ଆତ୍ମସମର୍ପଣ କଲେ ୭ଶହ ମାଓବାଦୀ, ମିଲିସିଆ

ମାଲକାନଗିରି,୧୮୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳାପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ। ନିଜ ଅଞ୍ଚଳର ବିକାଶ ପାଇଁ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବେ ବୋଲି କହିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଆଲ୍ଲୁରି ସୀତାରାମାରାଜୁ ଜିଲା ମୁଚିିଙ୍ଗପୁଟ ଥାନା ରଙ୍ଗବେଲ୍‌ ପଞ୍ଚାୟତର ପଡାଲପୁଟ, କୁସୁମପୁଟ, ମଟମପୁଟ, ଯୋଡିଗୁମ୍ମା ଗ୍ରାମର ୧୩ ମାଓବାଦୀ ରହିଛନ୍ତି। ଅନ୍ୟମାନେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତର ଭେଜାଗୁଡା, ବିଶୋଇଗୁଡା, ଖାଲଗୁଡା, ପାତ୍ରପୁଟ ଅଞ୍ଚଳର ମାଓବାଦୀ ମିଲେସିଆ ଓ ସମର୍ଥକ ଥିବା ଜଣାପଡିଛି।
ମାଲକାନଗିରି ଜିଲାରେ ବିଏସ୍‌ଏଫ୍‌୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ଜିଲାରେ ମାଓବାଦୀଙ୍କ ପ୍ରାଦୁର୍ଭାବ କମିବାରେ ଲାଗିଛି। ଲୋକେ ଲାଲବାହିନୀର ହାତ ଛାଡି ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସାମିଲ ହେଉଛନ୍ତି। ସୁରକ୍ଷାବାହିନୀର କୋମ୍ବିଂ ଅପରେଶନ ଯୋଗୁ ସମର୍ଥକମାନେ ମାଓବାଦୀଙ୍କୁ ସମର୍ଥନ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଇତି ମଧ୍ୟରେ ଗତ ଜୁନ୍‌ ମାସରେ ୫୦ ଜଣ ମାଓବାଦୀ ସମର୍ଥକ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ସେହି ମାସରେ ପୁଣି ୩୪୭ ଜଣ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ଜୁଲାଇରେ ୫୫୦ ମାଓବାଦୀ ସମର୍ଥକ ଜାନବାଇ ବିଏସ୍‌ଏଫ୍‌ କ୍ୟାମ୍ପରେ ଆତ୍ମସମର୍ପଣ କରିଥିଲେ। ଶନିବାର ୭ଶହ ଜଣ ଆତ୍ମସମର୍ପଣ କରିବା ମାଓବାଦୀ ସଙ୍ଗଠନକୁ ବଡ ଧକ୍କା ଦେଇଛି। ଏହି ଅବସରରେ ପୋଲିସ ଓ ବିଏସ୍‌ଏଫ୍‌ ପକ୍ଷରୁ ଗ୍ରାମବାସୀଙ୍କୁ ଶାଢି, ଧୋତି, ଗାମୁଛା, କ୍ରୀଡା ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ସମୟରେ ଶତାଧିକ ମହିଳା ପୁରୁଷ ମାଓବାଦୀ ସମର୍ଥକ ମାଓବାଦୀଙ୍କ କୁଶ ପତ୍ତଳିକା ଦାହ କରିଥିଲେ। ମାଓବାଦୀ ମୁର୍ଦ୍ଦାବାଦ, ଆମ ସରକାର ଜିନ୍ଦାବାଦ ଧ୍ୱନିରେ ବଣ୍ଡାଘାଟି ମୁଖରିତ ହୋଇଥିଲା। କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ବିଏସ୍‌ଏଫ୍‌ ଡିଆଇଜି ମଦନ ଲାଲ, ମାଲକାନଗିରି ଏସ୍‌ପି ନୀତୀଶ୍‌ ଓ୍ବାଧ୍ୱାନୀଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?