ସାମ୍ନାକୁ ଆସିଲା ରିୟାଙ୍କ କଲ୍‌ ଡିଟେଲ୍ସ: ଏଥିରେ ରହିଛି ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ ଯେମିତି ଯେମିତି ଆଗକୁ ବଢ଼ୁଛି ସେମିତି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯାହା କେବଳ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ସମସ୍ୟା ବଢ଼ାଇନାହିଁ ବରଂ ମୁମ୍ବାଇ ପୋଲିସକୁ ମଧ୍ୟ ଅନେକ ସମୟରେ କାଠଗଡ଼ାରେ ଠିଆ କରିଛି। ସୁଶାନ୍ତଙ୍କ ମାମଲାରେ ଏବେ ରିୟାଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ କରାଯାଇଛି। ଯେଉଁଥିରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି, ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ଲଗାତାର ଭାବେ ବାନ୍ଦ୍ରା ଡିସିପିଙ୍କ ସମ୍ପର୍କରେ ଥିଲେ ଏବଂ ଅନେକଥର ତାଙ୍କୁ କଲ୍‌ ମଧ୍ୟ କରିଛନ୍ତି। ରିୟା ଓ ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେଙ୍କ ମଧ୍ୟରେ ୪ ଥର ଫୋନରେ କଥା ହୋଇଛନ୍ତି ଏବଂ ଗୋଟିଏ ଥର ମେସେଜ ଜରିଆରେ ଦୁହେଁ ଦୁହିଁଙ୍କୁ ସମ୍ପର୍କ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଜୁନ ୨୧କୁ ବାନ୍ଦ୍ରା ଡିସିପିଙ୍କ ସହ ଫୋନ୍‌ରେ ରିୟା ୨୮ ସେକେଣ୍ଡ ପର୍ଯ୍ୟନ୍ତ କଥା ହୋଇଛନ୍ତି। ଜୁନ ୨୨ରେ ଡିସିପି ରିୟାଙ୍କୁ ଏକ ମେସେଜ୍‌ କରିଥିଲେ ଏବଂ ସେହିଦିନ ହିଁ ଡିସିପି ଅଭିଷେକ ରିୟାଙ୍କ ସହ ୨୯ସେକେଣ୍ଡ ପର୍ଯ୍ୟନ୍ତ କଥା ହୋଇଥିଲେ। ପୁଣି ୮ ଦିନ ପରେ ଡିସିପି ରିୟାଙ୍କୁ ଫୋନ କରିଥିଲେ। ସେତେବେଳେ ଦୁହେଁ ୬୬ସେକେଣ୍ଡ ବାର୍ତ୍ତାଳାପ କରିଥିବା ଜଣାପଡ଼ିଛି। ଏହାପରେ କିଛି ଦିନ ଯାଏଁ ଦୁହିଁଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ। କିନ୍ତୁ ଜୁଲାଇ ୧୮ରେ ପୁଣି ଥରେ ରିୟା ଡିସିପିଙ୍କ ଫୋନ କରିଥିବା ସୂଚନା ରହିଛି। ତେବେ ଡିସିପି ଓ ରିୟାଙ୍କ ମଧ୍ୟରେ କ’ଣ ସବୁ ବାର୍ତ୍ତାଳାପ ହୋଇଥିଲା ତାହା ଏବେ ସନ୍ଦେହ ଘେରରେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଲଫ୍ରେଣ୍ଡଙ୍କ ସହ ତୁଳନାକୁ ନେଇ ରାଗିଗଲେ ଅର୍ଜୁନ କପୁର

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗତ କିଛି...

ମୋତେ ତୁମେ କେବେ ଭୁଲି ପାରିବ ନାହିଁ, କାହା ଉଦ୍ଦେଶ୍ୟରେ ଏମିତି କହିଥିଲେ ରେଖା

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଅଭିନୟରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ରେଖା ସୋସିଆଲ ମିଡିଆଠାରୁ ଦୂରରେ ଥାଇପାରନ୍ତି, କିନ୍ତୁ...

‘ମୋ ଯୋଗୀ ଭାଇଙ୍କ ଭଳି କେହି ନାହାନ୍ତି’: କଙ୍ଗନା

ମୁମ୍ବାଇ,୧୪।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଅନେକ ପ୍ରସଙ୍ଗକୁ ନେଇ ନିଜର ବୟାନ ଦେବାକୁ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଫିଲ୍ମ ହେଉ ଅବା...

ଅପେକ୍ଷାର ଅନ୍ତ ଘଟିଲା: ସାମ୍ନାକୁ ଆସିଲା ମିର୍ଜାପୁର-୨ର ରିଲିଜ୍‌ ଡେଟ୍‌

ମୁମ୍ବାଇ: ଆମାଜନ୍‌ ପ୍ରାଇମ୍‌ ଭିଡ଼ିଓର ବହୁ ପ୍ରତିକ୍ଷୀତ ଆକ୍ସନ ଥ୍ରୀଲର ଓ୍ବେବ ସିରିଜ ମିର୍ଜାପୁରର ଦ୍ୱିତୀୟ ସଂସ୍କରଣର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ସୋମବାର ଏକ...

୩ ଲକ୍ଷ ଟଙ୍କାର ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଦିୟା

ମୁମ୍ବାଇ: ବଲିଉଡ୍ ନାୟିକା ଦିୟା ମିର୍ଜା ବଡ ପରଦାରୁ ଦୂରେଇ ଯାଇଥିଲେ ବି ତାଙ୍କ ଗ୍ଲାମର ଓ ଫ୍ୟାଶନ ଏବେବି ରୁହେ ଚର୍ଚ୍ଚାରେ । ସୋସିଆଲ...

ବିବାହ ବନ୍ଧନରେ ଆବଦ୍ଧ ହେଲେ ସିଦ୍ଧାର୍ଥ-କିଆରା !

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି କିଆରା ଆଡଭାଣୀ ଏବଂ ସିଦ୍ଧାର୍ଥ ମଲହୋତ୍ରା। ରାଜସ୍ଥାନର ସୂର୍ଯ୍ୟଗଡ଼ ପ୍ୟାଲେସ୍‌ରେ ପଞ୍ଜାବୀ ରୀତିନୀତିରେ...

ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ିଥିଲେ ଏହି ଅଭିନେତ୍ରୀ

୫୦-୬୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ଅଭିନେତ୍ରୀ ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ି ଦେଇଥିଲେ। ସେ ଆଉ...

ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା

ଟିଭି ଧାରାବାହିକ ‘ଗୁଡ୍ଡନ ତୁମ୍‌ସେ ନା ହୋ ପାଏଗା’ ଅଭିନେତ୍ରୀ କନିକାଙ୍କର ସମଗ୍ର ଦେଶରେ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ତାଙ୍କ ଟିଭି ଶୋ’ ବହୁତ ଲୋକପ୍ରିୟ...

Advertisement
Archives

Model This Week