Posted inଖେଳ

ଶେଷରେ ସୁଶୀଲ ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ,୨୫।୫: ରେସଲର ସୁଶୀଲ କୁମାରଙ୍କ ସମସ୍ୟା ବଢିବାରେ ଲାଗିଛି। ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶୀଲଙ୍କୁ ଉତ୍ତର ରେଳବିଭାଗ ଦ୍ୱାରା ଚାକିରିରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଉତ୍ତର ରେଳବାଇର ସି.ଆର.ପି ଏନେଇ ସୂଚନା ଦେଇଛନ୍ତି।
ଦିଲ୍ଲୀ ସରକାରରେ ଡେପୁଟେସନରେ ଥିବା ସୁଶୀଲ କୁମାରଙ୍କୁ ଛତ୍ରସାଲ ଷ୍ଟାଡିୟମରେ ବିଦ୍ୟାଳୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ଡ୍ୟୁଟିରେ ଜଣେ ଅଧିକାରୀ ଭାବରେ ନିଯୁକ୍ତି ଦିଆଯାଇଥିଲା।
ଉତ୍ତର ରେଳବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି ଯେ, ରବିବାର ଦିନ ରେଳବାଇ ବୋର୍ଡ ସୁଶୀଲ କୁମାରଙ୍କ ସମ୍ପର୍କରେ ଦିଲ୍ଲୀ ସରକାରଙ୍କଠାରୁ ଏକ ରିପୋର୍ଟ ଗ୍ରହଣ କରିଛି। ଯେଉଁଥିରେ ସୁଶୀଲ କୁମାରଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ବିଷୟରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ୨୦୧୫ ମସିହାରୁ ସୁଶୀଲ କୁମାର ଜଣେ ରେଳ ଅଧିକାରୀ ଥିଲେ ଏବଂ ଦିଲ୍ଲୀ ସରକାରରେ ଡେପୁଟେସନରେ କାମ କରୁଥିଲେ। ଡେପୁଟେସନର ଅବଧି ୨୦୨୦ ପର୍ଯ୍ୟନ୍ତ ଥିଲା ଯାହାକୁ ସେ ବୃଦ୍ଧି କରିବାକୁ ଚାହୁଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଚମ ବିଜୟ ସହ ଦ୍ୱିତୀୟରେ ସନ୍‌ରାଇଜର୍ସ

ନୂଆଦିଲ୍ଲୀ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୬୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୭ ମ୍ୟାଚରୁ ୫ମ...

ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାର୍ ପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ...

ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ଦେଖିବାକୁ...

ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା

କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ...

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ...

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ...

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri