ଆତ୍ମସମର୍ପଣ କଲେ ୭ଶହ ମାଓବାଦୀ, ମିଲିସିଆ

ମାଲକାନଗିରି,୧୮୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳାପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ। ନିଜ ଅଞ୍ଚଳର ବିକାଶ ପାଇଁ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବେ ବୋଲି କହିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଆଲ୍ଲୁରି ସୀତାରାମାରାଜୁ ଜିଲା ମୁଚିିଙ୍ଗପୁଟ ଥାନା ରଙ୍ଗବେଲ୍‌ ପଞ୍ଚାୟତର ପଡାଲପୁଟ, କୁସୁମପୁଟ, ମଟମପୁଟ, ଯୋଡିଗୁମ୍ମା ଗ୍ରାମର ୧୩ ମାଓବାଦୀ ରହିଛନ୍ତି। ଅନ୍ୟମାନେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତର ଭେଜାଗୁଡା, ବିଶୋଇଗୁଡା, ଖାଲଗୁଡା, ପାତ୍ରପୁଟ ଅଞ୍ଚଳର ମାଓବାଦୀ ମିଲେସିଆ ଓ ସମର୍ଥକ ଥିବା ଜଣାପଡିଛି।
ମାଲକାନଗିରି ଜିଲାରେ ବିଏସ୍‌ଏଫ୍‌୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ଜିଲାରେ ମାଓବାଦୀଙ୍କ ପ୍ରାଦୁର୍ଭାବ କମିବାରେ ଲାଗିଛି। ଲୋକେ ଲାଲବାହିନୀର ହାତ ଛାଡି ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସାମିଲ ହେଉଛନ୍ତି। ସୁରକ୍ଷାବାହିନୀର କୋମ୍ବିଂ ଅପରେଶନ ଯୋଗୁ ସମର୍ଥକମାନେ ମାଓବାଦୀଙ୍କୁ ସମର୍ଥନ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଇତି ମଧ୍ୟରେ ଗତ ଜୁନ୍‌ ମାସରେ ୫୦ ଜଣ ମାଓବାଦୀ ସମର୍ଥକ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ସେହି ମାସରେ ପୁଣି ୩୪୭ ଜଣ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ଜୁଲାଇରେ ୫୫୦ ମାଓବାଦୀ ସମର୍ଥକ ଜାନବାଇ ବିଏସ୍‌ଏଫ୍‌ କ୍ୟାମ୍ପରେ ଆତ୍ମସମର୍ପଣ କରିଥିଲେ। ଶନିବାର ୭ଶହ ଜଣ ଆତ୍ମସମର୍ପଣ କରିବା ମାଓବାଦୀ ସଙ୍ଗଠନକୁ ବଡ ଧକ୍କା ଦେଇଛି। ଏହି ଅବସରରେ ପୋଲିସ ଓ ବିଏସ୍‌ଏଫ୍‌ ପକ୍ଷରୁ ଗ୍ରାମବାସୀଙ୍କୁ ଶାଢି, ଧୋତି, ଗାମୁଛା, କ୍ରୀଡା ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ସମୟରେ ଶତାଧିକ ମହିଳା ପୁରୁଷ ମାଓବାଦୀ ସମର୍ଥକ ମାଓବାଦୀଙ୍କ କୁଶ ପତ୍ତଳିକା ଦାହ କରିଥିଲେ। ମାଓବାଦୀ ମୁର୍ଦ୍ଦାବାଦ, ଆମ ସରକାର ଜିନ୍ଦାବାଦ ଧ୍ୱନିରେ ବଣ୍ଡାଘାଟି ମୁଖରିତ ହୋଇଥିଲା। କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ବିଏସ୍‌ଏଫ୍‌ ଡିଆଇଜି ମଦନ ଲାଲ, ମାଲକାନଗିରି ଏସ୍‌ପି ନୀତୀଶ୍‌ ଓ୍ବାଧ୍ୱାନୀଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri