ନିଲମ୍ବିତ କନଷ୍ଟେବଳ, ଜେଲ ଓ୍ବାର୍ଡର ଗିରଫ

କଟକ ଅଫିସ/ସମ୍ବଲପୁର (ବ୍ୟୁରୋ) ୨୧।୪: କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ହେବା ଘଟଣାରେ ମଙ୍ଗଳବାର ପୋଲିସ ୨ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ହାଇଦର ଫେରାର ଦିନ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ମହମ୍ମଦ ମୌସିମ ଓ ସମ୍ବଲପୁର ଜେଲର ଓ୍ବାର୍ଡର ଶିବନାରାୟଣ ନନ୍ଦ। ଏ ସମ୍ପର୍କରେ କଟକ ଡିସିପି ପ୍ରତୀକ୍‌ ସିଂ କହିଛନ୍ତି, ଶିବନାରାୟଣଙ୍କ ଫୋନରୁ ହାଇଦର ବିଭିନ୍ନ ବ୍ୟକ୍ତିଙ୍କ ସହ କଥା ହେଉଥିବା ତଦନ୍ତ ସମୟରେ ଜଣାପଡିଛି। ଏଥିସହିତ ମୌସିମ ନିଜ ଡ୍ୟୁଟିରେ ଅବହେଳା କରିଥିଲେ। ହାଇଦରଙ୍କୁ ଢିଲାରେ ଛାଡି ଦେଇଥିବାରୁ ସେ ଏହାର ସୁଯୋଗନେଇ ଫେରାର ହୋଇଯାଇଥିଲେ। ଏ ନେଇ ଥାନାରେ ଏକ ମାମଲା(ନଂ.୧୦୧/୨୧) ରୁଜୁ ହୋଇଥିଲା। ସେହିପରି ମୌସିମ୍‌ଙ୍କୁ ନିଶା ସ୍ପ୍ରେ କରାଯିବା ସମ୍ପର୍କରେ ଡିସିପି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ହାଇଦର ଫେରାର ହେବା ଦିନ ଏସ୍‌ସିବି ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନରୁ ମିଳିଥିବା ଖାଦ୍ୟ ସାମ୍ପୁଲ ପରୀକ୍ଷା ପାଇଁ ଲାବକୁ ପଠାଯାଇଛି। ରିପୋର୍ଟ ଆସିଲେ ତାହା ସ୍ପଷ୍ଟ ହେବ। ହାଇଦର ଫେରାର ହେବା ସମ୍ପର୍କରେ ମୌସୀମ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏଥିରେ ଦର୍ଶାଇଯାଇଛି, ଗତ ୧୦ ତାରିଖ ଅପରାହ୍ନରେ ମୌସିମ ଏସ୍‌ସିବି ସର୍ଜରି ବିଭାଗ ୫ନଂ. କ୍ୟାବିନରେ ଡ୍ୟୁଟି କରୁଥିବାବେଳେ ତାଙ୍କ ଉପରକୁ ନିଶାଦ୍ରବ୍ୟ ଫିଙ୍ଗାଯାଇଥିଲା। ସେ ଅଚେତ ହୋଇଯିବା ପରେ ଏହାର ସୁଯୋଗ ନେଇ ହାଇଦର ଫେରାର ହୋଇଯାଇଥିଲେ। ପରେ ହାଇଦରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମୌସୀମଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ବଲପୁର ଏସ୍‌ପି ନିଲମ୍ବନ କରିଥିଲେ। ଉକ୍ତ ଘଟଣାରେ ହାଇଦରଙ୍କୁ ମିଶାଇ ଏପର୍ଯ୍ୟନ୍ତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳାବାଗ ପୋଲିସ ମଙ୍ଗଳବାର ସମ୍ବଲପୁର ଜେଲ୍‌ରେ ପହଞ୍ଚି ଖୋଳତାଡ କରିଥିଲା। ସେଠାରେ ହାଇଦର କିଭଳି ରହୁଥିଲେ, କେଉଁ ତାରିଖରେ ଡାକ୍ତରଙ୍କ ପାଖକୁ ଯାଉଥିଲେ ଓ କେଉଁମାନେ ତାଙ୍କୁ ଭେଟିବାକୁ ଆସୁଥିଲେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ଜେଲର ଆଲୋକ କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri