ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଆଉ ଏକ ଅଡିଓ କ୍ଲିପ୍‌: ଏଥିରେ ରିୟା କ’ଣ କହିଛନ୍ତି ଜାଣନ୍ତୁ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଚଳିତବର୍ଷ ଜାନୁୟାରୀର ଆଉ ଏକ ଅଡିଓ କ୍ଲିପ୍‌ ସାମ୍ନାକୁ ଆସିଛି। ଏଥିରେ ସୁଶାନ୍ତ, ରିୟା ଏବଂ ଇନ୍ଦ୍ରଜିତ୍‌ ଚକ୍ରବର୍ତ୍ତୀଙ୍କ ସହ ଆଉ କିଛି ବିତ୍ତୀୟ ପରାମର୍ଶଦାତା ଏକସାଥୀରେ ବସି ସୁଶାନ୍ତଙ୍କ ଆର୍ଥିକ ପରିଚାଳନା ବିଷୟରେ କଥାବାର୍ତ୍ତା କରୁଥିବା ଶୁଣିବାକୁ ମିଳିଛି। ସୁଶାନ୍ତ ଏଥିରେ ଟ୍ରଷ୍ଟ ଗଢ଼ିବା ସମ୍ପର୍କରେ କଥା ହେଉଥିବା ଅଡିଓରୁ ଜଣାପଡ଼ିଛି। ଏଥିସହିତ ସୁଶାନ୍ତ ନିଜ ଭବିଷ୍ୟତ ବିଷୟରେ ମଧ୍ୟ କଥା ହେଉଛନ୍ତି। ଆହୁରି ମଧ୍ୟ ସେ ତାଙ୍କ ଅବସର ଯୋଜନା କରୁଥିବା ନେଇ କଥା ହୋଇଛନ୍ତି।


ଏଥିରେ ସୁଶାନ୍ତ କ’ଣ କହିଛନ୍ତି ଜାଣନ୍ତୁ:
ପୂରା ୩୬ ମିନିଟ୍‌ର ଏହି ଅଡିଓ ଶୁଣିବା ପରେ ଲାଗୁଛି ସୁଶାନ୍ତ ବିତ୍ତୀୟ ବା ଅର୍ଥ ପରାମର୍ଶଦାତାଙ୍କୁ ଆଗାମୀ ଯୋଜନା ସମ୍ପର୍କରେ ଡାକିଛନ୍ତି। ଅଡିଓରେ ସୁଶାନ୍ତ ବଲିଉଡ୍‌ ଛାଡ଼ିବା, ନିଜର ଅବସର ସମ୍ପର୍କରେ କଥା ବାର୍ତ୍ତା କରିବା, ନିଜ ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ କଥା ହୋଇଛନ୍ତି। ରିୟା ଏବଂ ଇନ୍ଦ୍ରଜିତ୍‌ ଚକ୍ରବର୍ତ୍ତୀ ମଧ୍ୟ ନିଜ କଥା କିଛି କିଛି ଏହି ଅଡିଓରେ କହିଛନ୍ତି।


ରିୟା କହିଛନ୍ତି, ସୁଶାନ୍ତ ଏକ ଫିକ୍ସ ଡିପୋଜିଟ୍‌ କରିବା ଉଚିତ୍‌। ସେ ଏକ ଉଦାହରଣ ଦେଇ କହିଛନ୍ତି, ମନେକର ମୁଁ ଏଠି ନାହିଁ, ଶ୍ରୁତି ଏବଂ ମିରାଣ୍ଡା ମଧ୍ୟ ନାହାନ୍ତି। କିଛି ନୂଆ ଲୋକ ସୁଶାନ୍ତଙ୍କ ସହ ଅଛନ୍ତି। ଆମେ ସୁଶାନ୍ତଙ୍କ ସମସ୍ତ ଟଙ୍କା ଏଫ୍‌ଡି କରିବୁ। ସୁଶାନ୍ତଙ୍କ କାର୍ଡରେ ୧୦-୧୫ ଲକ୍ଷରୁ ଅଧିକ ଟଙ୍କା ରହିବ ନାହିଁ। ଦ୍ୱିତୀୟ କଥା ହେଲା ଯେଉଁ ଟଙ୍କା ସୁଶାନ୍ତଙ୍କ ନିକଟରେ ଅଛି ସେଥିରୁ ସେ ସୁଧ ପାଉଛନ୍ତି। ସୁଶାନ୍ତଙ୍କ ଜମାଟଙ୍କା ମଧ୍ୟ ସୁରକ୍ଷିତ ରହିବ। ସୁଶାନ୍ତଙ୍କ ଦସ୍ତଖତ ବିନା ଏହି ଟଙ୍କାକୁ କେହି ଉଠାଇପାରିବେ ନାହିଁ। ଅଡିଓରେ ସୁଶାନ୍ତ କହୁଛନ୍ତି, ମୁଁ କେବଳ ନିବେଦନ କରିବାକୁ ଚାହୁଁଛି ଆମେ ଏସବୁ କିପରି ଶେଷ ନକରି ଟଙ୍କା ସଞ୍ଚୟ କରିପାରିବା। ମୁଁ ମୋ’ ମନ ସହିତ ଯୁଦ୍ଧ କରୁଛି। ଏହା ସବୁଠାରୁ କଷ୍ଟକର। ଏମିତି ସମୟ ମୁଁ କେବେବି ଦେଖିନାହିଁ।


ଏଥିରୁ ସ୍ପଷ୍ଟ ହେଉଛି ରିୟା ତାଙ୍କ ବୟାନରେ ଅନେକ ଥର କହିଛନ୍ତି ସୁଶାନ୍ତ ବହୁତ ବଦଖର୍ଚ୍ଚି। ସେ ଟଙ୍କା ଉଡ଼ାଇବାକୁ ଭଲପାଆନ୍ତି। ମାତ୍ର ଏହି ଅଡିଓରୁ ସ୍ପଷ୍ଟ ଜଣାପଡୁଛି ସୁଶାନ୍ତ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri