ସନ୍ଦେହରେ ରାଜ୍ୟ ବାହାର ବି.ଏଡ୍‌. ଡିଗ୍ରୀଧାରୀ ଶିକ୍ଷକ

ଯାଜପୁର ଅଫିସ,୨୫ା୬: ଓଡ଼ିଶାର ବିଭିନ୍ନ ସ୍ଥାନରେ ରାଜ୍ୟ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବି.ଏଡ୍‌. ପାସ୍‌ କରିଥିବା ଯୁବତୀ, ଯୁବକ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। କର୍ନାଟକର ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶର କାନପୁର ବିଶ୍ୱବିଦ୍ୟାଳୟରୁ ସେମାନେ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ସୂଚନା ମିଳିଛି। ଏଥିପାଇଁ ନିଜ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ବି.ଏଡ୍‌., ସିଟି ଡିଗ୍ରୀଧାରୀ ପ୍ରାର୍ଥୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ୨୦୧୭ ମାର୍ଚ୍ଚରେ ବିଧାନସଭାରେ ତତ୍କାଳୀନ ବିଧାୟକ ଚନ୍ଦ୍ରଶେଖର ମାଝି ଏକ ପ୍ରଶ୍ନ ଉପସ୍ଥାପନ କରି ଜିଲାୱାରି ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ସେ ଦିନଠାରୁ ଶିକ୍ଷା ବିଭାଗ ବି.ଏଡ୍‌. ପ୍ରମାଣପତ୍ର ଉପରେ ତଦନ୍ତ ହୋଇ ଆସୁଛି। ଏହିକ୍ରମରେ କେନ୍ଦୁଝର ଜିଲାର ଜଣେ ଶିକ୍ଷକଙ୍କ ବି.ଏଡ୍‌. ପ୍ରମାଣପତ୍ର ଓ ମାର୍କଶିଟ୍‌ର ଶୁଦ୍ଧତା ଉପରେ ତନଖି କରି ରିପୋର୍ଟ ଦେବାକୁ ଜିଲା ସମଗ୍ର ଶିକ୍ଷା ବିଭାଗର ପ୍ରକଳ୍ପ ସଂଯୋଜକ (ଡିପିଓ) ୨୬ା୧୦ା୨୦୨୧ରେ ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ। ତେବେ ବିଡ଼ମ୍ବନା ଯେ, ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୨ା୨ା୨୦୨୨ରେ କନ୍ନଡ ଲିପିରେ ତଥ୍ୟ ପ୍ରଦାନ କରିଥିଲେ। ଏହିପତ୍ର ଉପରେ କେନ୍ଦୁଝର ଡିପିଓ ରହସ୍ୟଜନକ ବୋଲି ଦର୍ଶାଇ ୧୪ା୩ା୨୦୨୨ରେ ଇଂଲିଶରେ ତଥ୍ୟ ଦେବାକୁ ଅନୁରୋଧ କରିଥିଲେ। ଉତ୍ତର ଏଯାଏ ମିଳି ନ ଥିବା ଡିପିଓ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ସୂଚିତ କରିଛନ୍ତି।
୨୦୧୬ରେ ସମସ୍ତ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ କାର୍ଯ୍ୟରତ ନକଲି ବି.ଏଡ୍‌., ସିଟି ତାଲିମପ୍ରାପ୍ତ ଶିକ୍ଷକଙ୍କ ବିବରଣୀ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେତେବେଳେ ଏହି ନିର୍ଦ୍ଦେଶକୁ ହାଲୁକା ଭାବେ ଗ୍ରହଣ କରାଯାଇଥିଲା। ପ୍ରଭାବଶାଳୀ ନକଲି ଡିଗ୍ରୀଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ଚାପରେ ବାସ୍ତବ ଚିତ୍ର ସାଧାରଣରେ ପ୍ରକାଶ ପାଇପାରି ନ ଥିଲା। ଏବେ ରାଜ୍ୟ ବାହାରର କେତେକ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ପ୍ରମାଣପତ୍ର ଆଧାରରେ ଚାକିରି କରୁଥିବା ଦୃଷ୍ଟିକୁ ଆସିଛି। ଗୁଲ୍‌ବର୍ଗା ଓ କାନପୁର ବିଶ୍ୱବିଦ୍ୟାଳୟ ବାଦ୍‌ ହରିୟାଣାର କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ, ତାମିଲନାଡ଼ୁର ଅନୋମଲି, ଛତିଶଗଡ଼ର ସିଭି ରମଣ, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ରର ଆର୍‌ଟିଏମ୍‌ଏନ୍‌ ବିଶ୍ୱବିଦ୍ୟାଳୟ, ଜମ୍ମୁକଶ୍ମୀର ବିଶ୍ୱବିଦ୍ୟାଳୟ, ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କଟେଶ୍ୱର, ବିଶାଖାପଟଣା ବିଶ୍ୱବିଦ୍ୟାଳୟ, ମଧ୍ୟପ୍ରଦେଶର ଭୋଜ୍‌ ବିଶ୍ୱବିଦ୍ୟାଳୟ, କର୍ନାଟକ ବିଶ୍ୱବିଦ୍ୟାଳୟ ଓ ହରିୟାଣାର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଶତାଧିକ ବି.ଏଡ୍‌. ଡିଗ୍ରୀଧାରୀ ରାଜ୍ୟରେ ଶିକ୍ଷକତା କରୁଛନ୍ତି। ଏହି ବିଶ୍ୱବିଦ୍ୟାଳୟଗୁଡିକର ପ୍ରମାଣପତ୍ରରେ କେତେ ବୈଧ, ତା’ର ତଦନ୍ତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ, ଯାହାକି ଏଯାଏ ରହସ୍ୟାବୃତ ହୋଇ ରହିଛି।
ବି.ଏଡ୍‌. ସାର୍ଟିଫିକେଟ୍‌ର ଶୁଦ୍ଧତା ସମ୍ପର୍କରେ ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କନ୍ନଡ ଲିପିରେ ତଥ୍ୟ ଦେବା ବିଷୟକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ଉପୁଜିଛି। ଉକ୍ତ ପତ୍ରରେ ପ୍ରାପ୍ତେଷୁ ଡିପିଓ, ପତ୍ର ସଂଖ୍ୟା ଓ ତାରିଖ ଇଂଲିଶରେ ରହିଛି। ସେହିପରି ବି.ଏଡ୍‌. ଡିଗ୍ରୀଧାରୀଙ୍କ ନାମ ଓ ବାପାଙ୍କ ନାମ ମଧ୍ୟ ଇଂଲିଶରେ ଲେଖାହୋଇଛି। ଅନ୍ୟ ସମସ୍ତ ତଥ୍ୟ କନ୍ନଡ ଲିପିରେ ଲେଖା ଯାଇଥିବାରୁ ତାହା ରହସ୍ୟାଜନକ ବୋଲି କେନ୍ଦୁଝର ଡିପିଓ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?