Posted inଖେଳ

ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୩୩ ରନ୍‌ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକଦା ଭାରତ ୫୦ ରନ୍‌ ଭିତରେ ୫ ଉଇକେଟ୍‌ ହରାଇଥିଲା ଓପନର କେ.ଏଲ ରାହୁଲ ୯, ରୋହିତ ଶର୍ମା ୧୫, ବିରାଟ କୋହଲି ୧୨, ଦୀପକ ହୁଡ୍ଡା ଶୂନ, ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ୍‌ରେ ଆଉଟ୍‌ ହୋଇଥିଲେ। ଗୋଟିଏ ପଟେ ଉଇକେଟ୍‌ ପଡୁଥିବା ବେଳେ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଅନ୍ୟ ପଟେ ସ୍ଥିତି ସମ୍ଭାଳିଥିଲେ। ସେ ମାତ୍ର ୪୦ ବଲ୍‌ରୁ ୬୮ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ଏବଂ ୩ଟି ଚକା ସାମିଲ ଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ଘାତକ ବୋଲିଂ କରି ୪ଟି ଉଇକେଟ୍‌ ନେଇଥିବା ଓ୍ବେନ ପାର୍ନେଲ ୩ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କମିଲା ରୋନାଲଡୋ, କୋହଲିଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ,୩।୧୦: ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବିରାଟ କୋହଲିଙ୍କ ଫଲୋଅର୍ସ ସଂଖ୍ୟା କମିଯାଇଛି। ବୈଷୟିକ ତ୍ରୁଟି ଯୋଗୁ ଉଭୟଙ୍କର ଲକ୍ଷ ଲକ୍ଷ...

ଚେତାବନୀ ଦେଲା ଅଫଗାନିସ୍ତାନ

ଶାରଜା,୨୬।୧୦: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଏବଂ ସ୍କଟଲ୍ୟାଣ୍ଡ ଭଳି ଦେଶକୁ ଅନେକ ଲୋକ ଭାବନ୍ତି ଯେ ଏହି ଦୁଇଜଣ ଛୋଟ ଏବଂ ଦୁର୍ବଳ ଦଳ। କିନ୍ତୁ...

କାହିଁକି ମୁହଁ ଲୁଚାଇଲେ କୋହଲି

ବେଙ୍ଗାଲୁରୁ,୨୩।୯: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ କ୍ୱିଣ୍ଟନ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦...

ବ୍ୟାଡ୍‌ମିଣ୍ଟନରୁ ମାଥିଆସଙ୍କ ଅବସର

ନୂଆଦିଲ୍ଲୀ, ୨୫ା୪ (ପି.ଟି.)- ଡେନମାର୍କର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଡବଲ୍ସ ଖେଳାଳି ମାଥିଆସ ବୋଏ ଖେଳରୁ ଅବସର ନେଇଛନ୍ତି। ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ସେ...

ଆଇପିଏଲ ପୂର୍ବରୁ ଫୁଲ ଫର୍ମରେ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୯।୩ : ଆଇପିଏଲ ପୂର୍ବରୁ ଫୁଲ ଫର୍ମକୁ ଫେରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓପନର ତଥା ଅଧିନାୟକ ପୃଥ୍ବୀ ଶ’। ସୌରାଷ୍ଟ୍ର ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର...

ଭାରତକୁ ମ୍ୟାଚ୍‌ରେ ଫେରାଇ ଆଣିଲା ଶାମିଙ୍କ ଓଭର

କେପ ଟାଉନ୍‌,୧୨।୧: ନ୍ୟୁଲାଣ୍ଡ୍ସଠାରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ଦିନରେ ମହମ୍ମଦ ଶାମି ଗୋଟିଏ ଓଭରରେ ଦୁଇଟି ଉଇକେଟ ନେଇ ଭାରତୀୟ ଦଳକୁ...

ଅନ୍ୟ ଉପରେ ନିଜ ମତ ଲଦେ ନାହିଁ: ରାବାଡ଼ା

ଦୁବାଇ,୨୩।୧୦(ପି.ଟି.): ଖୋଲାଖୋଲି ମନ୍ତବ୍ୟ ଦେବା ନେଇ ପରିଚିତ ଥିବା ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରାବାଡ଼ା ଅନ୍ୟ ଉପରେ ନିଜ ମତ ଲଦି ଦିଅନ୍ତି...

ଓସିଏ ନିର୍ବାଚନ: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା

କଟକ ଅଫିସ,୧୪।୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଏକ ଭୋଟର ତାଲିକା ଶୁକ୍ରବାର ଘୋଷଣା କରାଯାଇଛି। ତେବେ ଏହା ଚୂଡ଼ାନ୍ତ ନୁହେଁ। ଆସନ୍ତା...

Advertisement
Archives

Model This Week