ସନ୍ଦେହରେ ରାଜ୍ୟ ବାହାର ବି.ଏଡ୍‌. ଡିଗ୍ରୀଧାରୀ ଶିକ୍ଷକ

ଯାଜପୁର ଅଫିସ,୨୫ା୬: ଓଡ଼ିଶାର ବିଭିନ୍ନ ସ୍ଥାନରେ ରାଜ୍ୟ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବି.ଏଡ୍‌. ପାସ୍‌ କରିଥିବା ଯୁବତୀ, ଯୁବକ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। କର୍ନାଟକର ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶର କାନପୁର ବିଶ୍ୱବିଦ୍ୟାଳୟରୁ ସେମାନେ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ସୂଚନା ମିଳିଛି। ଏଥିପାଇଁ ନିଜ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ବି.ଏଡ୍‌., ସିଟି ଡିଗ୍ରୀଧାରୀ ପ୍ରାର୍ଥୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ୨୦୧୭ ମାର୍ଚ୍ଚରେ ବିଧାନସଭାରେ ତତ୍କାଳୀନ ବିଧାୟକ ଚନ୍ଦ୍ରଶେଖର ମାଝି ଏକ ପ୍ରଶ୍ନ ଉପସ୍ଥାପନ କରି ଜିଲାୱାରି ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ସେ ଦିନଠାରୁ ଶିକ୍ଷା ବିଭାଗ ବି.ଏଡ୍‌. ପ୍ରମାଣପତ୍ର ଉପରେ ତଦନ୍ତ ହୋଇ ଆସୁଛି। ଏହିକ୍ରମରେ କେନ୍ଦୁଝର ଜିଲାର ଜଣେ ଶିକ୍ଷକଙ୍କ ବି.ଏଡ୍‌. ପ୍ରମାଣପତ୍ର ଓ ମାର୍କଶିଟ୍‌ର ଶୁଦ୍ଧତା ଉପରେ ତନଖି କରି ରିପୋର୍ଟ ଦେବାକୁ ଜିଲା ସମଗ୍ର ଶିକ୍ଷା ବିଭାଗର ପ୍ରକଳ୍ପ ସଂଯୋଜକ (ଡିପିଓ) ୨୬ା୧୦ା୨୦୨୧ରେ ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ। ତେବେ ବିଡ଼ମ୍ବନା ଯେ, ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୨ା୨ା୨୦୨୨ରେ କନ୍ନଡ ଲିପିରେ ତଥ୍ୟ ପ୍ରଦାନ କରିଥିଲେ। ଏହିପତ୍ର ଉପରେ କେନ୍ଦୁଝର ଡିପିଓ ରହସ୍ୟଜନକ ବୋଲି ଦର୍ଶାଇ ୧୪ା୩ା୨୦୨୨ରେ ଇଂଲିଶରେ ତଥ୍ୟ ଦେବାକୁ ଅନୁରୋଧ କରିଥିଲେ। ଉତ୍ତର ଏଯାଏ ମିଳି ନ ଥିବା ଡିପିଓ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ସୂଚିତ କରିଛନ୍ତି।
୨୦୧୬ରେ ସମସ୍ତ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ କାର୍ଯ୍ୟରତ ନକଲି ବି.ଏଡ୍‌., ସିଟି ତାଲିମପ୍ରାପ୍ତ ଶିକ୍ଷକଙ୍କ ବିବରଣୀ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେତେବେଳେ ଏହି ନିର୍ଦ୍ଦେଶକୁ ହାଲୁକା ଭାବେ ଗ୍ରହଣ କରାଯାଇଥିଲା। ପ୍ରଭାବଶାଳୀ ନକଲି ଡିଗ୍ରୀଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ଚାପରେ ବାସ୍ତବ ଚିତ୍ର ସାଧାରଣରେ ପ୍ରକାଶ ପାଇପାରି ନ ଥିଲା। ଏବେ ରାଜ୍ୟ ବାହାରର କେତେକ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ପ୍ରମାଣପତ୍ର ଆଧାରରେ ଚାକିରି କରୁଥିବା ଦୃଷ୍ଟିକୁ ଆସିଛି। ଗୁଲ୍‌ବର୍ଗା ଓ କାନପୁର ବିଶ୍ୱବିଦ୍ୟାଳୟ ବାଦ୍‌ ହରିୟାଣାର କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ, ତାମିଲନାଡ଼ୁର ଅନୋମଲି, ଛତିଶଗଡ଼ର ସିଭି ରମଣ, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ରର ଆର୍‌ଟିଏମ୍‌ଏନ୍‌ ବିଶ୍ୱବିଦ୍ୟାଳୟ, ଜମ୍ମୁକଶ୍ମୀର ବିଶ୍ୱବିଦ୍ୟାଳୟ, ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କଟେଶ୍ୱର, ବିଶାଖାପଟଣା ବିଶ୍ୱବିଦ୍ୟାଳୟ, ମଧ୍ୟପ୍ରଦେଶର ଭୋଜ୍‌ ବିଶ୍ୱବିଦ୍ୟାଳୟ, କର୍ନାଟକ ବିଶ୍ୱବିଦ୍ୟାଳୟ ଓ ହରିୟାଣାର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଶତାଧିକ ବି.ଏଡ୍‌. ଡିଗ୍ରୀଧାରୀ ରାଜ୍ୟରେ ଶିକ୍ଷକତା କରୁଛନ୍ତି। ଏହି ବିଶ୍ୱବିଦ୍ୟାଳୟଗୁଡିକର ପ୍ରମାଣପତ୍ରରେ କେତେ ବୈଧ, ତା’ର ତଦନ୍ତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ, ଯାହାକି ଏଯାଏ ରହସ୍ୟାବୃତ ହୋଇ ରହିଛି।
ବି.ଏଡ୍‌. ସାର୍ଟିଫିକେଟ୍‌ର ଶୁଦ୍ଧତା ସମ୍ପର୍କରେ ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କନ୍ନଡ ଲିପିରେ ତଥ୍ୟ ଦେବା ବିଷୟକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ଉପୁଜିଛି। ଉକ୍ତ ପତ୍ରରେ ପ୍ରାପ୍ତେଷୁ ଡିପିଓ, ପତ୍ର ସଂଖ୍ୟା ଓ ତାରିଖ ଇଂଲିଶରେ ରହିଛି। ସେହିପରି ବି.ଏଡ୍‌. ଡିଗ୍ରୀଧାରୀଙ୍କ ନାମ ଓ ବାପାଙ୍କ ନାମ ମଧ୍ୟ ଇଂଲିଶରେ ଲେଖାହୋଇଛି। ଅନ୍ୟ ସମସ୍ତ ତଥ୍ୟ କନ୍ନଡ ଲିପିରେ ଲେଖା ଯାଇଥିବାରୁ ତାହା ରହସ୍ୟାଜନକ ବୋଲି କେନ୍ଦୁଝର ଡିପିଓ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri