କନଷ୍ଟେବଳ, ଜେଲ ଓ୍ବାର୍ଡର ଗିରଫ

କଟକ ଅଫିସ/ସମ୍ବଲପୁର (ବ୍ୟୁରୋ) ୨୧।୪: କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ହେବା ଘଟଣାରେ ମଙ୍ଗଳବାର ପୋଲିସ ୨ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ହାଇଦର ଫେରାର ଦିନ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ମହମ୍ମଦ ମୌସିମ ଓ ସମ୍ବଲପୁର ଜେଲର ଓ୍ବାର୍ଡର ଶିବନାରାୟଣ ନନ୍ଦ। ଏ ସମ୍ପର୍କରେ କଟକ ଡିସିପି ପ୍ରତୀକ୍‌ ସିଂ କହିଛନ୍ତି, ଶିବନାରାୟଣଙ୍କ ଫୋନରୁ ହାଇଦର ବିଭିନ୍ନ ବ୍ୟକ୍ତିଙ୍କ ସହ କଥା ହେଉଥିବା ତଦନ୍ତ ସମୟରେ ଜଣାପଡିଛି। ଏଥିସହିତ ମୌସିମ ନିଜ ଡ୍ୟୁଟିରେ ଅବହେଳା କରିଥିଲେ। ହାଇଦରଙ୍କୁ ଢିଲାରେ ଛାଡି ଦେଇଥିବାରୁ ସେ ଏହାର ସୁଯୋଗନେଇ ଫେରାର ହୋଇଯାଇଥିଲେ। ଏ ନେଇ ଥାନାରେ ଏକ ମାମଲା(ନଂ.୧୦୧/୨୧) ରୁଜୁ ହୋଇଥିଲା। ସେହିପରି ମୌସିମ୍‌ଙ୍କୁ ନିଶା ସ୍ପ୍ରେ କରାଯିବା ସମ୍ପର୍କରେ ଡିସିପି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ହାଇଦର ଫେରାର ହେବା ଦିନ ଏସ୍‌ସିବି ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନରୁ ମିଳିଥିବା ଖାଦ୍ୟ ସାମ୍ପୁଲ ପରୀକ୍ଷା ପାଇଁ ଲାବକୁ ପଠାଯାଇଛି। ରିପୋର୍ଟ ଆସିଲେ ତାହା ସ୍ପଷ୍ଟ ହେବ। ହାଇଦର ଫେରାର ହେବା ସମ୍ପର୍କରେ ମୌସୀମ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏଥିରେ ଦର୍ଶାଇଯାଇଛି, ଗତ ୧୦ ତାରିଖ ଅପରାହ୍ନରେ ମୌସିମ ଏସ୍‌ସିବି ସର୍ଜରି ବିଭାଗ ୫ନଂ. କ୍ୟାବିନରେ ଡ୍ୟୁଟି କରୁଥିବାବେଳେ ତାଙ୍କ ଉପରକୁ ନିଶାଦ୍ରବ୍ୟ ଫିଙ୍ଗାଯାଇଥିଲା। ସେ ଅଚେତ ହୋଇଯିବା ପରେ ଏହାର ସୁଯୋଗ ନେଇ ହାଇଦର ଫେରାର ହୋଇଯାଇଥିଲେ। ପରେ ହାଇଦରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମୌସୀମଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ବଲପୁର ଏସ୍‌ପି ନିଲମ୍ବନ କରିଥିଲେ। ଉକ୍ତ ଘଟଣାରେ ହାଇଦରଙ୍କୁ ମିଶାଇ ଏପର୍ଯ୍ୟନ୍ତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳାବାଗ ପୋଲିସ ମଙ୍ଗଳବାର ସମ୍ବଲପୁର ଜେଲ୍‌ରେ ପହଞ୍ଚି ଖୋଳତାଡ କରିଥିଲା। ସେଠାରେ ହାଇଦର କିଭଳି ରହୁଥିଲେ, କେଉଁ ତାରିଖରେ ଡାକ୍ତରଙ୍କ ପାଖକୁ ଯାଉଥିଲେ ଓ କେଉଁମାନେ ତାଙ୍କୁ ଭେଟିବାକୁ ଆସୁଥିଲେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ଜେଲର ଆଲୋକ କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଦାଲା ଫେରାର ଘଟଣା: ଜଣେ ଏସଆଇ, ୩ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର,୧୫।୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା କୋର୍ଟ ପରିସରରୁ ଦୁଇଜଣ ମୁଦାଲା ଫେରାର ଘଟଣାରେ ପୋଲିସ କୋର୍ଟର ଜଣେ ସିଏସଆଇ ଓ ତିନି ଜଣ କନେଷ୍ଟବଳଙ୍କୁ ଏସପି...

ଅପରକୋଲାବ ଯୋଜନା ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ଦିବସ

କୋଲାବନଗର, ୧।୫(ଡି.ଏନ୍‌.ଏ.)-ଅପରକୋଲାବ ଯୋଜନା ଶ୍ରମିକ ସଂଘ ପକ୍ଷରୁ ବୁଧବାର ଶ୍ରମିକ ଦିବସ ପାଳନ ହୋଇଯାଇଛି। ସଂଘର ସଂଘ କାର୍ଯ୍ୟାଳୟରେ ସ୍ଥାୟୀ ସଭାପତି ଦିନେଶ କୁମାର ମହାନ୍ତି...

ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଅଳଙ୍କାର

ପରଜଙ୍ଗ,୩।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ଠାରୁ ପ୍ରାୟ ୧କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ୍‌ ହୋଇଛି। ୪...

ଗ୍ରାମକୁ ରାସ୍ତା ନାହିଁ, ଜିଲାପାଳଙ୍କୁ ଦାବିପତ୍ର

ଗୋପ,୯।୫(ଡି.ଏନ୍‌.ଏ.): ରାଜ୍ୟ ସରକାର ସାଧାରଣ ଲୋକଙ୍କ ମୌଳିକ ସୁବିଧାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଗୋପ ବ୍ଲକ କୁଆଁପଡା ପଞ୍ଚାୟତ ଦଳିତ ନାୟକ ସାହି ଗ୍ରାମକୁ ଏପର୍ଯ୍ୟନ୍ତ...

ଅନୁଗୋଳରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ: ୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନୁଗୋଳ ଅଫିସ,୨୪ା୫: ଅନୁଗୋଳ ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।...

ପୌରପରିଷଦ ନିର୍ବାହୀ ଅଧିକାରୀ, କର୍ମଚାରୀଙ୍କୁ ଗିରଫ ଦାବିରେ ବିକ୍ଷୋଭ

ଦେବଗଡ଼,୧୦।୧(ଡି.ଏନ୍‌.ଏ.): ୨ ତାରିଖ ଦେବଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଉପନଗରପାଳ ପ୍ରଜିତ ଭୋଜ ଓ ସ୍ବାଧୀନ କାଉନସିଲର...

ଚାକିରି ହୋଇଛି କହି ମିଠାରେ ନିଶା ଔଷଧ ଦେଲେ ଭଡ଼ାଟିଆ: ମାଲିକଙ୍କ ଘରୁ ଲୁଟିନେଲେ ୩୫ ଲକ୍ଷର ସୁନାଗହଣା

ମାଲକାନଗିରି,୨।୩(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ମିଠାରେ ନିଶା ମିଶାଇ ଖାଇବାକୁ ଦେଇ ଅତି ସହଜରେ ସୁନାରୀଙ୍କ ଘରୁ କଳାକନା ବୁଲାଇଲେ ଭଡାରେ ରହୁଥିବା...

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଏକା ସାଙ୍ଗରେ ଚାଲିଗଲା ପରିବାରର ୩ ଜୀବନ

ଗୋଲାମୁଣ୍ଡା,୪।୩: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଡୁଙ୍ଗୁରିଗୁଡ଼ାଠାରେ ଗୁରୁବାର ବସ୍‌ ସହିତ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ଝିଅକୁ...

Advertisement
Archives

Model This Week