ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡ଼ରେ ବନ୍ଧା ହୋଇଛି ସିସିଟିଭି, ମେମୋରି ଚିପ୍ସ

ପାରାଦୀପ,୮ା୩(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟରୁ ବୁଧବାର ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତାକୁ ନେଇ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରକାଶ ଯେ, ସାରଥୀ ନାମକ ବୋଟ ଗତ ୪ ତାରିଖରେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲା। ପାରାଦୀପଠାରୁ ୭୬କିମି କାକଟପୁର ସୀମାରେ ବୋଟ ଥିବା ବେଳେ ସେଥିରେ ଗତ ୬ ତାରିଖରେ ଏହି ପାରା ଆସି ବସିଥିଲା ବୋଲି ବୋଟ ଷ୍ଟାଫ ପୀତାମ୍ବର ବେହେରା କୁହନ୍ତି। ପାରାକୁ ଚାଉଳ ଦେଖାଇ ଡାକିବାରୁ ସେ ଆସି କାନ୍ଧରେ ବସିଥିଲା। ପାରାର ଦୁଇଟି ଗୋଡରେ ଗୋଟିଏ ଛୋଟ ସିସି କ୍ୟାମେରା ଓ ମେମୋରି ଚିପ୍ସ ବନ୍ଧା ଯାଇଥିବାରୁ ସନ୍ଦେହ ହୋଇଥିଲା। ଆମେ ଆମ ମାଲିକ କିଶୋର ରାୟଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲୁ ବୋଲି ପୀତାମ୍ବର କୁହନ୍ତି। ସଂପୃକ୍ତ ବୋଟ ବୁଧବାର ମଧ୍ୟାହ୍ନରେ ଆସି ପହଞ୍ଚିବା ପରେ ମାଲିକ ରାୟ ଆସି ସ୍ଥାନୀୟ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ପାରାକୁ ନେଇ ତଦନ୍ତ ଆରମ୍ଭ କରିଛି। ଏପରିକି କୋଷ୍ଟଗାର୍ଡ ଗୁଇନ୍ଦା ଅଧିକାରୀମାନେ ଆସି ପାରା ଗୋଡରେ ବନ୍ଧା ଯାଇଥିବା କ୍ୟାମେରା ଚିପ୍ସ ଆଦି ଦେଖିଛନ୍ତି।ପାରାର ଡେଣା ପକ୍ଷୀରେ ବିଦେଶୀ ଭାଷା ଲେଖାଯାଇଛି। ସଂପୃକ୍ତ ଭାଷା କୋରିଆ କିମ୍ବା ଚାଇନାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ରିପୋର୍ଟ ଲେଖା ହେବା ସୁଦ୍ଧା ପୋଲିସର ଉଚ୍ଚସ୍ତରୀୟ ଅଧିକାରୀମାନେ ଆସି ଯାଞ୍ଚ ଚଳାଇଛନ୍ତି। କିନ୍ତୁ କୌଣସି ସୂଚନା ଦେବାକୁ ମନା କରିଛନ୍ତି। ଏଭଳି ସନ୍ଦେହ ଯୋଗୁ ଏହା ଗୁପ୍ତଚର ପାରା ବୋଲି କୁହାଯାଇଛି। ଆଉ କେତେକ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଏଭଳି ପାରା ଦୁଇବର୍ଷ ତଳେ ରାଜସ୍ଥାନ ବର୍ଡରଲାଇନ ପାଖରେ ଧରାପଡିଥିଲା। ପରେ ସେହି ପାରା ଏକ ଖେଳ ପ୍ରତିଯୋଗିତାର ବୋଲି ଜଣାପଡିଥିଲା। ପାକିସ୍ତାନ ଓ ରାଜସ୍ଥାନ ଅଞ୍ଚଳରେ ଏମିତି ପାରା ଉଡା ପ୍ରତିଯୋଗିତା କରାଯାଏ। ସେହି ପାରାର ଗୋଡରେ କ୍ୟାମେରା ବନ୍ଧା ଯାଇଥାଏ। ତଥାପି ଆମେ ସବୁ ଦିଗରୁ ତଦନ୍ତ କରୁଛୁ ବୋଲି ଥାନାଧିକାରିଣୀ ଲିଜାରାଣୀ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଭୁବନେଶ୍ୱର ଏମ୍‌ସର ଓପିଡି ଆସନ୍ତା ୧୭ରୁ ବନ୍ଦ ହେବା ନେଇ ଘୋଷଣା ହୋଇଛି। ଏମ୍‌ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା...

ଫନୀ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ନୂଆ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ) : ବୁଧବାର ଶପଥ ଗ୍ରହଣ ଉତ୍ସବ ପରେ ନୂତନ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ ପରିଦର୍ଶନ କରି...

ବଲାଙ୍ଗୀରରେ ଚାଲିଛି ବେଧଡ଼କ ସେକ୍ସ ର଼୍ୟାକେଟ

ବଲାଙ୍ଗୀର ଅଫିସ,୧୩।୧୦: ବଲାଙ୍ଗୀର ସହର ଭିତରେ ବେଧଡ଼କ ଭାବେ ସେକ୍ସ ର଼୍ୟାକେଟ ଚାଲିଛି। ସହରର ଶାସ୍ତ୍ରୀନଗର ପଡାର ଏକ ଘରେ ସେକ୍ସ ର଼୍ୟାକେଟ ଚାଲିଥିବା ନେଇ...

ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ,୧୬ା୭(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୮...

ସପ୍ତାହେ ପାଇଁ ଘୁଞ୍ଚିଲା ରାଜ୍ୟ ସରକାରଙ୍କ କରୋନା ଟିକା ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏବେ ଏହି ପ୍ରକ୍ରିୟାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ...

ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା: ମିଳିଛି ଫୁଟେଜ, ଧରାପଡିନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୭ା୧୦-ଜଣେ ବରିଷ୍ଠ ନାଗରିକଙ୍କ ଟଙ୍କା ବ୍ୟାଗ ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଏହି ଘଟଣା ୨ ମାସ ପୁରିବାକୁ ବସିଲାଣି। ବ୍ୟାଙ୍କରେ ଲଗାଯାଇଥିବା...

ଦୁଇ ମାସରେ ୧୦ମୃତ୍ୟୁ, ଅନେକ ଲୋକ ଆକ୍ରାନ୍ତ: ଡେଙ୍ଗୁ ସନ୍ଦେହ

ମୁନିଗୁଡା,୨୧।୪: କରୋନା ବା କୋଭିଡ-୧୯କୁ ନେଇ ସାରା ରାଜ୍ୟରେ ଏବେ ଆତଙ୍କ ଖେଳିଯାଇ ଥିବା ବେଳେ ରାୟଗଡା ଜିଲା ମୁନିଗୁଡାରେ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ...

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ

ପୁରୁଷୋତ୍ତମପୁର,୧୦।୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ସରପଞ୍ଚ ଛବିଲତା ନାୟକ ପୌରୋହିତ୍ୟ...

Advertisement
Archives

Model This Week