ସୁଷମାଙ୍କ ହ୍ୟାଟ୍ରିକ, ସଂଘର୍ଷରେ ମାନସ ବିଜୟୀ

ଖଇରା, ୨।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକର ୬ନଂ. ଗର୍ସଙ୍ଗ ଜୋନ ଓ ୫ନଂ. ତୁଡିଗଡିଆ ଜିଲାପରିଷଦ ଜୋନ ବିଜେଡି ସପକ୍ଷରେ ଯାଇଛି ା ୬ନଂ. ଜୋନର ବିଜେଡି ପ୍ରାର୍ଥତ୍ନୀ ସୁଷମା ମହାପାତ୍ର ତାଙ୍କର ନିକଟତମ ପ୍ରାର୍ଥତ୍ନୀ ଭାଜପାର ମିନାକ୍ଷୀ ମହାପାତ୍ରଙ୍କ ନିକଟରୁ ୧ହଜାର ୫୭୨ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ା ସୁଷମା ୧୩ହଜାର ୧୮୪ଖଣ୍ଡ ଭୋଟ ପାଇଥିବା ବେଳେ ମିନାକ୍ଷୀ ୧୧ହଜାର ୬୧୨ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ବୀଣାପାଣି ଶୁକ୍ଳ ୧ହଜାର ୭୭୬ଖଣ୍ଡ ଭୋଟ ପାଇଛନ୍ତି ା ୫୫୮ଖଣ୍ଡ ନାକଚ ହୋଇଛି। ତୃତୀୟ ଥର ପାଇଁ ଆସନ ହାତେଇ ସୁଷମା ହ୍ୟାଟ୍ରିକ ବିଜୟର ସ୍ବାଦ ଚାଖିଛନ୍ତି। ସେହିଭଳି ୫ନଂ. ଜୋନରେ କଡା ସଂଘର୍ଷ ପରେ ଭାଜପାର ରାଜେଶ ମହାକୁଡ ବିଜେଡିର ମାନସ କୁମାର ଦାଶଙ୍କ ନିକଟରୁ ୪୮୭ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ମାନସ ୧୩ହଜାର ୭୯୭ଖଣ୍ଡ, ରାଜେଶ ୧୩ହଜାର ୩୧୦ଖଣ୍ଡ ଓ କଂଗ୍ରେସର ବସନ୍ତ ଦତ୍ତ ୪୫୩ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଥମ ରାଉଣ୍ଡରୁ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଗଣତି ପର୍ଯ୍ୟନ୍ତ ଉଭୟ ଆଗପଛ ହୋଇ ଚାଲିଥିବାରୁ କିଏ ବିଜୟୀ ହେବ ସେନେଇ ଫଳାଫଳ ଜାଣିବାକୁ ଗଣନା କେନ୍ଦ୍ର ବାହାରେ ଅପେକ୍ଷା କରିଥିବା ସାଧାରଣ ଜନତା ଉତ୍ସକତାର ସହ ଅପେକ୍ଷା କରି ରହିଥିଲେ। ମାଖନପୁର ପଞ୍ଚାୟତର ୧୧, ୧୨ ଓ ୧୩ନମ୍ବର ବୁଥର ଫଳଫଳ ମାନସଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ବୋଲି କୁହାଯାଉଛି। ସେପଟେ ୬ନଂ.ରେ ଗର୍ସଙ୍ଗ, ଅନ୍ତରା, ମାଣିତ୍ରୀ, ପଞ୍ଚାୟତର ଉଭୟ ସରପଞ୍ଚ ଓ ସମିତିସଭ୍ୟ ପଦବୀ, ରପେୟାର ସରପଞ୍ଚ ପଦବୀରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ଏବଂ ସାରଡାଙ୍ଗ, ଝିଙ୍କିରିଆ, ବଡଜୟୀପୁରର ଉଭୟ ସରପଞ୍ଚ ଓ ସମିତିସଭ୍ୟ ପଦବୀରେ ଭାଜପା ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ା ରପେୟା ସମିତିସଭ୍ୟ ପଦବୀରେ ଅସନ୍ତୁଷ୍ଟ ବିଜେଡି ଓ ବରଦା ସରପଞ୍ଚ ପଦବୀରେ ଭାଜପା ମଣ୍ଡଳ ସଭାପତି ପରୀକ୍ଷିତ ମହାପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୫ନଂ. ଜୋନର ନନ୍ଦୁର, ଶ୍ୟାମସୁନ୍ଦରପୁର, ମାଖନପୁର, ଗଗନଧୂଳି, ଜଳଦା ପଞ୍ଚାୟତର ୨ଟି ଯାକ, ଡଗରପଡାର ସରପଞ୍ଚ ପଦବୀ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ହାତେଇଥିବା ବେଳେ ଡାଲଙ୍ଗ, ଅଚ୍ୟୁତପୁର, କୁରୁଣ୍ଟାର ଉଭୟ ପଦବୀ ଏବଂ ଡଗରପଡା ସମିତିସଭ୍ୟ ପଦବୀ ଭାଜପା ସମର୍ଥତ୍ତ ପ୍ରାର୍ଥୀ ହାତେଇଛନ୍ତି। ଚଳିତ ପରାଜିତ ହେଭିୱେଟଙ୍କ ମଧ୍ୟରେ ବିଷ୍ଣୁପଦ ଘଡେଇ, ବ୍ରଜକିଶୋର ମହାନ୍ତି, ରାଜେନ୍ଦ୍ର କୁମାର ଜେନା, ମାନସ କୁମାର ମହାପାତ୍ର, ଜୟନ୍ତ କୁମାର ରାଉତ, ଜୟନ୍ତୀ ମହଲା, ସୁଶାନ୍ତ କୁମାର ମହାକୁଡଙ୍କ ନାମ ରହିଛି ା ସେହିଭଳି ବିଭିନ୍ନ ଦଳରୁ ନିର୍ବାଚିତ ଚର୍ଚ୍ଚିତ ଚେହେରା ହେଲେ ରମାକାନ୍ତ ମହାନ୍ତି, ଅଭିଲିପ୍ସା ସାହୁ, ଛବିଲତା ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ଦାସ ଓ ଜୟନ୍ତୀ ପତି ା ଚଳିତବର୍ଷ ବିଜେଡିର ସଫଳତା ହାର କମ ପାଇଁ ବିଜେଡିର ଅର୍ନ୍ତଦ୍ୱନ୍ଦ୍ୱ ଓ ଅନ୍ତର୍ଘାତୀ କାର୍ଯ୍ୟ ଦାୟୀ ବୋଲି ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri