ବଞ୍ଚିବା କଷ୍ଟକର

ଗ୍ରୀଷ୍ମପ୍ରବାହ ଭାରତର ଅନେକ ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବିଶେଷକରି ଉତ୍ତରପ୍ରଦେଶ, ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତେଲଙ୍ଗାନା ସମେତ ଅନ୍ୟ କେତେକ ରାଜ୍ୟ ଏହାଦ୍ୱାରା ଅଧିକ ଛଟପଟ ହେଉଛନ୍ତି। ମୌସୁମୀ ପ୍ରବାହରେ ବିଳମ୍ବ ଯୋଗୁ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। କେବଳ ଉତ୍ତରପ୍ରଦେଶ ଓ ବିହାରରେ ଅଂଶୁଘାତ ଯୋଗୁ ଗତ ୪ ଦିନ ମଧ୍ୟରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଓଡ଼ିଶାରେ ୨୦ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ସେଥିରୁ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଥିବାବେଳେ ଅନ୍ୟମାନଙ୍କୁ ସରକାର ଏ ପର୍ଯ୍ୟନ୍ତ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ସ୍ମରଣଯୋଗ୍ୟ ଯେ, ନବେ ଦଶକର ଶେଷ ଭାଗରେ ଭାରତରେ ଗ୍ରୀଷ୍ମ ପ୍ରବାହର ଭୟଙ୍କର ରୂପ ପ୍ରକାଶ ପାଇଥିଲା। ପରିବେଶ ସୁରକ୍ଷାକୁ ଉପେକ୍ଷା କରିବାର ଏହା ଏକ ପରିଣାମ ବୋଲି ପରିବେଶବିତ୍‌ମାନେ ସେତେବେଳେ ସତର୍କ କରିଦେଇଥିତ୍ଲେ। ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ପରିବେଶ ସୁରକ୍ଷା ଚିନ୍ତା କରାଯାଉଛି ଓ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବା ଦେଖାଯାଉଛି। କିନ୍ତୁ ଲକ୍ଷ୍ୟ କରାଯାଉଛି, ଏ କ୍ଷେତ୍ରରେ କଥା ବେଶି କାମ କମ୍‌। କେବଳ ଭାରତ ନୁହେଁ, ବିଶ୍ୱତାପନ ବୃଦ୍ଧିରେ ମୁଖ୍ୟ ଭୂମିକାରେ ଥିବା ଅନ୍ୟ ଦେଶଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଛନ୍ତି। ବିକଶିତ ଦେଶଗୁଡ଼ିକ ଅଳ୍ପ କିଛି ଉଦ୍ୟମ କରୁଥିବାବେଳେ ଭାରତରେ କୌଣସି ପଦକ୍ଷେପ କାହାରିକୁ ଜଣା ନ ଥିବ। ଅଥଚ ବାକ୍‌ ବୀରତ୍ୱରେ ଆମେ ହୁଏତ ସବୁଠାରୁ ଆଗରେ ରହିଛୁ। ଏହା ସ୍ପଷ୍ଟ ଯେ, ତାପମାତ୍ରା ବୃଦ୍ଧି ପଛରେ ବହୁ ମନୁଷ୍ୟକୃତ କାରଣ ଅଛି। ଅତ୍ୟାଧୁନିକ ଜୀବନଶୈଳୀ, ଜୈବମଣ୍ଡଳର ବ୍ୟାପକ କ୍ଷତି ସମେତ ଗାଡ଼ିମୋଟର, କଳକାରଖାନା ଓ ତାପଜ ବିଦ୍ୟୁତ୍‌ କ୍ଷେତ୍ରରୁ ନିର୍ଗମନ ହେଉଥିବା ସବୁଜ ଗୃହ ବାଷ୍ପ ବିଶ୍ୱ ତାପମାତ୍ରା ବୃଦ୍ଧି କରିବାରେ ଲାଗିଛି। ଏହା ଏଭଳି ସ୍ତରରେ ପହଞ୍ଚିଲାଣି ଯେ, ତାହାକୁ ହ୍ରାସ କରିବା ଏବଂ ତାହାର ପ୍ରଭାବକୁ ଅଟକାଇବା କଷ୍ଟକର ହୋଇପଡ଼ିଲାଣି। ଏମିତି କି ଶୀତପ୍ରଧାନ ଦେଶଗୁଡ଼ିକ ଗ୍ରୀଷ୍ମ ପ୍ରବାହ ଓ ବନାଗ୍ନିରୁ ତ୍ରାହି ପାଇପାରୁନାହାନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଆକଳନ ଅନୁଯାୟୀ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱ ତୁଳନାରେ ଭାରତରେ ଶ୍ରମଶକ୍ତି ଅଧିକ କ୍ଷତି ହେବ। କୃଷି ଓ ଚିକିତ୍ସା ସେବା ମଧ୍ୟ ଚାପଗ୍ରସ୍ତ ହୋଇପଡ଼ିବ।
ଭାରତରେ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ହେଉଛି ଦେଶରେ ସବୁଜ ବିପ୍ଳବର ବ୍ୟାପକତା, ନିର୍ମାଣ ଭିତ୍ତିଭୂମି, ଅତ୍ୟଧିକ ଜୀବାଶ୍ମ ଇନ୍ଧନ ଚାଳିତ ଯାନବାହନର ବ୍ୟବହାର। ସମୟକୁ ତାଳ ଦେଇ ନିର୍ମାଣ ଭିତ୍ତିଭୂମିର ବିକାଶକୁ ଅଟକାଯାଇପାରିବ ନାହିଁ। କିନ୍ତୁ ଉଦାହରଣ ଭାବେ ରାସ୍ତା ନିର୍ମାଣକୁ ଦେଖାଯାଇପାରେ। ଗବେଷଣାରୁ ଜଣାପଡ଼ିଛି ଯେ, ଯେତେ ଅଧିକ ପିଚୁ କିମ୍ବା କଂକ୍ରିଟ ରାସ୍ତା ଓ ବିରାଟକାୟ ରାଜପଥ ନିର୍ମାଣ କରାଯାଉଛି ତାହାର ପରିବେଶ ଉପରେ ପ୍ରଭାବ ଅତ୍ୟନ୍ତ ଗଭୀର ହୋଇଯାଉଛି। ରାସ୍ତାର ଉପରିଭାଗ ସୂର୍ଯ୍ୟକିରଣକୁ ନେଇ ଅଧିକ ସମୟ ଉଷ୍ମତା ରଖିବା ଫଳରେ ତାପମାତ୍ରା ବୃଦ୍ଧି ପାଇଥାଏ। ସେହିଭଳି କୁହାଯାଉଛି ଯେ, କେବଳ ମାତ୍ର ନିର୍ମାଣ ଶିଳ୍ପ ପୃଥିବୀର ୫୦% ପ୍ରାକୃତିକ ସମ୍ପଦ ବ୍ୟବହାର କରୁଥିବାବେଳେ ଏକାକୀ ପରିବହନ ଶିଳ୍ପ ଏକ ଚତୁର୍ଥାଂଶ କାର୍ବନ ନିର୍ଗମନ ସୃଷ୍ଟି କରୁଛି। ଏହିସବୁ ତଥ୍ୟ ଜାଣିବା ସତ୍ତ୍ୱେ ଭାରତ ସରକାର କୌଣସି ପରିବର୍ତ୍ତନଶୀଳ ପଦକ୍ଷେପ ନେଉ ନ ଥିବାରୁ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ସବୁଜ ଉଦ୍‌ଜାନ, ଅକ୍ଷୟଶକ୍ତି ଓ ଇଥାନଲ ବ୍ୟବହାର ଭଳି ଅନେକ ପଦ୍ଧତି ଓ ବୈଜ୍ଞାନିକ ଆବିଷ୍କାର ପୃଥିବୀରେ ବ୍ୟବହାର ହେବାରେ ଲାଗିଲାଣି, ଯାହାକୁ ଭାରତ ସରକାର ଏ ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେଉନାହାନ୍ତି। ସବୁ କାର୍ଯ୍ୟକୁ ବ୍ୟବସାୟିକ ମାନସିକତାରେ ଦେଖିଲେ ବଞ୍ଚତ୍ବା କଷ୍ଟକର ହୋଇଯିବ।

ସବୁଜ ଉଦ୍‌ଜାନ, ଅକ୍ଷୟଶକ୍ତି ଓ ଇଥାନଲ ବ୍ୟବହାର ଭଳି ଅନେକ ପଦ୍ଧତି ଓ ବୈଜ୍ଞାନିକ ଆବିଷ୍କାର ପୃଥିବୀରେ ବ୍ୟବହାର ହେବାରେ ଲାଗିଲାଣି, ଯାହାକୁ ଭାରତ ସରକାର ଏ ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେଉନାହାନ୍ତି। ସବୁ କାର୍ଯ୍ୟକୁ ବ୍ୟବସାୟିକ ମାନସିକତାରେ ଦେଖିଲେ ବଞ୍ଚତ୍ବା କଷ୍ଟକର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?