କିଏ ସେହି ବଣ୍ଟି, ଯାହାଙ୍କର ସୁଶାନ୍ତ-ଦିଶାଙ୍କ ମୃତ୍ୟୁ ସହ ରହିଛି ଏମିତି ସମ୍ପର୍କ, ସିବିଆଇ କରୁଛି ଯାଞ୍ଚ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ବୁଢ଼ିଆଣୀ ଜାଲ ପରି ଗୁଡ଼ାଇ ହେଉଛି ପଛେ ଛିଡୁନାହିଁ। ବର୍ତ୍ତମାନ ସିବିଆଇ ଏ ଦିଗରେ ତଦନ୍ତକୁ ଅଧିକ ତ୍ୱରାନ୍ବିତ କରିଛି। ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ ଏବଂ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡ଼ିତ ଆଉ ଜଣେ ଅଭିନେତାଙ୍କୁ ଖୋଜୁଛି ସିବିଆଇ। ତାଙ୍କ ନାଁ ବଣ୍ଟି ସାଜଦବା। ଏହି ନାଁଟି ବର୍ତ୍ତମାନ ମାମଲାଟିକୁ ଅଧିକ ବିତର୍କ କରିଦେଇଛି।
ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନ ଏବଂ ସୁଶାନ୍ତଙ୍କ ମୃତ୍ୟୁ ସହ ଏହି ଅଭିନେତାଙ୍କ ସମ୍ପର୍କ ଥିବା ମୁମ୍ବାଇ ପୋଲିସ ଅସ୍ବୀକାର କରିଥିବା ବେଳେ ସିବିଆଇ ଏହି ଦିଗରେ ତଦନ୍ତକୁ ତ୍ୱରାନ୍ବିତ କରିଛି। ସିବିଆଇ ବୁଝିବାକୁ ଚେଷ୍ଟା କରୁଛି କି ସାଲିଆନ ଏବଂ ସୁଶାନ୍ତଙ୍କ ମୃତ୍ୟୁ ଦିଗରେ ବଣ୍ଟି ସାଜଦବାଙ୍କ ଭୂମିକା କ’ଣ ରହିଛି?

ବର୍ତ୍ତମାନ ସିବିଆଇ ବଣ୍ଟିଙ୍କୁ ପଚରାଉଚରା କରୁଛି। ବଣ୍ଟି ସାଜଦେବ କର୍ନର ଷ୍ଟୋନ୍‌ କମ୍ପାନୀର ସିଇଓ ଅଟନ୍ତି। ଦିଶା ସାଲିଆନ ମଧ୍ୟ ଏହି କମ୍ପାନୀରେ କାମ କରୁଥିଲେ। ବର୍ତ୍ତମାନ ସିବିଆଇ ବଣ୍ଟିଙ୍କୁ ପଚରାଉଚରା କରୁଛି। ତାଙ୍କର ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁରେ କୌଣସି ସମ୍ପୃକ୍ତି ଅଛି କି ନାହିଁ।


ବଣ୍ଟି ସାଜଦେବ ହେଉଛନ୍ତି ସେହି ବ୍ୟକ୍ତି, ଯିଏ କ୍ରିକେଟର ବିରାଟ କୋହଲିଙ୍କୁ ମଧ୍ୟ ସମର୍ଥନ ଦେଇଛନ୍ତି। କେବଳ ଏତିକି ନୁହେଁ ସେ ଅଭିନେତା ସୋହେଲ ଖାନ୍‌ଙ୍କ ଶଳା ମଧ୍ୟ। ଏପରି ସ୍ଥିତିରେ, ତାଙ୍କ ନାଁ ଉଠିବା ଏହି ମାମଲାକୁ ଅଧିକ ଜଟିଳ କରିଦେଇଛି।

ଯଦିଓ ବଣ୍ଟି ସୋସିଆଲ ମିଡିଆରେ ଅଧିକ ସକ୍ରିୟ ନୁହନ୍ତି, ତେବେ ସୋହେଲ ଖାନ୍‌ଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ବଣ୍ଟି ଏବଂ ତାଙ୍କ ସ୍ତ୍ରୀ ନଜର ଆସିଛନ୍ତି। ସେ ଏହି ପୋଷ୍ଟ ମାଧ୍ୟମରେ କାହାକୁ ଜନ୍ମଦିନର କାମନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

ଘରୁ ମା’, କେନାଲରୁ ଝିଅ: ଏକାସାଥିରେ ମିଳିଲା ଦୁଇ ମୃତଦେହ, ରହସ୍ୟମୟ ଘଟଣାରେ ଥରହର ଅଞ୍ଚଳ

ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା…

ଲଗାଣ ବର୍ଷାରେ ଗ୍ରାମବାସୀ ଜଳବନ୍ଦୀ

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡିଛି ଉଦଳା। ଏପରି କି କପ୍ତିପଦା ଉପଖଣ୍ଡ ଉଦଳା, କପ୍ତିପଦା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ମଧ୍ୟ…

କୋଟିଆରେ ଚାଲୁଥିବା SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପ-ଶାସନ ସଚିବ, ଦେଲେ ଏଭଳି ନିର୍ଦ୍ଦେଶ

ପଟ୍ଟାଙ୍ଗି, ୨୮।୭(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ-ଶାସନ ସଚିବ ଜିତେନ୍ଦ୍ର କୁମାର ପାତ୍ର ଜିଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ପହଞ୍ଚିଛନ୍ତି।…

ପାଟପୁର କଲେଜରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ: ନୀତିନିୟମ ସମ୍ପର୍କରେ କରାଗଲା ସଚେତନ

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯୁକ୍ତ ୨ ପ୍ରଥମ…

ଘରୁ ବାହାରିଲା ବୃଦ୍ଧାଙ୍କ ପଚାସଢା ମୃତଦେହ : କାନ୍ଧ ଦେଲେନି ବନ୍ଧୁପରିଜନ, ଶେଷରେ ସତ୍କାର କଲେ ଆଇଆଇସି

ପୁରୁଷୋତ୍ତମପୁର,୨୮। (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପରିବାର ଓ ବନ୍ଧୁବର୍ଗଙ୍କ ମାନବିକତା ହଜିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri